ଲମ୍ବା ବ୍ୟାଙ୍କ ଛୁଟି: ମହାଶିବରାତ୍ରି ପାଇଁ ତିନି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୬ା୩: ମାର୍ଚ୍ଚ ୮ ଶୁକ୍ରବାର ସାରା ଦେଶରେ ମହାଶିବରାତ୍ରୀ ପାଳନ କରାଯାଉଥିବା ବେଳେ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ରାଜ୍ୟ ସରକାର ଏବଂ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ଛୁଟି ତାଲିକା ଉପରେ ନିର୍ଭର କରେ। କେନ୍ଦ୍ରୀୟ ବ୍ୟାଙ୍କ ଛୁଟି ତାଲିକା ଅନୁଯାୟୀ ମାର୍ଚ୍ଚ ମାସରେ ରାଜ୍ୟଗୁଡିକରେ ବ୍ୟାଙ୍କଗୁଡିକ ୧୪ ଦିନ ବନ୍ଦ ରହିବ ଏବଂ ଅନେକ ରାଜ୍ୟରେ ଲଗାତାର ତିନି ଦିନ ବ୍ୟାଙ୍କ ଛୁଟି ଦିନ ଦୁଇଥର ରହିବ। ଏହାର ଅର୍ଥ ଦୁଇଟି ଲମ୍ବା ଛୁଟିଦିନ ମାର୍ଚ୍ଚ ମାସରେ ପଡିବ।

ଏହି ଛୁଟିଦିନଗୁଡ଼ିକରେ ସମସ୍ତ ରବିବାର, ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର, ସାଧାରଣ ଛୁଟିଦିନ ଏବଂ ନିର୍ଦ୍ଦିଷ୍ଟ ରାଜ୍ୟଗୁଡିକରେ କିଛି ଆଞ୍ଚଳିକ ଛୁଟି ସାମିଲ ରହିଛି। ତେଣୁ ବ୍ୟାଙ୍କରେ ଆପଣଙ୍କର କିଛି କାମ ଥିଲେ ମାର୍ଚ୍ଚ ମାସରେ ଥିବା ଛୁଟି ଦିନ ଗୁଡିକୁ ଆଜି ଜାଣି ନିଅନ୍ତୁ।

ମହାଶିବତ୍ରୀ ବ୍ୟାଙ୍କ ଛୁଟି: ମାର୍ଚ୍ଚ ୮ ରେ ମହାଶିବରାତ୍ରୀ ପାଇଁ କେତେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ଏହା ପରେ ଦ୍ୱିତୀୟ ଶନିବାର ଏବଂ ରବିବାର ମଧ୍ୟ ବ୍ୟାଙ୍କ ରହିବ।

ଶୁକ୍ରବାର ଦିନ ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଓଡ଼ିଶା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଜମ୍ମୁ-ଶ୍ରୀନଗର, କେରଳ, ଉତ୍ତରପ୍ରଦେଶ, ଛତିଶଗଡ, ଝାଡ଼ଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ବ୍ୟାଙ୍କ ବନ୍ଦ ରହିବ।

ଏହାପରେ ହୋଲି ପାଇଁ ମାର୍ଚ୍ଚ ୨୬ରେ ଓଡ଼ିଶା, ମଣିପୁର ଏବଂ ବିହାରରେ ବ୍ୟାଙ୍କ ବନ୍ଦ ରହିବ। ସେହିଭଳି ମାର୍ଚ୍ଚ ୨୭ ବିହାରରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ। ଶେଷରେ ମାର୍ଚ୍ଚ ୨୯ରେ ତ୍ରିପୁରା, ଆସାମ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଜମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା, ଆଜିଠୁ BSNL ବନ୍ଦ କଲା ଇଣ୍ଟରନେଟ୍‌ ସେବା

ନୂଆଦିଲ୍ଲୀ,୧୫।୧:ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି।  ଏହି ସରକାରୀ ଟେଲିକମ କମ୍ପାନୀ ଆଜିଠାରୁ ଏହାର ଗୋଟିଏ ସେବା...

ଉତ୍ତର ଭାରତରେ ରାମରାଜ ଇନର ଓ୍ବେର ରେଞ୍ଜ

ନୂଆଦିଲ୍ଲୀ,୧୫।୧: ଦେଶର ପାରମ୍ପରିକ ତଥା ସାଂସ୍କୃତିକ ପୋଷାକର ଏକ ପ୍ରମୁଖ ବା ପ୍ରିମିୟମ ବ୍ରାଣ୍ଡ୍‌ ‘ରାମରାଜ କଟନ୍‌’ ଉତ୍ତର ଭାରତ (ଉତ୍ତରାଞ୍ଚଳ ବଜାର)ରେ ବ୍ରାଣ୍ଡ୍‌ର ଇନର...

ମୁଥୁଟ୍‌ ଫାଇନାନ୍ସକୁ ଗ୍ରେଡ୍‌ ପ୍ଲେସ୍‌ ଟୁ ଓ୍ବାର୍କର ମାନ୍ୟତା

ନୂଆଦିଲ୍ଲୀ,୧୫।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଫାଇନାନ୍ସିଆଲ ସର୍ଭିସ୍‌ ବ୍ରାଣ୍ଡ ମୁଥୁଟ୍‌ ଫାଇନାନ୍ସକୁ ନିକଟରେ ଆଉ ଏକ ସମ୍ମାନ ‘ଗ୍ରେଡ୍‌ ପ୍ଲେସ୍‌ ଟୁ...

ରିଲାଏନ୍ସ ଜୁଏଲ୍ସର ଡ୍ରିମ୍‌ ଡାଇମଣ୍ଡ ସେଲ୍‌

ମୁମ୍ବାଇ,୧୫।୧ (ଅଭୟ ଦାଶ): ରିଲାଏନ୍ସ ଜୁଏଲ୍ସର ବହୁ ପ୍ରତୀକ୍ଷିତ ତଥା ବାର୍ଷିକ ଅଭିଯାନ ‘ଡ୍ରିମ୍‌ ଡାଇମଣ୍ଡ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି...

ମହାକୁମ୍ଭ ସହ ଆର୍‌ସିପିଏଲ୍‌ ବୁଝାମଣା

ମୁମ୍ବାଇ,୧୫।୧: ଦୀର୍ଘ ୧୨ବର୍ଷ ପରେ ଚଳିତ ବର୍ଷ ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ କୁମ୍ଭମେଳା ‘ମହାକୁମ୍ଭ’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ...

ରେପୋ ରେଟ୍‌ରେ ୦.୨୫% ହ୍ରାସ ଆଶଙ୍କା

ଭୁବନେଶ୍ୱର,୧୫ା୧(ଅନୁରାଧା ମହାରଣା): ଗୋଟିଏ ପଟେ ଦରବୃଦ୍ଧି ଓ ଅନ୍ୟପଟେ ଅର୍ଥ ବ୍ୟବସ୍ଥାରେ ସୁଧାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପାଇଁ ଚିନ୍ତାର କାରଣ ପାଲଟିଛି। ଅର୍ଥବ୍ୟବସ୍ଥାରେ...

କାଙ୍ଗାଳ କଲା ଶେୟାର ମାର୍କେଟ, ୧୦୦ ଦିନରେ ନିବେଶକଙ୍କ ୬୦ ଲକ୍ଷ କୋଟି ବୁଡ଼ିଲା

ନୂଆଦିଲ୍ଲୀ,୧୪।୧: ମକର ସଂକ୍ରାନ୍ତି ଅର୍ଥାତ ୧୪ ଜାନୁଆରୀରେ ଶେୟାର ବଜାରରେ ସାମାନ୍ୟ ବୃଦ୍ଧି ଘଟଛି। ହେଲେ ଗତ କିଛି ଦିନ ମଧ୍ୟରେ ସେନସେକ୍ସ ଏବଂ ନିଫ୍ଟି...

Paytm ର ବଡ଼ ଘୋଷଣା, କ୍ରେଡିଟ୍‌ କାର୍ଡରୁ କରିପାରିବେ ପେମେଣ୍ଟ

ନୂଆଦିଲ୍ଲୀ,୧୪।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳା ସମୟରେ, ଡିଜିଟାଲ ପେମେଣ୍ଟକୁ ସହଜ କରିବା ପାଇଁ Paytm ଏକ ନୂଆ ସାଉଣ୍ଡବକ୍ସ ଏବଂ QR କୋଡ ସିଷ୍ଟମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri