ହାରିସ୍‌ଙ୍କ ପ୍ରଚାରରେ ଓଡ଼ିଆ ପୁଅ ସମୟ

ରାୟଗଡ଼ା,୧୩।୯(ଆଶିଷ ରଞ୍ଜନ ପଣ୍ଡା):ଆମେରିକା ରାଜନୀତିରେ ଓଡ଼ିଆ ପୁଅ ସମୟ ସାହୁ ସକ୍ରିୟ ଭୂମିକା ତୁଲାଉଛନ୍ତି। ସେ ଆମେରିକା ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ପାଇଁ ନିର୍ବାଚନ ପ୍ରଚାର କରି ଚର୍ଚ୍ଚାରେ ରହିଛନ୍ତି ରାୟଗଡ଼ାର ସମୟ। ଏବେ ସେ ପରିବାର ସହ ଆମେରିକାରେ ରହୁଛନ୍ତି। ମାତ୍ର ୨୧ ବର୍ଷରେ ଆମେରିକା ଭଳି ପ୍ରଭାବଶାଳୀ ରାଷ୍ଟ୍ରର ସକ୍ରିୟ ରାଜନୀତିରେ ତାଙ୍କର ଏଭଳି ଭୂମିକା ଏବେ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଡେମୋକ୍ରାଟମାନଙ୍କ ପାଇଁ ଭାଷଣ କିମ୍ବା ରାଲିରେ ସମ୍ବୋଧନ ଦେଇ ବେଶ ଚର୍ଚ୍ଚାରେ ରହିଛନ୍ତି ସମୟ।
ପିଲା ଦିନରୁ ଚାକିରି କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ରାଜନୀତି ହିଁ ତାଙ୍କର ପସନ୍ଦ। ଏହାକୁ ସେ ଛାଡ଼ିପାରିବେ ନାହିଁ ବୋଲି ତାଙ୍କ ବାପା ମାନସ ସାହୁ କହିଛନ୍ତି। ମାନସ ମୟୂରଭଞ୍ଜ ଜିଲାର ମୂଳ ବାସିନ୍ଦା। ତାଙ୍କର ଅଧିକାଂଶ ସମୟ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ବିତିଛି। ତାଙ୍କ ବାପା ଏଠାରେ ଚାକିରି କରିଥିବା ଯୋଗୁ ରାୟଗଡ଼ା ସହ ତାଙ୍କର ପରିଚୟ ବହୁ ପୁରୁଣା। ହେଲେ ମାନସ ଚାକିରି ପାଇବା ପରେ ଆମେରିକା ଚାଲି ଯାଇଥିଲେ। ପରିବାର ସହ ସେ ଆମେରିକାର ନ୍ୟୁ ହମ୍‌ଶାୟାରସ୍ଥିତ ନାସୁଆ ସହରରେ ରହୁଛନ୍ତି। ୨୦୦୮ରେ ବାରାକ୍‌ ଓବାମାଙ୍କ ରାଷ୍ଟ୍ରପତି ନିର୍ବାଚନ ଚାଲିଥିବାବେଳେ ସମୟ ଡେମୋକାଟ୍ରିକ୍‌ ପାର୍ଟି ବିଷୟରେ ଜାଣିବା ପାଇଁ ଆଗ୍ରହ ଦେଖାଇ ପରେ ଛାତ୍ର ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସମୟ ଗତବର୍ଷ କଲେଜ ଜୀବନ ଆରମ୍ଭ କରିଛନ୍ତି। ୨୦୨୨-୨୩ରେ ସେ ଡେମୋକାଟ୍ରିକ୍‌ ପାର୍ଟିର ଏକ ଗୁରୁଦାୟିତ୍ୱ ତୁଲାଇଥିଲେ। ହାଇସ୍କୁଲ ଡେମୋକ୍ରାଟ ଅଫ୍‌ ଆମେରିକାର ସେ ନ୍ୟାଶନାଲ ଚେୟାରମ୍ୟାନ ଭାବେ ମନୋନୀତ ହୋଇଥିଲେ। ପରେ ସମୟ ଡେମୋକ୍ରାଟିକ୍‌ ଦଳର ସର୍ବକନିଷ୍ଠ ସଦସ୍ୟ ଭାବେ ଏଭଳି ଗୁରୁଦାୟିତ୍ୱ ପାଇଥିଲେ। ଆଗାମୀ ନଭେମ୍ବର ୫ରେ ହେବାକୁ ଥିବା ନିର୍ବାଚନରେ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ ସମୟଙ୍କ ରାଜନୈତିକ କ୍ୟାରିୟରକୁ ସହ ତାଙ୍କର ସାଙ୍ଗଠନିକ ଦକ୍ଷତାକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ବିପଦରେ ୧୦୦ କୋଟିରୁ ଅଧିକ ଆଣ୍ଡ୍ରଏଡ୍ ଫୋନ୍; ହ୍ୟାକିଂ ଆଶଙ୍କାରେ ଗୁଗଲ୍ ଦେଲା ଚେତାବନୀ

ନୂଆଦିଲ୍ଲୀ,୮ା୨: ଯଦି ଆପଣ ଏକ ପୁରୁଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଗୁଗଲ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରାୟ ୧୦୦ କୋଟିରୁ ଅଧିକ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri