ଆଜି ଫିଟିବ ଭାଗ୍ୟ ପେଡ଼ି

ଭୁବନେଶ୍ୱର,୪ା୬(ଅନିଲ ଦାସ):ନିର୍ବାଚନ ସରିଛି। ନେତାଠୁ ଜନତା ସଭିଏଁ ଚାହିଁ ରହିଛନ୍ତି ଫଳାଫଳକୁ। ମଙ୍ଗଳବାର ପ୍ରତୀକ୍ଷାର ଅନ୍ତ ଘଟିବ। ଇଭିଏମରେ ସିଲ୍‌ ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ଖୋଲିବ। କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ, ତାକୁ ନେଇ ପ୍ରାର୍ଥୀଙ୍କର ହାର୍ଟବିଟ୍‌ ବଢ଼ି ଯାଇଛି। ବିଗତ ନିର୍ବାଚନ ଠାରୁ ଚଳିତ ନିର୍ବାଚନ ଅଧିକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିବାରୁ ରାଜ୍ୟ ଶାସନ ଡୋରି କାହା ହାତକୁ ଯିବ ସେ ନେଇ ସଂଶୟ ଲାଗି ରହିଛି। ଅପରପକ୍ଷରେ ମଙ୍ଗଳବାର ଗଣତି ହେବାକୁ ଥିବାରୁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହେବ। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍‌ ଗଣନା ହେବ। ରାଜ୍ୟର ୭୦ଟି କେନ୍ଦ୍ରରେ ଭୋଟ ଗଣନା ହେବ। ସେଥିରୁ ୬୯ଟିରେ ଇଭିଏମ୍‌ ଏବଂ ଗୋଟିଏ କେନ୍ଦ୍ରରେ ପୋଷ୍ଟାଲ ବାଲଟ ଗଣନା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) କହିଛନ୍ତି।
ସୋମବାର ଖବରଦାତା ସମ୍ମିଳନୀରେ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ସିଇଓ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ମୋଟ ୩,୫୮୯ ଟେବୁଲରେ ଭୋଟ ଗଣନା ହେବ। ଭୋଟ ଗଣନା ସକାଶେ ବିଧାନସଭା ପାଇଁ ୧,୭୯୯ ଏବଂ ଲୋକ ସଭା ପାଇଁ ୧,୭୯୦ କାଉଣ୍ଟିଂ ଟେବୁଲ କରାଯାଇଛି। ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଟ କାଉଣ୍ଟିଂ ସୁପରଭାଇଜର, ଜଣେ ମାଇକ୍ରୋ ଅବ୍‌ଜରଭର ରହିବେ। ସେମାନଙ୍କୁ ସମସ୍ତଙ୍କୁ ପର୍ଯ୍ୟାପ୍ତ ତାଲିମ ଦିଆଯାଇଛି। ୬୦ଟି ହଲ୍‌ରେ ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀର ଅଲଗା ଅଲଗା ଟେବୁଲରେ ଗଣନା ହେବ। ମାତ୍ର ୮୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଉଭୟ ବିଧାନସଭା ଓ ଲୋକ ସଭା ପାଇଁ ଅଲଗା ଅଲଗା କାଉଣ୍ଟିଂ ସେଣ୍ଟର କରାଯାଇଛି। ଭାରତର ନିର୍ବାଚନ କମିଶନ ଭୋଟ ଗଣନା ତଦାରଖ କରିବାକୁ ୧୨୪ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ୧୩୯ ବିଧାନସଭା କ୍ଷେତ୍ରରେ ୩୦ ରାଉଣ୍ଡ ଗଣନା ହେବ। ତେବେ ୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ରାଇରଙ୍ଗପୁର, ବିଷମକଟକ, ସାରସକଣା, ଆଳି, ଚିତ୍ରକୁଣ୍ଡା, ପାଟକୁରା, ମୋହନା ଓ ଲୋଇସିଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀରେ ଗଣନା ପାଇଁ ସମୟ ଲାଗିବାକୁ ଥିବାରୁ ସେଠାରେ ୩୦ରୁ ଅଧିକ ରାଉଣ୍ଡ ଗଣନା ହେବ ବୋଲି ସିଇଓ ସୂଚନା ଦେଇଛନ୍ତି। ଚଳିତ ନିର୍ବାଚନରେ ୧ ଲକ୍ଷ ୪୭ ହଜାର ପୋଷ୍ଟାଲ ବାଲଟ ମିଳିଛି। ପ୍ରତି କାଉଣ୍ଟିଂ ସେଣ୍ଟରରେ ଜଣେ ଲେଖାଏ ଏଆରଓ ରହିବେ। ଏଥିସହିତ ତାଙ୍କୁ ସହାୟତା କରିବାକୁ ଅତିରିକ୍ତ ଏଆରଓ ରହିବେ। ସଂସଦୀୟ କ୍ଷେତ୍ର ପାଇଁ ୫୧୭ ଏବଂ ବିଧାନସଭା ପାଇଁ ୭୧୨ ଜଣ ଏଆରଓ ନିୟୋଜିତ ହୋଇଛନ୍ତି। ୨୦ଟି ସଂସଦୀୟ କ୍ଷେତ୍ର ପାଇଁ ଜିଲାପାଳ ତଥା ରିଟର୍ନିଂ ଅଫିସର ରହିବେ। ଭୋଟ ଗଣନା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୬୯ଟି ଷ୍ଟ୍ରଙ୍ଗରୁମ୍‌ରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଆଜି ଫିଟିବ ଭାଗ୍ୟ…
ସେଠାରେ ୬୦ କମ୍ପାନୀ ଓ ୧ ପ୍ଲାଟୁନ କେନ୍ଦ୍ରୀୟ ସୁରକ୍ଷା ବଳ (ସିଏପିଏଫ୍‌) ଏବଂ ରାଜ୍ୟ ପୋଲିସ ମୁତୟନ ଅଛନ୍ତି। ଭୋଟ ଗଣନା ଓ ଏହା ପରବର୍ତ୍ତୀ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ୮୯ କମ୍ପାନୀ ସିଏପିଏଫ୍‌ ମୁତୟନ କରାଯାଇଛି। ସିଏପିଏଫ୍‌, ଆଇଆରବି କିମ୍ବା ଅନ୍ୟ ରାଜ୍ୟରୁ ଆସିଥିବା ସୁରକ୍ଷା କର୍ମୀ ସାଧାରଣତଃ ନିର୍ବାଚନ ଶେଷ ହେବା ପରେ ଫେରି ଯାଇଥାଆନ୍ତି। ମାତ୍ର ଗୃହ ବିଭାଗ ଅନୁରୋଧକ୍ରମେ ସେହି ସୁରକ୍ଷା କର୍ମୀମାନେ ଆସନ୍ତା ୬ ତାରିଖଯାଏ ରାଜ୍ୟରେ ରହିବେ। ଭୋଟ ଗଣନା କେନ୍ଦ୍ରର ସୁରକ୍ଷା ପାଇଁ ଡବଲ ବ୍ୟାରିକେଟିଂ କରାଯାଇଛି। ଏଥିସହିତ ସିସିଟିଭି ମନିଟରିଂ ପାଇଁ ବ୍ୟବସ୍ଥା ହୋଇଛି। ଗାର୍ଡ ଡାଇରି ଜରିଆରେ ତଥ୍ୟ ରଖାଯିବ। ଭୋଟଗଣନା କେନ୍ଦ୍ର ଭିତରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି। ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନକୁ ଭିତ୍ତିକରି ପଦକ୍ଷେପ ନିଆଯିବ।
ରାଜ୍ୟରେ ଚଳିତଥର ମତଦାନ ହାର ବୃଦ୍ଧି ପାଇଛି। ୨୦୧୯ରେ ମତଦାନ ହାର ୭୩.୦୯% ଥିବାବେଳେ ୨୦୨୪ରେ ୭୪.୪୪%କୁ ବୃଦ୍ଧି ପାଇଛି। ୨୦୨୪ ନିର୍ବାଚନରେ ପୁରୁଷଙ୍କ ମତଦାନ ହାର ୭୩.୩୭% ଓ ମହିଳାଙ୍କ ମତଦାନ ହାର ୭୫.୫୫% ରହିଛି। ପୁରୁଷ ଭୋଟରଙ୍କ ତୁଳନାରେ ପ୍ରାୟ ୨% ଅଧିକ ମହିଳା ଭୋଟର ମତଦାନ କରିଛନ୍ତି। ଚଳିତଥର ରାଜ୍ୟର ୧୬ଟି ସଂସଦୀୟ କ୍ଷେତ୍ରରେ ମତଦାନ ହାର ବୃଦ୍ଧି ପାଇଛି। ଅନ୍ୟ ୫ଟି ସଂସଦୀୟ କ୍ଷେତ୍ରରେ ମତଦାନ ହାର ହ୍ରାସ ପାଇଛି। ସର୍ବାଧିକ ଆସିକା ସଂସଦୀୟ କ୍ଷେତ୍ରରେ ପ୍ରାୟ ୩% ମତଦାନ ହାର ହ୍ରାସ ପାଇଛି। ୨୦୧୯ରେ ଏହି ସଂସଦୀୟ କ୍ଷେତ୍ରରେ ୬୫.୭୦% ମତଦାନ ଥିବାବେଳେ ଚଳିତଥର ୬୨.୬୭% ରହିଛି। ସେହିପରି କେନ୍ଦ୍ରାପଡ଼ାରେ ୧% ଓ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ୧%ରୁ ଅଧିକ ମତଦାନ ହାର ହ୍ରାସ ପାଇଛି। ତେବେ ଭଦ୍ରକ ଓ ବ୍ରହ୍ମପୁରରେ ମତଦାନ ହାର ହ୍ରାସ ସ୍ବଳ୍ପ ରହିଛି। ଅଢ଼େଇ କୋଟିରୁ ଅଧିକ ଲୋକଙ୍କ ଭୋଟ ଗଣନା ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ୧୦ ବର୍ଷ ପରେ ଇଂଲଣ୍ଡକୁ ହରାଇଲା ୱେଷ୍ଟଇଣ୍ଡିଜ୍, ରଦରଫୋର୍ଡଙ୍କ ବିସ୍ଫୋରକ ବ୍ୟାଟିଂ

ନୂଆଦିଲ୍ଲୀ,୧୧।୨: ୱେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ହାଇ-ଭୋଲଟେଜ୍ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ୩୦ ରନ୍‌ରେ ଚମତ୍କାର ବିଜୟ ହାସଲ କରିଛି। ୨୦୧୬ ଟି-୨୦ ବିଶ୍ୱକପ୍ ଫାଇନାଲ୍ ପରେ…

ଓଡ଼ିଶାରେ ରେକର୍ଡ ସଂଖ୍ୟକ ଡଲଫିନ: ୫ ବର୍ଷରେ ସର୍ବାଧିକ

ଭୁବନେଶ୍ୱର,୧୧।୨: ଗତ ୫ ବର୍ଷରେ ପ୍ରଥମଥର ପାଇଁ ଓଡ଼ିଶାରେ ସର୍ବାଧିକ ଡଲଫିନ ଦେଖିବକୁ ମିଳିଛି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କରାଯାଇଥିବା ଡଲଫିନ ଗଣନାରୁ ଏହା ଜଣାପଡ଼ିଛି।…

FIH Hockey Pro League: ରାଉରକେଲାରେ ଭାରତକୁ ୩-୧ରେ ହରାଇଲା ବେଲଜିୟମ

ରାଉରକେଲା,୧୧।୨: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ଏଫ୍‌ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ୨୦୨୫-୨୬ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଦଳ ବେଲଜିୟମ ନିକଟରୁ ପରାଜିତ ହୋଇଛି।…

ରାସ୍ତା ପାର୍‌ ହେଉଥିଲେ ମହିଳା, ଦ୍ରୁତଗତିରେ ଆସି ପିଟିଦେଲା ବାଇକ୍‌, ଆଉ ତା’ ପରେ…

କେନ୍ଦୁଝର,୧୧ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ପୁଟୁଳିଆ କ୍ରସିଙ୍ଗ ନିକଟରେ (ଓଡି-୧୧-ଏ-କେ-୧୧୬୩) ବାଇକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।…

ରୋଗୀଙ୍କୁ ମିଳୁନଥିଲା ୧୦୮ ଆମ୍ବୁଲାନ୍ସ ସେବା, ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆସିଲା…

କଲ୍ୟାଣସିଂହପୁର,୧୧।୨(ଦୀପକ କୁମାର ପରିଡା ):  ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଏକ ଆଦିବାସୀ ବହୁଳ ଅଞ୍ଚଳ ହେଇଥ‌ିବା ବେଳେ ଏଠାରେ ଜରୁରୀକାଳୀନ ସମୟରେ ଲୋକଙ୍କୁ ୧୦୮ ଆମ୍ବୁଲାନ୍ସ…

କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ପିପିଲି ପୋଲିସର ଏନକାଉଣ୍ଟ, ପୋଲିସକୁ ଗୁଳିମାଡ଼ ପରେ….

ପିପିଲି,୧୧।୨: ପିପିଲିରେ ପୋଲିସର ଏନକାଉଣ୍ଟର । କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ପିପିଲି ପୋଲିସ ଏନକାଉଣ୍ଟର କରିଥିବା ସୂଚନା ରହିଛି । ଗତ ୧ ତାରିଖରେ ସିଫା ନିକଟରେ…

ଧାନବିକ୍ରିରେ ଅବ୍ୟବସ୍ଥା, ବ୍ଲକ ଅଫିସ ଆଗରେ ଧାନ ଗଦାକଲେ ଚାଷୀ

ବରଗଡ଼,୧୧।୨(ପ୍ରେମାନନ୍ଦ ଖମାରୀ): ଆଉ ସପ୍ତାହକ ପରେ ବରଗଡ଼ ଜିଲାରେ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ମାସ ପୂରିବ। ତଥାପି ଜିଲାରେ ଧାନବିକ୍ରି ଅବ୍ୟବସ୍ଥା ଲାଗି ରହିଛି ।…

ଟି-୨୦ ବିଶ୍ୱକପ୍‌ ୨୦୨୬: ଜାଣନ୍ତୁ କ୍ରିକେଟ ଇତିହାସରେ କେବେ ଖେଳା ଯାଇଥିଲା ପ୍ରଥମ ସୁପର ଓଭର

ନୂଆଦିଲ୍ଲୀ,୧୧ା୨: ଆଜି ଅର୍ଥାତ୍‌ ବୁଧବାର ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଏକ ରୋମାଞ୍ଚକର ଡବଲ ସୁପର ଓଭରରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ତେବେ ଜାଣନ୍ତୁ ସୁପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri