ଶ୍ରେଣୀଗୃହରେ ତାଲା,ବାରଣ୍ଡାରେ ପିଲା

ଭୁବନେଶ୍ବର,୧୧ା୪(ସୁଚିସ୍ମିତା ସାହୁ): କୌଣସି ଉପାନ୍ତ କି ଗ୍ରାମାଞ୍ଚଳ ନୁହେଁ, ଖୋଦ୍‌ ରାଜଧାନୀରେ ବିଦ୍ୟାଳୟର ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି। ଶିକ୍ଷକ ଅଭାବରୁ ବିଦ୍ୟାଳୟରେ ତାଲା ଝୁଲୁଥିବାବେଳେ ପିଲାଙ୍କ ପାଠପଢ଼ା ଗୁରୁତର ବାଧାପ୍ରାପ୍ତ ହୋଇଛି। ମଞ୍ଚେଶ୍ୱରସ୍ଥିତ ରେଲୱେ କଲୋନୀ ସରକାରୀ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଏଭଳି ସ୍ଥିତି ରାଜ୍ୟର ଶିକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଷଷ୍ଠ ଓ ସପ୍ତମ ଶ୍ରେଣୀରେ ତାଲା ପକା ଯାଇଥିବାବେଳେ ପିଲାମାନେ ଶ୍ରେଣୀ ଗୃହ ପରିବର୍ତ୍ତେ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ଏମିତିକି ଅନ୍ୟ ପିଲାମାନେ ମଧ୍ୟାହ୍ନଭୋଜନ ଖାଉଥିବାବେଳେ ଏହି ଦୁଇ ଶ୍ରେଣୀର ପିଲାଙ୍କୁ ଦିଆଯାଉନାହିଁ। ସକାଳୁଆ ସ୍କୁଲ ହେବା ଦିନରୁ ଅର୍ଥାତ୍‌ ଗତ ୨ ତାରିଖରୁ ଏମିତି ଦୁଇ ଶ୍ରେଣୀର ଛାତ୍ରୀଛାତ୍ର ବାରଣ୍ଡାରେ ବସି ନିଜେ ପାଠ ପଢ଼ୁଛନ୍ତି। ପିଲାମାନେ ଘରୁ ନେଇଥିବା ବିସ୍କୁଟ ଓ ଟିଫିନ ଖାଉଛନ୍ତି। ବିନା କୌଣସି ନୋଟିସରେ ହଠାତ୍‌ ଶ୍ରେଣୀଗୃହରେ ତାଲା ପକାଇ ଦିଆଯାଇଥିବାରୁ ଅଭିଭାବକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଚଳିତ ଶିକ୍ଷାବର୍ଷରୁ ଏହି ଦୁଇ ଶ୍ରେଣୀ ବନ୍ଦ ହୋଇଯାଇଥିବା ଶୁଣିବା ପରେ ସେମାନେ ଚିନ୍ତାରେ ପଡ଼ିଛନ୍ତି।
ବହୁ ପୁରୁଣା ଏହି ବିଦ୍ୟାଳୟରୁ ଶହଶହ ମେଧାବୀ ସୃଷ୍ଟି ହେବା ସହ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇଛନ୍ତି। ଏବେ ଶିକ୍ଷାନୁଷ୍ଠାନ ବନ୍ଦ ହେବା ଘଟଣା ସେମାନଙ୍କୁ କଷ୍ଟ ଦେଉଛି। ବିଶେଷକରି ଦିନ ମଜୁରିଆ ଓ ମଧ୍ୟବିତ୍ତ ପରିବାରର ଶହେରୁ ଅଧିକ ପିଲା ଏଠାରେ ପଢ଼ୁଛନ୍ତି। ସେମାନେ ଟିସି ନେଇ ନ ଥିବାବେଳେ ଶ୍ରେଣୀ ଗୃହରେ ତାଲା ପକାଇବା ଦ୍ୱାରା ସେମାନଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଇଛି।
ଏ ସମ୍ପର୍କରେ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଅମାତୁଲ କରିମ କହିଛନ୍ତି, ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟ, ଷଷ୍ଠ ଓ ସପ୍ତମ ଶ୍ରେଣୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ଅଷ୍ଟମରୁ ଦଶମ ଶ୍ରେଣୀ ପ୍ରାଇଭେଟ୍‌ ସ୍କୁଲ ରହିଛି। ଷଷ୍ଠ ଓ ସପ୍ତମ ଶ୍ରେଣୀର ଶିକ୍ଷକ ଅବସର ନେବା ପେର ସେଠାରେ ନୂତନ ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ। ଏହି ଦୁଇ ଶ୍ରେଣୀକୁ ବନ୍ଦ କରିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିବାବେଳେ ବିଭାଗ ପକ୍ଷରୁ ଗତ ମାର୍ଚ୍ଚ ୩୧ରେ ଏନେଇ ଚିଠି ଆସିଛି। ଚଳିତ ଶିକ୍ଷାବର୍ଷରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ଆଡମିଶନ ନ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଥିବାବେଳେ ମଧ୍ୟାହ୍ନ ଭୋଜନ ବନ୍ଦ ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏହି ଶ୍ରେଣୀ ଦୁଇଟିକୁ ବନ୍ଦ କରିବାକୁ ଅଭିଭାବକମାନେ ଚାହୁଁନାହାନ୍ତି। ସେଥିପାଇଁ ସେମାନେ ଡିଇଓ ଓ ବିଇଓଙ୍କୁ ଅନୁରୋଧ କରିଛନ୍ତି। ବିଦ୍ୟାଳୟ ଖୋଲିବା ନେଇ ଚିଠି ଆସିବା ପରେ ପୁଣି ଆଡମିଶନ କରାଯିବ ବୋଲି ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୨ ଦିନ ପ୍ରବଳ ବର୍ଷିବ, ୪୦-ରୁ ୫୦ କିମି ବେଗରେ ବହିବ ପବନ: ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୭ା୩(ବନ୍ଦନା ସେଠୀ):ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଗ୍ରାଷ୍ମପ୍ରବାହ ଜାରି ରହିଛି। ସକାଳୁ ପ୍ରବଳ ଖରା ସହ ମଧ୍ୟାହ୍ନରୁ ଝାଞ୍ଜି ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ଇତିମଧ୍ୟରେ ପାରଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri