ବିଭିନ୍ନ ଦାବି ନେଇ ମିଶନ ଶକ୍ତି, ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟରେ ଝୁଲିଲା ତାଲା

ତୁମୁଡ଼ିବନ୍ଧ,୨୨ା୯(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର କାର୍ଯ୍ୟରତ ଏମ୍‌ବିକେ, ସି୍‌ଆର୍‌ପିସିଏମ୍‌, ବ୍ୟାଙ୍କ, କୃଷି ଓ ପ୍ରାଣୀ ମିତ୍ରମାନେ ୭ଦଫା ଦାବି ନେଇ ତୁମୁଡିବନ୍ଧ ବ୍ଲକସ୍ଥିତ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟକୁ ତାଲା ପକାଇବା ସହ ଧାରଣାରେ ବସିଥିବା ସୋମବାର ଦେଖିବାକୁ ମିଳିଛି।

ସୂଚନାନୁସାରେ, ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ଯୋଜନାରେ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ବିରୋଧ କରି ତୁମୁଡିବନ୍ଧ ବ୍ଲକର ୧୧ଟି ପଞ୍ଚାୟତର ୧୫୦ ଜଣ କାର୍ଯ୍ୟରତ ଏମ୍‌ବିକେ, ସିଆର୍‌ପିସିଏମ୍‌, ବ୍ୟାଙ୍କ, କୃଷି ଓ ପ୍ରାଣୀ ମିତ୍ରମାନେ ବ୍ଲକ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟକୁ ତାଲାପକାଇ ଧାରଣାରେ ବସିବା ସହିତ ପ୍ଲା କାର୍ଡ ଧରି ନିଜର ୭ ଦାବିକୁ ନାରାବାଜି ମାଧ୍ୟମରେ ଉପସ୍ଥାପନ କରିଛନ୍ତି। ଉକ୍ତ ଦାବିଗୁଡ଼ିକ ହେଲା ଯଥା ପୂର୍ବପରି ସ୍ଥାୟୀ ନିଯୁକ୍ତି, ଦରମା, ଆକାଉଣ୍ଟରେ ପୈଠ, ପର୍‌ଫର୍ମାନ୍ସ ଓ ବୋନସ୍‌ ପ୍ରୋତ୍ସାହନ ବନ୍ଦ, ୬ମାସର ବକେୟା ରାଶି ପ୍ରଦାନ, କାର୍ଯ୍ୟ ଅନୁଯାୟୀ ବର୍ଦ୍ଧିତ ପାରିଶ୍ରମିକ ପ୍ରଦାନ, ରାଜସ୍ବ ଗ୍ରାମଭିତ୍ତିକ ନିଯୁକ୍ତି ପ୍ରହସନ ବନ୍ଦ ଆଦି ଦାବି ନେଇ ଧାରଣା ଜାରି ରହିଛି। ବ୍ଲକ ସଭାପତି କାଦମ୍ବିନୀ ବାଗ୍‌ଙ୍କୁ ପଚାରିବାରୁ ସେ କହିଛନ୍ତି, ସମସ୍ତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ।

Share