Posted inଖେଳ

‘ଲକ୍‌ଡାଉନ୍‌ ବିଶ୍ୱକପ୍‌ କ୍ୱାଲିଫାଇଂ ସମ୍ଭାବନାକୁ ପ୍ରଭାବିତ କରିଛି’

ଇମ୍ପାଲ,୨।୭(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଜାରି କରାଯାଇଥିବା ଲକ୍‌ଡାଉନ୍‌ ୨୦୨୧ ବିଶ୍ୱକପ୍‌ କ୍ୱାଲିଫାଇଂ ସମ୍ଭାବନାକୁ ପ୍ରଭାବିତ କରିଛି ବୋଲି ଭାରତୀୟ ମହିଳା ଜୁନିୟର ଦଳ ଅଧିନାୟକିକା ସୁମନ ଦେବୀ ଥୋଉଡାମ୍‌ କହିଛନ୍ତି। ୨୦୨୦ ମହିଳ ଜୁନିୟର ଏସିଆକପ୍‌ ମାଧ୍ୟମରେ ଏଫ୍‌ଆଇଏଚ୍‌ ଜୁନିୟର ମହିଳା ବିଶ୍ୱକପ୍‌ ଟିକେଟ ହାସଲ କରିବା ଲକ୍ଷ୍ୟରେ ଭାରତୀୟ ଦଳ ରହିଥିଲା। ଏସିଆକପ୍‌ ଜାପାନର କାକାମିଗାହାରାରେ ଏପ୍ରିଲ ୬ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ମହାମାରୀ କାରଣରୁ ଏହାକୁ ବାତିଲ କରାଯାଇଥିଲା।
ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆମେ ଜାତୀୟ କୋଚିଂ କ୍ୟାମ୍ପରେ ଜୁନିୟର ଏସିଆ କପ୍‌ରେ ଭଲ ପ୍ରଦର୍ଶନ କରିବା ପାଇଁ ଅଭ୍ୟାସ କରିଥିଲୁ। ଏସିଆ କପ୍‌ରେ ଭଲ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାରେ ୨୦୨୧ ବିଶ୍ୱକପ୍‌ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ରହିଥିଲୁ। ତେବେ ଏହି ମାହାମାରୀ ଯୋଗୁ ଆମ ପ୍ରସ୍ତୁତି ବନ୍ଦ ରହିଥିଲା ବୋଲି ସୁମନ କହିଛନ୍ତି। ଗତବର୍ଷ ଆମେ ଭଲ ପ୍ରଦର୍ଶନ କରିଥିଲୁ। ତେଣୁ ଏସିଆକପ୍‌ରେ ଭଲ ପ୍ରଦର୍ଶନ ନେଇ ଆମେ ନିଶ୍ଚିତ ଥିଲୁ। ଅନ୍ୟ ସାଥି ଖେଳାଳିମାନେ ଘରକୁ ଫେରିଯାଇଥିବା ବେଳେ ସୁମନ ଲକ୍‌ଡାଉନ୍‌ କାରଣରୁ ବେଙ୍ଗାଲୁରୁ ସାଇ ସେଣ୍ଟରରେ ରହି ସିନିୟର ଦଳ ସହିତ ଅଢେଇମାସ ରହିଥିଲେ। ମାର୍ଚ୍ଚ ୨୨ରେ ମୋର ଟିକେଟ ବୁକ୍‌ ହୋଇଥିଲେ ମଧ୍ୟ ଜନତା କର୍ଫ୍ୟୁ ପାଇଁ ଯାତ୍ରା କରିପାରି ନ ଥିଲି। ଶେଷରେ ସେ ଜୁନ୍‌ ୧୯ ତାରିଖରେ ଘରକୁ ଫେରିଥିଲେ ଓ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ଏବେ ପରିବାର ସହିତ ସମୟ ବିତାଇବାକୁ ଚାହୁଁଛି ବୋଲି ସୁମନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri