କୋରାପୁଟ,୧୪ା୧୦(ଅମିତାଭ ବେହେରା): କୋରାପୁଟ ଜିଲା ନନ୍ଦପୁର ବ୍ଲକର ନାଗେଶ୍ବରୀ ପାହାଡ଼ ଖଣି ଖନନକୁ ବିରୋଧ କରି ମଙ୍ଗଳବାର ମାଳି ସୁରକ୍ଷା ମଞ୍ଚର ଶତାଧିକ ଅଞ୍ଚଳବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହେବା ସହ ଅଦାନୀ କମ୍ପାନୀକୁ ଖଣି ଖନନ ପାଇଁ ଦିଆଯିବ ନାହିଁ ବୋଲି ଦାବି କରିଛନ୍ତି। ନାଗେଶ୍ୱରୀ ପାହାଡ଼ ଏକ ପର୍ଯ୍ୟଟନ ସ୍ଥଳୀର ହୋଇଥିବା ବେଳେ ପାହାଡ଼ ଗୁମ୍ଫାରେ ଥିବା ଠାକୁରାଣୀଙ୍କୁ ଅଞ୍ଚଳବାସୀ ପୂଜାର୍ଚ୍ଚନା କରି ଆସୁଥିବାବେଳେ ଜଙ୍ଗଲ ଜମି ଉପରେ ନିର୍ଭର କରୁଥିବା ୯ଟି ଗ୍ରାମର ଗ୍ରାମବାସୀ ଜୀବିକା ନିର୍ବାହ କରୁଛନ୍ତି। ଏଣୁ ଉକ୍ତ ଅଞ୍ଚଳରେ ହେବାକୁ ଥିବା ଖଣି ଖନନ ବନ୍ଦ କରିବା ପାଇଁ ଏହି ଅଞ୍ଚଳର ବିମଲ ପୂଜାରୀ, ବୁଦା ଖିଲ, ଲକ୍ଷ୍ମଣ ଶିଶା, ବିଜୟ ମୁଦୁଲି ଆଦି ଶତାଧିକ ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ।


