ଦୃଷ୍ଟି ଆଢ଼ୁଆଳରେ ଚକ୍ରତୀର୍ଥ ପୀଠ, ସଂରକ୍ଷଣ ଲୋଡୁଛି

କେନ୍ଦୁଝର, ୨୪ା୧୦: କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡରେ ଥିବା ଚକ୍ରତୀର୍ଥ, ଗଡ଼ଚଣ୍ଡୀ ପର୍ଯ୍ୟଟନ କ୍ଷେତ୍ରରେ ପ୍ରାଚୀନ ବୌଦ୍ଧ ଓ ଜୈନ ପରମ୍ପରାର ଝଲକ ଦେଖିବାକୁ ମିଳେ। କିନ୍ତୁ ଏହି ସ୍ଥାନ ଗୁଡ଼ିକ ଅବହେଳିତ ହୋଇଥିବାରୁ ଜଙ୍ଗଲରେ ପଡ଼ିରହିଛି ଜୈନ ଓ ବୌଦ୍ଧ କୀର୍ତ୍ତିରାଜି। ତେବେ ଏସବୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ସ୍ଥାନ ହୋଇଥବାରୁ ପ୍ରଶାସନ ଏହାକୁ ଦୃଷ୍ଟି ଦେଇ ଜୈନ ଏବଂ ବୌଦ୍ଧ କୀର୍ତ୍ତିରାଜି ସଂରକ୍ଷଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଶାନ୍ତ ପରିବେଶ ମଧ୍ୟରେ ରହିଛି ଚକ୍ରତୀର୍ଥ ଶୈବପୀଠ। ଆନନ୍ଦପୁର ଉପଖଣ୍ଡ କାଠକଟା ପଞ୍ଚାୟତ ଅଧୀନ ବଉଳା ପର୍ବତମାଳା ପାଦଦେଶରେ ରହିଛି ଏହି ପୀଠ। ଘଞ୍ଚ ପ୍ରାକୃତିକ ଜଙ୍ଗଲ ପରିବେଷ୍ଟିତ ଏହି ସ୍ଥାନରେ ବହୁ ପୁରାତନ ଶିବ ମନ୍ଦିର, ମଠ ଏବଂ ଜଳପ୍ରପାତ ରହିଛି। ମନ୍ଦିରର ରକ୍ଷଣାବେକ୍ଷଣ କରନ୍ତି ଜଣେ ବାବା। ଏଠାରେ ଥିବା ବାବାଙ୍କ ମଠରେ ସର୍ବଦା ଧୁନି ଜଳେ। ଘଞ୍ଚ ଅରଣ୍ୟ ସ୍ଥାନକୁ ହସ୍ତୀ ଅଭୟାରଣ୍ୟ ତଥା ଚକ୍ରତୀର୍ଥ ଜୈବ ମଣ୍ଡଳ ଭାବେ ସରକାର ସଂରକ୍ଷିତ କରିଥିବା ବେଳେ ଐତିହାସିକଙ୍କ ମତରେ ଏକଦା ଏହି ସ୍ଥାନଟି ଏକ ଜୈନକ୍ଷେତ୍ର ଭାବେ ପରିଚିତ ଥିଲା। ମନ୍ଦିର ନିକଟରେ ବୋହି ଯାଉଛି ଏକ ଝରଣା, ଯାହାକି ଏକ ଜଳପ୍ରପାତ ସଦୃଶ ପାଣି ଉପରୁ ଖସି ତଳେ ପଡ଼ି ପ୍ରବାହିତ ହେଉଛି। ଏହି ପାହାଡ଼ରେ ଭଗବାନ୍‌ ବିଷ୍ଣୁଙ୍କ ଦ୍ୱାରା ଚକ୍ରଭେଦ ହେବା ପରେ ଏକ ଝରଣା ସୃଷ୍ଟି ହୋଇଥିଲା ବୋଲି ଲୋକମୁଖରୁ ଶୁଣାଯାଏ। ଏଠାକାର ଶାନ୍ତ ପରିବେଶ ସମୟକ୍ରମେ ଜୈନ ଧର୍ମାବଲମ୍ବୀ ସାଧୁ ସନ୍ଥଙ୍କୁ ତପସ୍ୟା ଲାଗି ଆକୃଷ୍ଟ କରିଥିଲା। ପରବର୍ତ୍ତୀ ସମୟରେ ଏହି ସ୍ଥାନଟି ଚକ୍ରତୀର୍ଥ ନାମରେ ନାମିତ ହୋଇଥିଲା। ପାହାଡ଼ର ପାଦଦେଶରେ ତଥା ଝରଣା କୂଳରେ ରହିଛି ଚକ୍ରେଶ୍ୱର ମହାଦେବଙ୍କ ମନ୍ଦିର। ଝରଣା ଦେଇ ପାହାଡ଼ ଉପରକୁ ଏକ ପାଦ ଚଲା ରାସ୍ତା ଥିଲା। ଏହି ସ୍ଥାନରେ ଗରୁଡ଼ କୁଣ୍ଡ ଓ ଆକାଶ ଗଙ୍ଗା ନାମରେ ଏକ ଜଳାଶୟ ରହିଛି। ଏଠାରେ ଆଉ ଏକ କୁଣ୍ଡ ମଧ୍ୟ ଥିଲା, ଯାହାକୁ ଚକ୍ରକୁଣ୍ଡ ବୋଲି କୁହାଯାଏ। ଆଗରୁ ଶ୍ରଦ୍ଧାଳୁମାନେ ପାହାଡ଼ର ପ୍ରସ୍ତର ପାହାଚରେ ଚଢ଼ି ଚଢ଼ି ଯାଇ ସ୍ନାନ କରୁଥିଲେ ବୋଲି କୁହାଯାଏ। କିନ୍ତୁ ମହାବାତ୍ୟା ପରେ ପାହାଡ଼ରୁ ପଥର ଖସିବାରୁ ଏହି ରାସ୍ତାଟି ବନ୍ଦ ହୋଇଯାଇଥିବାବେଳେ ସେବେଠୁ ଉକ୍ତ ସ୍ଥାନକୁ ଯାତାୟାତ ବନ୍ଦ ହୋଇଯାଇଛି ।

ବଉଳା ପର୍ବତମାଳାର ଅନ୍ୟ ଏକ ପାର୍ଶ୍ୱରେ ରହିଛି ବୌଦ୍ଧତନ୍ତ୍ର ଯୁଗର ଗଡ଼ଚଣ୍ଡୀ ମନ୍ଦିର। ଏଠାକାର ପାହାଡ଼ ଗୁମ୍ଫାରେ ଦେବୀ ଚାମୁଣ୍ଡା ପୂଜା ପାଇ ଆସୁଥିବା ବେଳେ ପରବର୍ତ୍ତୀ ସମୟରେ ଏକ ମନ୍ଦିର ଗଢ଼ାଯାଇ ଦେବୀଙ୍କ ପୂଜାର୍ଚ୍ଚନା କରାଯାଇଆସୁଛି। ପରବର୍ତ୍ତୀ ସମୟରେ ଦେବୀଙ୍କ ଆଦେଶକ୍ରମେ ପାହାଡ଼ ତଳେ ପୂଜା ପାଇଆସୁଥିବା ସ୍ଥାନୀୟ ଲୋକ କଥା ରହିଛି। ୧୯୭୮ରେ ସ୍ଥାନୀୟ ଲୋକେ ଗଡ଼ଚଣ୍ଡୀ ଯୁବ ପରିଷଦ ଗଠନ କରି ଏହାର ରକ୍ଷଣାବେକ୍ଷଣ କରିଆସୁଛନ୍ତି। ୧୯୮୫ରେ ଏହି ମନ୍ଦିର ନିର୍ମାଣ କରାଯାଇଥିବା ବେଳେ ୧୯୯୮ରେ ଏହାକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ମିଳଛି ା ପାହାଡ଼ ପାଦ ଦେଶରେ ଚିରସ୍ରୋତା ଝରଣା କୂଳରେ ଅବସ୍ଥିତ ଏହି ରମଣୀୟ ସ୍ଥାନକୁ ବର୍ଷତମାମ ପର୍ଯ୍ୟଟକ ଆସିଥାନ୍ତି। ଏହି ଅଞ୍ଚଳରୁ ବହୁ ବୌଦ୍ଧତନ୍ତ୍ର ସମୟର କଳାକୀର୍ତ୍ତି ଉଦ୍ଧାର କରାଯାଇ ବିଭିନ୍ନ ସ୍ଥାନରେ ରଖାଯାଇଛି। ସେହିପରି ଏହା ନିକଟରେ ରହିଛି ରାମଚଣ୍ଡି ମନ୍ଦିର, ପୋଡ଼ାସିଙ୍ଗିଡି; ଯେଉଁଠି ଜୈନ ଓ ବୌଦ୍ଧତନ୍ତ୍ର ଯୁଗର କଳାକୀର୍ତ୍ତିର ଅବଶେଷ ଏବେ ମଧ୍ୟ ଦେଖିବାକୁ ମିଳେ। ଏହି ଅଞ୍ଚଳ ବିଷୟରେ ଅଧିକ ଗବେଷଣା ହେବା ଆବଶ୍ୟକ। ଏହାକୁ ନେଇ ବହୁ ଲେଖା ପ୍ରକାଶିତ ହୋଇଥିଲାବେଳେ ସରକାରଙ୍କ ପକ୍ଷରୁ ପ୍ରତ୍ନତତ୍ତ୍ୱ ବିଭାଗ ଜରିଆରେ ଏହି ସ୍ଥାନର ଖନନ କରାଗଲେ ଲୁଚି ରହିଥିବା ବହୁ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଗବେଷକ ଡ. କୃଷ୍ଣଚନ୍ଦ୍ର ନାୟକ କୁହନ୍ତି ।

ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri