ତୁଣ୍ଡଲା,୧୯।୯ (ଫିରୋଜ କୁମାର ଦାଶ ): ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କଚା ରାସ୍ତାକୁ ପକ୍କା ରାସ୍ତା କରିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ କେବେ ବି ରାସ୍ତାର ଅବସ୍ଥା ସୁଧୁରି ନାହିଁ । ବର୍ତ୍ତମାନ ସରକାର ଘରୋଇ ରାସ୍ତାଗୁଡିକୁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କଂକ୍ରିଟ ରାସ୍ତା କରିବାରେ ଟଙ୍କା ଖର୍ଚ୍ଚ କରୁଥିବାରୁ ସ୍ଥାନୀୟ ସରପଞ୍ଚଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରିଛନ୍ତି॥ ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ସିର୍ଯାପାଲି ପଞ୍ଚାୟତ ଦିଗଶିରାଠାରୁ ସିର୍ଯାପାଲି ପଂଚାୟତକୁ ଯାଉଥିବା ଜନପଡାଠାରେ।
ସୂଚନାଯୋଗ୍ୟ, ମୁଖ୍ୟ ରାସ୍ତାରୁ ଜନପଡା ଭିତରକୁ ଯାଉଥିବା ରାସ୍ତାଟି କୌଣସି ସରକାରୀ ରାସ୍ତା ନୁହେଁ କିନ୍ତୁ ଏକ ଘରୋଇ ରାସ୍ତା ଉପରେ ସରକାରଙ୍କ ୫ମ ଏସଏଫସି ଯୋଜନା ଠାରୁ ଦୁଇ ଲକ୍ଷ ଟଙ୍କା ବିନିମୟରେ କଂକ୍ରିଟ ରାସ୍ତା କରାଯାଇଥିବା ଦେଖିବାକୁ ମିଳିଛି । ଏନେଇ ଏ.ଇ.ଇ. ସୁବାଷ ନାଏକଙ୍କୁ ପଚାରିବାରୁ ଯେତେବେଳେ କଂକ୍ରିଟ ସାମଗ୍ରୀ ସେଠି ରଖାଗଲା ସେତେବେଳେ କାହିଁକି ମୋତେ ଫୋନ କଲେନାହିଁ ଓ କାମ ସରିଗଲା ପରେ କାହିଁକି ଫୋନ କରିକି ପଚାରୁଛନ୍ତି ବୋଲି କହିଛନ୍ତି। ମୁଁ ବର୍ତ୍ତମାନ ଭି.ସି ମିଟିଙ୍ଗରେ ଅଛି , ଆଉ ଆପଣଙ୍କୁ କିଛି ମତାମତ ଦେଇପାରିବି ନାହିଁ ବୋଲି ଫୋନ ଯୋଗେ ସେ କହିଛନ୍ତି। ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ଦାଶଙ୍କୁ ପଚାରିବାରୁ ସିର୍ଯାପାଲି ମୁଖ୍ୟ ରାସ୍ତା ଅବସ୍ଥା ବହୁତ ଖରାଫ, ସେହି ରାସ୍ତାରେ କାମ କରୁନାହାନ୍ତି କିନ୍ତୁ ଘରୋଇ ରାସ୍ତା ଉପରେ କାହିଁକି କାମ କରାଗଲା ବୋଲି କହିଛନ୍ତି ଓ ମୁଖ୍ୟ ରାସ୍ତାକୁ କଂକ୍ରିଟ କରିବା ପାଇଁ ବହୁ ବାର ସମିତି ମିଟିଙ୍ଗ ଅଭିଯୋଗ ମଧ୍ୟ କରିଛି ବୋଲି ପ୍ରକାଶ କରିଛନ୍ତି। ବର୍ତ୍ତମାନ ଦାୟିତ୍ୱରେ ଥିବା ଜେଇଇ ଜୟଶ୍ରୀ ସନ୍ଧ୍ୟାଙ୍କୁ ଫୋନ କଲେ ଜାଣିଶୁଣି ମଧ୍ୟ ସେ ଫୋନ ରିସିଭ କରୁନାହାନ୍ତି ବୋଲି ସୂଚନା ରହିଛି।


