Categories: ଯାଜପୁର

ସାହିତ୍ୟ ହେଉଛି ଲେଖକଙ୍କ ବୈଭବ

ଯାଜପୁରରୋଡ୍‌,୨୭ା୩: ଯାଜପୁରରୋଡ୍‌ ସ୍ଥିତ ଉତ୍ସବ ପ୍ୟାଲେସ୍‌ରେ ‘ଅଭିମାନ’ ପ୍ରକାଶନର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ କବି ପ୍ରଭାକର ଶତପଥୀ,ରାଜକିଶୋର ପାଢ଼ୀ,ବିଦ୍ୟୁତ୍‌ ଲତା ଦାସ, ଭବାନୀ ଭୂୟାଁ ଓ ପ୍ରଦୀପ କୁମାର ରାୟ ଅତିଥି ଭାବେ ଯୋଗ ଦେଇ ସାହିତ୍ୟ ସର୍ଜନର ବୈଭବ ସମ୍ପର୍କରେ ଆଲୋକପାତ କରିଥିଲେ। ସଭାରେ ମିରିନା ମହାନ୍ତିଙ୍କ କବିତା ସଂକଳନ ଶିଖା,ଜୟନ୍ତୀ ଜେନାଙ୍କ ଉପନ୍ୟାସ ଫେରନ୍ତା ପକ୍ଷୀର ସ୍ବର, ପବିତ୍ର ମୋହନ ଦାଶଙ୍କ କବିତା ବହି ରକ୍ତଶସ୍ୟ,ମାନମୟୀ ରଥଙ୍କ ଚିଠି ସଂକଳନ ଅଜ୍ଞାତ ଠିକଣା ଓ ଅଭିଷେକ କାଶ୍ୟପଙ୍କ ନନ୍ଦିତା ମହାନ୍ତି କୃତ ଅନୁବାଦ ଗଳ୍ପ ବହି କଥା କିମ୍ବଦନ୍ତୀ ଇତ୍ୟାଦି ଉନ୍ମୋଚିତ ହୋଇଥିଲା। ଉନ୍ମୋଚିତ ବହିଗୁଡ଼ିକର ସମୀକ୍ଷା ଉପସ୍ଥାପିତ ହୋଇଥିଲା । ସମଗ୍ର ଆସରକୁ ସୁଚାରୁ ରୂପେ ସଂଚାଳନ କରିଥିଲେ କବି ପଦ୍ମଜା ଶରଣ। ପ୍ରକାଶିକା ମାନମୟୀ ରଥଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଏ ସଭାରେ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ,ଓମ ଅଭଜ୍ଞାନ ସାହୁ,ସୁପ୍ତି କର,ଲାବଣ୍ୟ ନାୟକ,ଅମୀୟ ବେଜ,ବବିତା ସାହୁ ଓ ସୁବ୍ରତ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଦୀପ ରାୟଙ୍କୁ ଜଗନ୍ନାଥ ଦାଶ ସ୍ମୃତି ସମ୍ମାନ,ସୁସ୍ମିତା ମହାନ୍ତି ଓ ଅଜୟ କୁମାର ମହାନ୍ତିଙ୍କୁ ସର୍ଜକ ଯୁଗଳ ସମ୍ମାନ ଓ ଶ୍ରୀମାନ ସର୍ଗିଳାଙ୍କୁ ଗୋବିନ୍ଦ ଚନ୍ଦ୍ର ଦାଶ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମିରିନା ମହାନ୍ତି।