ନୂଆଦିଲ୍ଲୀ,୧।୫ : ରାଜ୍ୟସଭା ଏମବି କପିଲ ସିବଲ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ ନେଇ କଟାକ୍ଷ କରିଛନ୍ତି। ସିବଲ କହିଛନ୍ତି ,ପ୍ରଧାନମନ୍ତ୍ରୀ ମଧ୍ୟ ଜନ୍ତର ମନ୍ତରକୁ ଯାଇ ମହିଳା କୁସ୍ତିଯୋଦ୍ଧାଙ୍କ ମନର କଥା ଶୁଣନ୍ତୁ । ଏହା ଦର୍ଶାଇବ, ପ୍ରଧାନମନ୍ତ୍ରୀ ଲୋକଙ୍କ ଯନ୍ତ୍ରଣା ବୁଝିବାକୁ ଇଚ୍ଛୁକ। କପିଲ ସିବଲ ସୁପ୍ରିମକୋର୍ଟରେ ମହିଳା କୁସ୍ତି ଯୋଦ୍ଧାମାନଙ୍କ ପକ୍ଷରୁ ମାମଲା ଲଢୁଛନ୍ତିି।
ଟୁଇଟ କରି ସେ କହିଛନ୍ତି, ମୋଦି ଜୀଙ୍କୁ ମନ କି ବାତର ୧୦୦ତମ ଏପିସୋଡ ପାଇଁ ଅଭିନନ୍ଦନ। କିନ୍ତୁ ଯଦି ଆପଣଙ୍କ ପାଖରେ ସମୟ ଅଛି, ଦୟାକରି ଜନ୍ତର ମନ୍ତରକୁ ଯାଆନ୍ତୁ ଏବଂ ସେଠାରେ ପ୍ରଦର୍ଶନ କରୁଥିବା ମହିଳା କୁସ୍ତି ଯୋଦ୍ଧାମାନଙ୍କ କଥା ଟିକେ ଶୁଣନ୍ତୁ। ଏହା ଦର୍ଶାଇବ ଆମର ପ୍ରଧାନମନ୍ତ୍ରୀ ସେମାନଙ୍କର ଯନ୍ତ୍ରଣା ବୁଝନ୍ତି । ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମର୧୦୦ତମ ପର୍ଯ୍ୟାୟ ରବିବାର ପ୍ରସାରିତ ହୋଇଛି। ଏହି ସମ୍ବନ୍ଧରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଶୁଣିବା ପାଇଁ ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

