ଖୁଲମଖୋଲା କରୁଥିଲେ ମଦ ବିକ୍ରି: ଭିଡିଓ ହେଉଥିଲା ଭାଇରାଲ, ପରେ…

ପରଜଙ୍ଗ୧୦।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା  ସାଆନ୍ଦା ଫାଣ୍ଡିଠାରୁ ଅଳ୍ପଦୂର ରୋଡ଼ ଗାଁମାରୁ ଜଣେ ମଦ ବେପାରୀଙ୍କୁ ଧରିଛି ଅବକାରୀ ଟିମ୍‌। ଏଥିସହିତ ତାଙ୍କଠାରୁ ବିଫୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦକୁ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଜଣଙ୍କ ରୋଡ଼ ଗାଁର ପ୍ରତାପ ଚନ୍ଦ୍ର ସାହୁ। ତେବେ ପ୍ରତାପ ନିଜ ଦୋକାନରେ ଖୁଲମ ଖୋଲା ବିଦେଶୀ ମଦ ବିକ୍ରି କରୁଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଏପରିକି ଏକ ଭିଡିଓ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରଲ ହୋଇଥିଲା। ଯାହାକୁ ନେଇ କଡା ଆକ୍ସନ ନେଇଛି ଅବକାରୀ ଟିମ୍‌। କାମାକ୍ଷାନଗର ଓ ପରଜଙ୍ଗ ଅବକାରୀ ଟିମ୍‌ ମିଳିତ ଚଢ଼ାଉ କରିଥିଲା। ତେବେ ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନା ଥାଉକି ମଦ ବିକ୍ରିର ଭିଡିଓ ଭାଇରାଲ ପରେ ମଧ୍ୟ ଉକ୍ତ ଗ୍ରାମଟି ସାଆନ୍ଦା ଫାଣ୍ଡି ଅଧୀନରେ ଆସୁଥିଲେ ସୁଦ୍ଧା ଫାଣ୍ଡି ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ ଯାହାକି ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ଏହି ବିଷୟରେ ଫାଣ୍ଡି ଅଧିକାରୀ କୁହନ୍ତି,  କର୍ମଚାରୀ ଅଭାବ ଯୋଗୁ ଚଢ଼ାଉ କରାଯାଇ ପାରୁନାହିଁ । ତେବେ ଫାଣ୍ଡି ଗାଡ଼ି ଚଳାଉଥିବା ଗୃହରକ୍ଷୀ ଜଣଙ୍କ ଭୂମିକାକୁ ନେଇ ସାଧାରଣରେ ବେଶ ଆଲୋଚନା ହେଉଛି ।
Dharitri – Odisha’s No.1 Odia Daily