ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବନ୍ଦ ହେବ ବେଆଇନ ମଦ କାରବାର! ଅବକାରୀ ଅଧୀକ୍ଷକଙ୍କୁ ଚିଠି

ଧର୍ମଶାଳା,୪।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ‘ମଦ’ ରେଡ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଅବକାରୀ ଅଧୀକ୍ଷକଙ୍କୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବେଆଇନ ମଦ କାରବାର ନେଇ ଗତ ଡିସେମ୍ବର  ଚିଠି କରିଥିଲେ ।  ବିଧାୟକ ଜଣାଇବା ପରେ ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଅବକାରୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ‘ମଦ’ ରେଡ୍‌ କରି ଆଇନଶୃଙ୍ଖଳା ଅବନ୍ନତି ରୋକିବାକୁ ପରାମର୍ଶ ଦିଆଯାଇଛି ।

ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଜିଲା ଅବକାରୀ କର୍ମଚାରୀମାନଙ୍କୁ ସେମାନଙ୍କ ଚଢାଉରେ ସମର୍ଥନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅବୈଧ ମଦ ବ୍ୟବସାୟକୁ ବନ୍ଦ କରିବା ଏବଂ ମୂଳପୋଛ କରିବା ପାଇଁ ଏବଂ ଅଞ୍ଚଳରେ ଉତ୍ତମ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ଅବକାରୀ ଅଧୀକ୍ଷକଙ୍କୁ ଚିଠିରେ କୁହାଯାଇଛି ।

 

Dharitri – Odisha’s No.1 Odia Daily

Share