ମଦ ଜବତ ପାଇଁ ଯାଇଥିବା ବେଳେ ଅବକାରୀ ସ୍କ୍ବାଡଙ୍କୁ ଆକ୍ରମଣ, ମଦ ମାଫିଆଙ୍କ ମାଡ଼ରେ…

ନୟାଗଡ଼,୧୫।୧(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ବୋଦାପଡା ଗାଁରେ ମଦ ଜବତ କରିବା ପାଇଁ ଯାଇଥିବା ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍ ଉପରେ ମଦ ମାଫିଆମାନେ ମିଳିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମଦ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ଅବକାରୀ ବିଭାଗର ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି । କନଷ୍ଟେବଳ କୈବଲ୍ୟ ସ୍ଵାଇଁ, ଦେବି ପ୍ରସାଦ ପାଣି, ନୀଳ ଲୋହିତ୍ ମଲ୍ଲିକ ପ୍ରମୁଖ ଆହତ ହୋଇଥିବା ସୂଚନା ରହିଛି ।

ବୋଦାପଡା ଗାଁରେ ଦେଶୀ ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗ ପରେ ଜିଲା ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍ ଚଢ଼ାଉ କରିଥିଲା। ଦେଶୀ ମଦ ଜବତ କରିବା ବେଳେ ମଦ ମାଫିଆ ମାନେ ଆକ୍ରମଣ କରିଥିଲେ। ଅଭିଯୋଗ ପରେ ସଦର ଥାନା ପୋଲିସ ଜଣଙ୍କୁ ଅଟକ ପଚରାଉଚରା କରୁଛି ।

 

Dharitri – Odisha’s No.1 Odia Daily

Share