ବଲାଙ୍ଗୀର,୨୩ା୭(ବୀରେନ୍ଦ୍ର ଝାଙ୍କର): ମରଣାନ୍ତକ ଆକ୍ରମଣର ଶିକାର ହେଉଥିବା ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଗାଁର ଦେଶୀ ମଦଭାଟିର ଜଣେ କର୍ମଚାରୀଙ୍କ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ କର୍ମଚାରୀ ଜଣକ ବିହାରର ଶାରଦା ଯାଦବ ବୋଲି ଜଣାପଡ଼ିଛି। କେଉଁ ଘଟଣାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା ଜଣାପଡ଼ିନାହିଁ। ତେବେ ସଦର ଥାନା ପୋଲିସ ସିନଖମନ ଗାଁର ୫/୬ ଜଣ ବ୍ୟକ୍ତିଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି। ପୋଲିସ ତଦନ୍ତ ଜାରି ରଖିଥିବା କହିଛି।