ଗ୍ରୋସେରି ଦୋକାନରେ ବିକ୍ରି କରୁଥିଲେ ମଦ: ମାଡ଼ିବସିଲା…

ଦେବଗଡ଼,୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ  କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ଗ୍ରାମରେ ରାମଚନ୍ଦ୍ର ବେହେରା (୫୮) ତାଙ୍କ ଗ୍ରୋସେରି ଦୋକାନରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୋଲିସ ଶନିବାର ରାତିରେ ଚଢ଼ାଉ କରିଥିଲା ।
ଚଢଉ ବେଳେ ଦୋକାନ ଭିତରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଥିବା ବେଳେ ରାମଚନ୍ଦ୍ରଙ୍କୁ ଗିରଫ କରିଥିଲା । ରାମଚନ୍ଦ୍ରଙ୍କ ଦୋକାନରୁ ୨୪ଟି ରୟାଲ ଷ୍ଟାଗ ହ୍ବିସ୍କ୍‌ (୧୮୦ ଏମଏଲ), ୨୪ଟି ମ୍ୟାକଡୋୱେଲ୍ସ ହୱିସ୍କି (୧୮୦ ଏମଏଲ), ୨୪ଟି ଫଷ୍ଟର୍ସ ବିୟର (୬୫୦ ଏମଏଲ), ୨୪ଟି କିଙ୍ଗଫିଶର ବିୟର (୬୫୦ ଏମଏଲ) ସହିତ ୫୦ଟି ଦେଶୀ ମଦ ପାଉଚ (୨୦୦ ଏମଏଲ) ଜବତ କରାଯାଇଥିଲା। ମୋଟ ଜବତ ମଦର ପରିମାଣ ପ୍ରାୟ ୪୯.୮୪୦ ଲିଟର ଥିବା ପୋଲିସ ସୂଚନା ଦେଇଛି। ରାମଚନ୍ଦ୍ରଙ୍କୁ  କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
Dharitri – Odisha’s No.1 Odia Daily