Posted inଖେଳ

୧୪ ବର୍ଷ ପରେ ଭାରତ ଆସିବେ ଲିଓନେଲ ମେସି: ଏହିଠାରେ ଖେଳିବେ ୨ ମ୍ୟାଚ୍‌

ଥିରୁଭାନନ୍ତପୁରମ,୨୧।୨: ସୁପରଷ୍ଟାର ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଜାତୀୟ ଫୁଟବଲ ଦଳ ଆସନ୍ତା ବର୍ଷ କେରଳ ଆସିବ। ଏନେଇ ବୋଲି କେରଳ ସରକାର ଘୋଷଣା କରିଛନ୍ତି। କେରଳର କ୍ରୀଡ଼ା ମନ୍ତ୍ରୀ ଭି ଅବ୍ଦୁରାହୀମାନ କହିଛନ୍ତି, ବିଶ୍ୱପ୍ରସିଦ୍ଧ ଆର୍ଜେଣ୍ଟିନା ଦଳ କେରଳରେ ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ, ଯାହା ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ତତ୍ତ୍ୱାବଧାନରେ ଆୟୋଜନ କରାଯିବ। ସ୍ଥାନ ଏବଂ ବିପକ୍ଷ ଦଳ ପରେ ସ୍ଥିର କରାଯିବ।
ସେ କହିଛନ୍ତି, ଲିଓନେଲ ମେସି ସମେତ ବିଶ୍ୱର ନମ୍ବର ଏକ ଫୁଟବଲ ଦଳ ଆର୍ଜେଣ୍ଟିନା କେରଳ ଆସୁଛି। ଦୁଇଟି ମ୍ୟାଚ ହେବ। ଆର୍ଜେଣ୍ଟିନା ଦଳ ଗସ୍ତ ବିଷୟରେ ଏକ ଆନୁଷ୍ଠାନିକ ଘୋଷଣା ହେବ। ଆର୍ଜେଣ୍ଟିନା ଫୁଟବଲ ଦଳ ସହିତ ଜଡିତ ବ୍ୟକ୍ତି ଦେଢ଼ ମାସ ମଧ୍ୟରେ କେରଳ ସ୍ଥିତି ତଦାରଖ କରିବେ। ଆମେ (ସରକାର) ଏହି ସମ୍ପର୍କରେ ଆର୍ଜେଣ୍ଟିନା ଜାତୀୟ ଦଳ ପରିଚାଳନା ସହିତ ଏକ ମିଳିତ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛୁ। ମୁଁ ଆର୍ଜେଣ୍ଟିନା ଜାତୀୟ ଦଳର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବା ଏବଂ ସେମାନଙ୍କୁ ରାଜ୍ୟ ଗସ୍ତ ପାଇଁ ସରକାରୀ ନିମନ୍ତ୍ରଣ ପ୍ରଦାନ କରିବା ପାଇଁ ସ୍ପେନ ଗସ୍ତ କରିଥିଲି। ସରକାର ମ୍ୟାଚ, ସୁରକ୍ଷା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ସିଧାସଳଖ ନଜର ରଖିବେ। ମ୍ୟାଚ ଆସନ୍ତା ବର୍ଷ ଅନୁଷ୍ଠିତ ହେବ, କିନ୍ତୁ ଆର୍ଜେଣ୍ଟିନା ଫୁଟବଲ ଫେଡେରେସନ (ଏଏଫଏ) ଦ୍ୱାରା ସ୍ଥିରୀକୃତ ସିଷ୍ଟମ ଅନୁସାରେ ତାରିଖ ଘୋଷଣା କରାଯିବ।

ସେ ସ୍ପଷ୍ଟ କରିଛନ୍ତି ଯେ, ମ୍ୟାଚ ଏପରି ଏକ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଯେଉଁଥିରେ ଅତି କମରେ ୫୦,୦୦୦ ଲୋକ ବସିପାରିବେ। ମ୍ୟାଚ ପାଇଁ ସ୍ଥାନ କୋଚି ହୋଇପାରେ। ଆର୍ଜେଣ୍ଟିନା ଫୁଟବଲ ଦଳର ଭାରତରେ ସର୍ବାଧିକ ସଂଖ୍ୟକ ପ୍ରଶଂସକ ଅଛନ୍ତି ଏବଂ ଏହାର ଏକ ଚତୁର୍ଥାଂଶ ପ୍ରଶଂସକ କେରଳରେ ଅଛନ୍ତି। ଏହି କାରଣରୁ ଆର୍ଜେଣ୍ଟିନା ଦଳ କେରଳ ଆସିବାକୁ ରାଜି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?