ସାଇନ୍‌ବୋର୍ଡରେ ସୀମିତ ପାଣି ପଞ୍ଚାୟତ ପକ୍ଷ ପାଳନ

ପଦ୍ମପୁର,୧୪ା୧(ପ୍ରଦୀପ୍ତ ଦାଶ): ଜାନୁଆରୀରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପାଳନ ହେଉଛି। ଏ ନେଇ ବହୁ ଆଡମ୍ବରରେ ସଚେତନତା ସଭା ମଧ୍ୟ ଆୟୋଜନ ହେଉଛି। ହେଲେ ଫଳ ଶୂନ। କାରଣ ବିଗତ ବର୍ଷ ଅବସ୍ଥା ଯାହା ଥିଲା ଏବେ ବି ତାହା ରହିଛି। କେବଳ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ପଦ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ଚାଷୀମାନେ ହେଲେ ପାଣିପଞ୍ଚାୟତର ମୁଖ୍ୟ ଅଙ୍ଗ। ସେମାନଙ୍କ ମାଧ୍ୟମରେ ସମନ୍ବିତ ଭାବେ ସୁଷମ ଜଳ ପରିଚାଳନ କରିବା ହିଁ ଏହି ପଞ୍ଚାୟତର ମୁଖ୍ୟ ଲକ୍ଷ୍ୟ। ଜଳ ସଂରକ୍ଷଣ, ଉତ୍ତମ ବଣ୍ଟନ ଓ ଅଧିକ ଉତ୍ପାଦନ ଉଦ୍ଦେଶ୍ୟରେ କୃଷକଙ୍କୁ ସଂଘଟିତ କରି ପାଣି ପଞ୍ଚାୟତ ଗଠନ ହୋଇଥିବା ବେଲେ ପଦ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗରେ ଏହି ପାଣି ପଞ୍ଚାୟତ କମିଟିମାନଙ୍କୁ ପଙ୍ଗୁ କରିଦିଆଯାଇଥିବା ଦେଖବାକୁ ମିଲିଛ। ଏକଦା ଓଡ଼ିଶାର କ୍ଷୁଦ୍ର ଜଳସେଚନ ବିଭାଗ ମଧ୍ୟରେ ପଦ୍ମପୁର ଡିଭିଜନର ନାମ ଥିବା ବେଳେ ଅପାରଗ ଯନ୍ତ୍ରୀମାନଙ୍କ ପାଇଁ ଚାଷୀମାନେ ଜଳସେଚନ ସୁବିଧାରୁ ବଞ୍ଚିତ ରହୁଛନ୍ତି। ପ୍ରତ୍ୟେକ ବର୍ଷ କେନାଲ ସଫେଇ ଓ ମରାମତି ଆଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ ବୋଲି ଚାଷୀ ମହଲରେ ଅଭିଯୋଗ ହେଉଛି। ତେଣୁ ପଦ୍ମପୁର କ୍ଷୁଦ୍ର ଜଳସେଚନ ଅଧୀନରେ ଥିବା ସମସ୍ତ କେନାଲର ମରାମତି କରାଯିବା ସହିତ ପ୍ରତେକ ଚାଷୀ ଯେପରି କେନାଲ ପାଣିରୁ ଉପକୃତ ହେବେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ଚାଷୀମାନେ ଦାବି କରିଛନ୍ତି। ନଚେତ ପାଣି ପଞ୍ଚାୟତ ପକ୍ଷ ପାଳନ କରିବା ଧର୍ମକୁ ଆଖିଠାର ବୋଲି ଚାଷୀ ମହଲରେ ଚର୍ଚ୍ଚା ଚାଲିଛି।

 Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫିନ ଆଲେନଙ୍କ ବିସ୍ଫୋରକ ଶତକ: ଟି୨୦ ବିଶ୍ୱକପ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ

କୋଲକାତା,୪।୩: ନ୍ୟୁଜିଲାଣ୍ଡ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲରେ ପହଞ୍ଚିଛି। ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟ୍‌ରେ ପରାସ୍ତ କରି ଦ୍ୱିତୀୟଥର ପାଇଁ ଟି୨୦ ବିଶ୍ୱକପର ଫାଇନାଲରେ…

ସେକ୍ଟର-୬ ଆନନ୍ଦ ମାର୍ଗ ବସ୍ତିରେ ଗୋଷ୍ଠୀ ସଂଘର୍ଷ: ୭ ଆହତ, ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

ରାଉରକେଲା, ୪।୩(ସଂଗୀତା ଜେନା): ଆନନ୍ଦ ମାର୍ଗ ବସ୍ତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ସାମାନ୍ୟ ବିବାଦ ପରେ ବୁଧବାର ରାଉରକେଲାର ସେକ୍ଟର-୬ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।…

ବ୍ରିଜ ତଳକୁ ଖସିଲା ପିକଅପ୍‌: ୬ ଆହତ

ନନ୍ଦପୁର, ୫/୩(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ହଣ୍ଡାଲତୋଟା ନିକଟ ବ୍ରିଜ ତଳକୁ ଏକ ପିକଅପ ଗାଡ଼ି ଖସି ପଡ଼ିବାରୁ ୬ ଜଣ…

ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ୧୭୦ ରନ୍‌ ଟାର୍ଗେଟ୍‌ ଦେଲା ଦକ୍ଷିଣ ଆଫ୍ରିକା

କୋଲକାତା,୪।୩: ଟି୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ୍‌ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୬୯/୮ ସ୍କୋର କରିଥିଲା। ଦକ୍ଷିଣ…

ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଆଖିବୁଜିଲେ ଶିବ

ଦିଗପହଣ୍ଡି,୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ପେଟ୍ରୋଲ ପମ୍ପ ସମ୍ମୁଖ ୧୭ନଂ ରାଜ୍ୟ ରାଜପଥରେ ବୁଧବାର ଅପରାହ୍ନରେ ସ୍କୁଟି (ନଂ. ଓଡ଼ି୦୭ ବିଏ…

ଖରସ୍ରୋତା ନଦୀରେ ଗାଧୋଉଥିଲେ ଶୁଭ ସଂକଳ୍ପ: ହଠାତ୍‌ ବୁଡ଼ିଗଲେ, ତା’ପରେ…

ଆଳି, ୪/୩(ବନମାଳୀ ସେନାପତି):ରଙ୍ଗର ପର୍ବ ହୋଲି ପାଇଁ ଗାଁଠୁ ସହର ଉତ୍ସବମୁଖର ଥିବାବେଳେ ହୋଲି ଖେଳି ସାରି ନଦୀରେ ସାଙ୍ଗ ପିଲାଙ୍କ ସହ ନଦୀରେ ଗାଧୋଉଥିବା ବେଳେ…

ହୋଲିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅନଲାଇନରୁ ବନ୍ଧୁକ କିଣି…

ବଲାଙ୍ଗୀର/ଦେଓଗାଁ,୪ା୩( ସୁନୀଲ କୁମାର ମହାନ୍ତି /କୃଷ୍ଣ ପ୍ରସାଦ ପାଣିଗ୍ରାହୀ ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଲୁହାଖାନ ଗାଁରେ ପବିତ୍ର…

ହୋଲି ଭୋଜି ସାରି ଫେରୁଥିଲେ ଏସବିଆଇ ଶାଖା ପରିଚାଳକ: ବାଟରେ ଛକିଥିଲା ଯମ, ଆଉ ତା’ପରେ..

ଭଞ୍ଜନଗର,୪/୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ରାସ୍ତାରେ ବୁଧବାର ଅପରାହ୍ନ ୫ ଟାରେ ଏକ କାର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସୋରଡ଼ା ଷ୍ଟେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri