ସାଇନ୍‌ବୋର୍ଡରେ ସୀମିତ ପାଣି ପଞ୍ଚାୟତ ପକ୍ଷ ପାଳନ

ପଦ୍ମପୁର,୧୪ା୧(ପ୍ରଦୀପ୍ତ ଦାଶ): ଜାନୁଆରୀରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପାଳନ ହେଉଛି। ଏ ନେଇ ବହୁ ଆଡମ୍ବରରେ ସଚେତନତା ସଭା ମଧ୍ୟ ଆୟୋଜନ ହେଉଛି। ହେଲେ ଫଳ ଶୂନ। କାରଣ ବିଗତ ବର୍ଷ ଅବସ୍ଥା ଯାହା ଥିଲା ଏବେ ବି ତାହା ରହିଛି। କେବଳ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ପଦ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ଚାଷୀମାନେ ହେଲେ ପାଣିପଞ୍ଚାୟତର ମୁଖ୍ୟ ଅଙ୍ଗ। ସେମାନଙ୍କ ମାଧ୍ୟମରେ ସମନ୍ବିତ ଭାବେ ସୁଷମ ଜଳ ପରିଚାଳନ କରିବା ହିଁ ଏହି ପଞ୍ଚାୟତର ମୁଖ୍ୟ ଲକ୍ଷ୍ୟ। ଜଳ ସଂରକ୍ଷଣ, ଉତ୍ତମ ବଣ୍ଟନ ଓ ଅଧିକ ଉତ୍ପାଦନ ଉଦ୍ଦେଶ୍ୟରେ କୃଷକଙ୍କୁ ସଂଘଟିତ କରି ପାଣି ପଞ୍ଚାୟତ ଗଠନ ହୋଇଥିବା ବେଲେ ପଦ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗରେ ଏହି ପାଣି ପଞ୍ଚାୟତ କମିଟିମାନଙ୍କୁ ପଙ୍ଗୁ କରିଦିଆଯାଇଥିବା ଦେଖବାକୁ ମିଲିଛ। ଏକଦା ଓଡ଼ିଶାର କ୍ଷୁଦ୍ର ଜଳସେଚନ ବିଭାଗ ମଧ୍ୟରେ ପଦ୍ମପୁର ଡିଭିଜନର ନାମ ଥିବା ବେଳେ ଅପାରଗ ଯନ୍ତ୍ରୀମାନଙ୍କ ପାଇଁ ଚାଷୀମାନେ ଜଳସେଚନ ସୁବିଧାରୁ ବଞ୍ଚିତ ରହୁଛନ୍ତି। ପ୍ରତ୍ୟେକ ବର୍ଷ କେନାଲ ସଫେଇ ଓ ମରାମତି ଆଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ ବୋଲି ଚାଷୀ ମହଲରେ ଅଭିଯୋଗ ହେଉଛି। ତେଣୁ ପଦ୍ମପୁର କ୍ଷୁଦ୍ର ଜଳସେଚନ ଅଧୀନରେ ଥିବା ସମସ୍ତ କେନାଲର ମରାମତି କରାଯିବା ସହିତ ପ୍ରତେକ ଚାଷୀ ଯେପରି କେନାଲ ପାଣିରୁ ଉପକୃତ ହେବେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ଚାଷୀମାନେ ଦାବି କରିଛନ୍ତି। ନଚେତ ପାଣି ପଞ୍ଚାୟତ ପକ୍ଷ ପାଳନ କରିବା ଧର୍ମକୁ ଆଖିଠାର ବୋଲି ଚାଷୀ ମହଲରେ ଚର୍ଚ୍ଚା ଚାଲିଛି।

 Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜୁବିନ୍ ଗର୍ଗଙ୍କ ମୃତ୍ୟୁ ମାମଲା: ବଡ ଖୁଲାସା କଲା ସିଙ୍ଗାପୁର ପୋଲିସ

ନୂଆଦିଲ୍ଲୀ,୧୪।୧: ଲୋକପ୍ରିୟ ଆସାମୀ ସଙ୍ଗୀତଶିଳ୍ପୀ ଜୁବିନ୍ ଗର୍ଗଙ୍କ ମୃତ୍ୟୁକୁ ନେଇ ସିଙ୍ଗାପୁର କୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଯାଇଛି। ସିଙ୍ଗାପୁର ପୋଲିସର ତଦନ୍ତ ଅନୁସାରେ, ଜୁବିନ୍‌ଙ୍କ...

୨୦ କେଜିର ଗଞ୍ଜେଇ ଜବତ କଲା ପାଟପୁର ପୋଲିସ, ନୂଆଦିଲ୍ଲୀର ଦୁଇ ଯୁବକ ଗିରଫ

ଦିଗପହଣ୍ଡି,୧୪|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ବସଷ୍ଟାଣ୍ଡ ନିକଟରୁ ବୁଧବାର ସକାଳେ ୨୦ କେଜି ୮ ଶହ ଗ୍ରାମ ଗଞ୍ଜେଇ ଜବତ...

ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକାର ନିୟନ୍ତ୍ରଣ ଜରୁରୀ: ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ,୧୪।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ପୁଣି ଥରେ ଏକ ବଡ଼ ବୟାନ ଦେଇଛନ୍ତି। ବୁଧବାର ସେ କହିଛନ୍ତି ଯେ, ଆମେରିକାର ଜାତୀୟ...

ମିଲର୍ସଙ୍କ ମନମାନି ପାଇଁ ଚାଷୀ ଖର୍ଚ୍ଚରେ ଯାଉଛି ଧାନ, ମଣ୍ଡି ପରିଦର୍ଶନ କଲେ ସମବାୟ ଉପନିବନ୍ଧକ

କୁନ୍ଦୁରା, ,୧୪।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅଧୀନରେ ଚାଲିଥିବା ଖରିଫ ମଣ୍ଡି ପରିଦର୍ଶନ କରିଛନ୍ତି ଡିଆରସିଏସ । ଚଳିତ ଖରିଫ ଋତୁରେ ଦେଖିବାକୁ...

ଝଲସୁଛି ସହିଦ ରେଣ୍ଡୋ ମାଝୀ ମଞ୍ଚ, ୨୫ଦିନରେ ତିଆରି କରିଛନ୍ତି ୧୫ କାରିଗର

ଭବାନୀପାଟଣା,୧୪।୧( ଉତ୍ତମ କୁମାର ଦାଶ): ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ର ମୁଖ୍ୟ ଆକର୍ଷଣ ହେଉଛି ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ସହିଦ ରେଣ୍ଡୋ...

ବାଇକରେ ଯାଉଥିବା ବେଳେ ଅଘଟଣ, ମାଞ୍ଜାସୂତା ଲାଗି କଟିଗଲା ଯୁବକଙ୍କ ନାକ…

ଢେଙ୍କାନାଳ,୧୪।୧(ରତନ ନାୟାର): ମାଞ୍ଜାସୂତା ଲାଗି ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଢେଙ୍କାନାଳ ସହରର ପ୍ରମୁଖ ବଜାର ମୀନାବଜାର ଅଂଚଳରେ ବୁଧବାର ଅପରାହ୍ନରେ କିଛି ଯୁବକ...

ଲୋକଙ୍କ ସୁଖଦୁଃଖ ସମୀକ୍ଷା କଲେ ଛାତ୍ରୀଛାତ୍ର, ଶୀତକାଳୀନ ସ୍ଵତନ୍ତ୍ର ସେବା…

ଭଞ୍ଜନଗର,୧୪/୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ଚାଲିଥିବା...

Post Officeର RD ସ୍କିମ୍‌ରେ ମାସକୁ ରଖନ୍ତୁ ୧୦,୦୦୦ ଟଙ୍କା, ୫ ବର୍ଷ ପରେ ମାଲାମାଲ !

ନୂଆଦିଲ୍ଲୀ,୧୪।୧: ଶେୟାର ବଜାର ଲଗାତାର ନିବେଶକଙ୍କୁ ନିରାଶ କରୁଛି। ୨୦୨୫ରେ ଭଲ ରିଟର୍ନ ନ ମିଳିବା ପରେ ୨୦୨୬ର ଆରମ୍ଭ ମଧ୍ୟ ଭଲ ହୋଇନାହିଁ। ବଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri