ସ୍ଲୋଗାନରେ ସୀମିତ ସ୍ବଚ୍ଛତା ଅଭିଯାନ

ରାଉରକେଲା ଅଫିସ,୨୧।୫: ରାଉରକେଲା ମହାନଗର ନିଗମ ପକ୍ଷରୁ ସହରରେ ସ୍ବଚ୍ଛତା ଅଭିଯାନ ଜାରି ରହିଛି। ତେବେ ଏହି ଅଭିଯାନ କାନ୍ଥରେ ଚିତ୍ର ଅଙ୍କା ଏବଂ ସ୍ଲୋଗାନ ଲେଖା ମଧ୍ୟରେ ସୀମିତ ରହିଯାଇଛି। ସହର ସାରା କୁଢ କୁଢ ଅଳିଆ ଆବର୍ଜନା ପଡିରହୁଥିବା ବେଳେ ଏହାକୁ ଉଠାଯାଉ ନ ଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ରାଉରକେଲା ସ୍ମାର୍ଟସିଟି ହେବା ପରେ ସହର କିଭଳି ସ୍ବଚ୍ଛ ରହିବ ସେ ନେଇ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ଏହି କ୍ରମରେ ସମସ୍ତ ସରକାରୀ ଅଫିସ ପାଚେରିରେ ଚିତ୍ର ଅଙ୍କାଯିବା ସହ ସ୍ଲୋଗାନ ଲେଖି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏଥିସହ ଆର୍‌ଏମ୍‌ସି ସାନିଟାରୀ ବିଭାଗ ଅଧୀନରେ ବହୁ ସଂଖ୍ୟକ ସ୍ବଚ୍ଛସାଥୀଙ୍କୁ ନିୟୋଜିତ କରାଯାଇ ସହରକୁ ଅଳିଆମୁକ୍ତ କରିବା ପାଇଁ ସ୍ବତନ୍ତ୍ର ଅଭିଯାନ ଚାଲିଛି। ସହର ସାରା ୧୦ହଜାରରୁ ଊର୍ଦ୍ଧ୍ୱ ଡଷ୍ଟବିନ୍‌ ଏବଂ ସହରର ପ୍ରମୁଖ ସ୍ଥାନରେ ଡଷ୍ଟୟାର୍ଡ ସ୍ଥାପନ କରାଯାଇଛି। ଏଥିସହ ସହରର ଡଷ୍ଟ୍‌ ଡିଙ୍ଗ ୟାର୍ଡ ଗୁଡିକରୁ ଅଳିଆ ଆବର୍ଜନା ଉଠାଇବା ପାଇଁ ଅଲିଆଉଠା ଗାଡି ମଧ୍ୟ ନିୟୋଜିତ କରାଯାଇଛି। ତଥାପି ସ୍ମାର୍ଟସିଟି ଅଳିଆ ଆବର୍ଜନା ମୁକ୍ତ ନ ହେବା ଚିନ୍ତାର ବିଷୟ ପାଲଟିଛି।
ରାଉରକେଲା ବସଷ୍ଟାଣ୍ଡ ସରକାରୀ କାନ୍ଥ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ କାନ୍ଥ ଚାରିଆଡେ କୁଢ କୁଢ ଅଳିଆ ପଡିରହୁଛି। ଫଳରେ ବସଷ୍ଟାଣ୍ଡ ଅଞ୍ଚଳରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଲୋକମାନେ ନାକରେ କପଡ଼ା ଦେଇ ଯାଆସ କରୁଛନ୍ତି। ସେହିପରି ଉଦିତନଗର ସ୍ଥିତ ଶ୍ରମ କାର୍ଯ୍ୟାଳୟ ପଛପଟ ଅଳିଆ ଡମ୍ପିଂ ୟାର୍ଡରେ ମାସ ମାସ ଧରି କୁଢ କୁଢ ଅଳିଆ ଗଚ୍ଛିତ ହୋଇ ରହୁଥିଲେ ସୁଦ୍ଧା ଉଠାଯାଉନାହିଁ। ସହରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ପଡି ରହୁଛି। କେବଳ ସହର ମୁଖ୍ୟରାସ୍ତାରୁ ଅଳିଆ ହଟାଯାଇ ସହର ଅଳିଆମୁକ୍ତ ଦର୍ଶାଯାଉଛି। ଉଦିତନଗର ହେଉଛି ରାଉରକେଲାର ପ୍ରମୁଖ କେନ୍ଦ୍ର। ଏଠି ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ରହିଛି। ଏହି କାର୍ଯ୍ୟାଳୟ ପାଖରେ ଆବର୍ଜନା ପଡିରହୁଛି। ସ୍ବଛତା ଭିତ୍ତିକ ଜନସଚେତନତା ପାଇଁ ପୋଷ୍ଟର, ବ୍ୟାନର, କାନ୍ଥଲେଖା ସହ ସ୍କୁଲ, କଲେଜରେ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହାସତ୍ତ୍ୱେ ରାଉରକେଲା ସହରର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠୁଛି। ଏଥିପାଇଁ କେବଳ ସବୁସ୍ତରରେ ସଚେତନ ହେବାରୁ ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ଏ ନେଇ ଆରଏମସି ଆୟୁକ୍ତ ଶୁଭଙ୍କର ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଆର୍‌ଏମ୍‌ସି ସହରର ସ୍ବଚ୍ଛତା ଦିଗରେ ସର୍ବଦା ତପତ୍ର। ଯଦି ସହରରେ ସ୍ବଚ୍ଛତା ଦିଗରେ ଅବହେଳା ହେଉଛି ସେ ଦିଗରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହାପାତ୍ର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri