ପତ୍ରରେ ସୀମିତ ପଦକ୍ଷେପ

ଯାଜପୁର ଅଫିସ,୩୦ା୫: ଦୀର୍ଘ ୩୧ ବର୍ଷ ହେଲା ୧୨ କିଲୋମିଟର ବ୍ୟାପ୍ତ ମୂଳ ଖରସ୍ରୋତା ଶୁଷ୍କ ହୋଇ ପଡ଼ିଛି। ଏହି ନଦୀ ଶଯ୍ୟାର ପୁନରୁଦ୍ଧାର ଓ ସ୍ବାଭାବିକ ଜଳ ପ୍ରବାହ ବିଷୟରେ ଦୁଇ ଦଶନ୍ଧି ହେଲା ଅଞ୍ଚଳବାସୀ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି। ହେଲେ ସରକାର ଲୋକଙ୍କ କୌଣସି ଅନୁରୋଧକୁ ଶୁଣୁନାହାନ୍ତି। ଫଳରେ ଅଞ୍ଚଳବାସୀ ମୂଳ ଖରସ୍ରୋତାର ଲାଭ ପାଇବାରୁ ବଞ୍ଚିତ ରହିଛନ୍ତି ବୋଲି ଖରସ୍ରୋତା ପୁନରୁଦ୍ଧାର ସମିତି ପକ୍ଷରୁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ତେବେ ଜଳ ସମ୍ପଦ ବିଭାଗ ଅନୁସଚିବ ଭାଗୀରଥି ପାଢ଼ୀ ୨୪ା୫ା୨୦୨୩ରେ ଏହି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଏକ ବାସ୍ତବ ରିପୋର୍ଟ ପ୍ରସ୍ତୁତ କରିବାକୁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଇତିମଧ୍ୟରେ ଏଭଳି ଏକାଧିକ ପତ୍ର ଦିଆଯାଇ ଦାୟିତ୍ୱ ସମ୍ପାଦନ କରାଯାଉଛି ବୋଲି ଅଭିଯୋଗ ହେଉଛି।
ମୂଳ ଖରସ୍ରୋତା ଦିନେ ଯାଜପୁର ଜିଲା ରସୁଲପୁର ବ୍ଲକ ଟିକରପଡ଼ା, ନଠୁଆବର, ବଡକଇଁଚି, ଗନ୍ଧଣ, ରାହାମ୍ବା, ଭୋଟକା ଓ ରସୁଲପୁର ପଞ୍ଚାୟତବାସୀଙ୍କ ଜୀବନ ରେଖା ଭାବେ ପରିଚିତ ଥିଲା। ପ୍ରାୟ ୩୦ ହଜାର କୃଷକ, କୃଷି ଶ୍ରମିକ, ସାଧାରଣ ବାସିନ୍ଦା ଏହି ନଦୀ ଜଳ ଉପରେ ନିର୍ଭର କରୁଥିଲେ। ୧୯୯୨-୯୩ ଆର୍ଥିକ ବର୍ଷରେ ଶ୍ରୀବନ୍ତପୁରଠାରୁ ୧୨.୫ କିଲୋମିଟର ଲମ୍ବ ବିଶିଷ୍ଟ ବନ୍ଧ ନିର୍ମାଣ ହୋଇଥିଲା। ଏଥିଯୋଗୁ ମୂଳ ଖରସ୍ରୋତା ଶୁଖି ଯାଇଥିଲା। ନିର୍ମାଣ ସମୟରେ ଯଦି ଏକ ସ୍ଲୁଇସ୍‌ ଫାଟକ ତିଆରି ହୋଇଥାନ୍ତା ତେବେ ମୂଳ ଖରସ୍ରୋତାରେ ଏବେବି ଜଳ ପ୍ରବାହିତ ହେଉଥାନ୍ତା। ଏହାର ପୁନରୁଦ୍ଧାର ପାଇଁ ୨୭ା୯ା୨୦୨୨ରେ ଖରସ୍ରୋତା ପୁନରୁଦ୍ଧାର ସମିତି ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା କରାଯାଇଥିଲା। ଏହାପରେ ୨୦୨୨ ନଭେମ୍ବର ୨୦ରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳ କ୍ଷେତ୍ର ପରିଦର୍ଶନ କରି ଫେରିଥିଲା। ସେହିଦିନଠାରୁ ବିଭାଗୀୟ ନିଷ୍ପତ୍ତି କ’ଣ ହୋଇଛି ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ଜଳ ପ୍ରବାହ ବନ୍ଦ ହେବାରୁ ଶୁଖିଲା ନଦୀପଠାରେ ତଣ୍ଡି, ଅମରି ଓ ଅନ୍ୟାନ୍ୟ ବଣୁଆବୁଦା ବଢ଼ି ମଶା, ମାଛି, କୀଟ ଓ ସରୀସୃପ ବଂଶ ବୃଦ୍ଧି ପାଇଛି। ଫଳରେ ଏହାର ତଟବର୍ତ୍ତୀ ଅଞ୍ଚଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଅଞ୍ଚଳବାସୀ ଓ ଗୃହପାଳିତ ପ୍ରାଣୀମାନେ ବିଭିନ୍ନ ମାରାତ୍ମକ ରୋଗରେ ପଡୁଛନ୍ତି। ଭୂତଳ ଜଳସ୍ତର ନିମ୍ନଗାମୀ ହେଉଥିବାରୁ ଖରାଦିନେ କୂଅ, ପୋଖରୀ ଓ ଗଡ଼ିଆ ଶୁଖି ଯାଉଛି। ନଦୀ ଶୁଷ୍କ ହେବାରୁ ଶତାଧିକ ମତ୍ସ୍ୟଜୀବୀ ଜୀବିକା ହରାଇଛନ୍ତି। ସମିତି ପକ୍ଷରୁ ଦୀର୍ଘଦିନ ହେଲା ଟିକରପଡ଼ା ବନ୍ଧକୁ ମଜଭୁତ କରି ଏକ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କରାଯାଇ ଶୁଷ୍କ ନଦୀଶଯ୍ୟାରେ ଜଳପ୍ରବାହ ସହ ଖଣ୍ଡିତର ଗ୍ରାମଠାରେ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ଦାବି କରାଯାଉଛି। ଖଣ୍ଡିତରଠାରେ ଏକ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ହୋଇଛି। କିନ୍ତୁ ନଦୀର ଉପରମୁଣ୍ଡରେ ଜଳପ୍ରବାହକୁ ବନ୍ଦ କରାଯାଇଥିବାରୁ ଉକ୍ତ ସ୍ଲୁଇସ୍‌ ଗେଟ୍‌ କୌଣସି କାର୍ଯ୍ୟରେ ଆସୁନାହିଁ। ୧୩ା୮ା୨୦୧୯ରେ ଲୋୟର ମହାନଦୀ ବେସିନର ବନ୍ୟା ନିୟନ୍ତ୍ରଣ ତଥା ନଦୀଶଯ୍ୟା ସୁରକ୍ଷା ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଟିକରପଡ଼ାର ସ୍ଲୁଇସ୍‌ ଗେଟ୍‌ ନକ୍ସା ପ୍ରସ୍ତୁତ ପାଇଁ ଜଳ ସମ୍ପଦ ବିଭାଗ ଡିଜାଇନ ମୁଖ୍ୟଯନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ସେହିଦିନଠାରୁ ବିଭାଗୀୟ ତତ୍ପରତା ନୈରାଶ୍ୟଜନକ ରହିଛି। ଏହିକ୍ରମରେ ମୂଳ ଖରସ୍ରୋତାକୁ ପୁନରୁଦ୍ଧାର ସହ ଜଳ ପ୍ରବାହ ସ୍ବାଭାବିକ କରିବାକୁ ସମିତିର ସଭାପତି ବେଣୁଧର ଦୋବାଇ, ଆବାହକ କୈଳାସଚନ୍ଦ୍ର ନାୟକ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri