Posted inଫୁରସତ

ଏହି ମନ୍ଦିର ଉପରେ ପ୍ରତି ୧୨ ବର୍ଷରେ ଥରେ ହୋଇଥାଏ ବଜ୍ରପାତ

ହିମାଚଳ ପ୍ରଦେଶରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। ଯେଉଁ କାରଣରୁ ଏହି ରାଜ୍ୟକୁ ଦେବଭୂମି ମଧ୍ୟ କୁହାଯାଏ। ଏଠାରେ ଏମିତି ଏକ ମନ୍ଦିର ରହିଛି, ଯାହାର ସ୍ବତନ୍ତ୍ର ବିଶେଷତ୍ତ୍ୱ ରହିଛି। ହିମାଚଳପ୍ରଦେଶର କୁଲୁ ସହରରେ ବ୍ୟାସ ଏବଂ ପାର୍ବତୀ ନଦୀ ସଙ୍ଗମସ୍ଥଳ ପର୍ବତ ନିକଟ ଭଗବାନ ଶଙ୍କରଙ୍କ ମନ୍ଦିର ରହିଛି। ଏହା ବେଶ୍‌ ରହସ୍ୟମୟ। ଯାହାର ରହସ୍ୟ ଆଜିପର୍ଯ୍ୟନ୍ତ କେହି ଜାଣିପାରୁନାହାନ୍ତି। ପ୍ରତି ୧୨ ବର୍ଷରେ ଥରେ ଠିକ୍‌ ଏହି ମନ୍ଦିର ଉପରେ ବଜ୍ରପାତ ହୋଇଥାଏ। ଏହା ପରେ ମଧ୍ୟ ମନ୍ଦିରର କୌଣସି କ୍ଷତି ହୋଇ ନ ଥାଏ। ଜାଣନ୍ତୁ ଏ ସମ୍ପର୍କରେ…
ପୌରାଣିକ ମାନ୍ୟତା ଅନୁଯାୟୀ, ଏହି ମନ୍ଦିର ଯେଉଁ ଘାଟି ଉପରେ ଥିଲା ସେଠାରେ ଏକ ସାପ ବାସ କରୁଥିଲା। ଯାହାକୁ ଭଗବାନ ଶଙ୍କର ମାରିଥିଲେ। ଏହା ପରେ ଏଠାରେ ବ୍ରଜପାତ ହୋଇଥିଲା। ଫଳରେ ଶିବଲିଙ୍ଗ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ଏହା ଦେଖି ପୂଜାରୀ ଶିବଲିଙ୍ଗ ଉପରେ ମାର୍ବଲର ଆବରଣ ଦେଇଥିଲେ। ଯାହାଦ୍ୱାରା ଭଗବାନ ଶଙ୍କରଙ୍କୁ ଆଶ୍ୱସ୍ତି ମିଳିଥିଲା।
କଥା ଅନୁସାରେ, ଭଗବାନ ଶିବ କୁଲାନ୍ତ ରାକ୍ଷସକୁ ବଧ କରିଥିଲେ। ପରେ ଇନ୍ଦ୍ର କହିଥିଲେ କି, ୧୨ ବର୍ଷରେ ଥରେ ଏଠାରେ ବିଜୁଳି ବା ବଜ୍ରପାତ ହେବ। ଇନ୍ଦ୍ରଙ୍କଠାରୁ ଏହା ଶୁଣିବା ପରେ ଭଗବାନ ଶଙ୍କର କହିଥିଲେ, ବିଜୁଳି ପଡୁ କୌଣସି ଆପତ୍ତି ନାହିଁ, ହେଲେ କାହାର ଯେମିତି କୌଣସି କ୍ଷତି ନ ଘଟୁ। ତେଣୁ ଭଗବାନ ତାଙ୍କ ଭକ୍ତମାନଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ ଅଘଟଣ ନିଜ ମୁଣ୍ଡକୁ ନେଇଯାନ୍ତି। ସେହିଦିନଠାରୁ ପ୍ରତି ୧୨ ବର୍ଷରେ ଥରେ ଏହି ମନ୍ଦିର ଉପରେ ବଜ୍ରପାତ ହୋଇଆସୁଛି। ଏ ତ ଗଲା ପୌରାଣିକ କଥା ମାତ୍ର ବୈଜ୍ଞାନିକମାନେ ମଧ୍ୟ ଏହାର ସଠିକ୍‌ କାରଣ ଆଜି ପର୍ଯ୍ୟନ୍ତ ଜାଣିପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

ଭୀଷ୍ମଗିରି କଲେଜରେ ଗୁରୁ ପୂର୍ଣ୍ଣିମା ଉତ୍ସବ, ଭାରତୀୟ ସଂସ୍କୃତି ଆଧାରରେ…

ଦିଗପହଣ୍ଡି,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜରେ ବୁଧବାର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଥିଲା। କଲେଜ…

୨ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦାରିଙ୍ଗବାଡିରୁ ଉଠାଇଲା ମୁମ୍ବାଇ ପୋଲିସ

ଦାରିଙ୍ଗବାଡି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରାଚାଲାଣ ଏବେ ଆଉ କେଵଳ ରାଜ୍ୟ ମଧ୍ୟରେ ସିମିତ ହୋଇ ରହିନାହିଁ । କନ୍ଧମାଳରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ…

କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି…

ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ହାଇଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ବିଷୟ…

କାଲିଠୁ ଶ୍ରାବଣ ଆରମ୍ଭ: ପ୍ରଥମ ଦିନରେ କରନ୍ତୁ ଏହି ୩ ସହଜ କାମ, ମହାଦେବଙ୍କ କୃପାରୁ ଚମକିବ ଭାଗ୍ୟ!

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଦେବଦେବ ମହାଦେବଙ୍କ ଆରାଧନା ପାଇଁ ସବୁଠାରୁ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ବିବେଚନା କରାଯାଏ। ଚଳିତ ବର୍ଷ ଜୁଲାଇ ୩୦…

ଆଶ୍ଚର୍ଯ୍ୟ ହେଲେବି ସତ, ଏହି ରାଜ୍ୟରେ ୭ ହଜାର ଛାତ୍ର HIV ପଜିଟିଭ୍

ବେଙ୍ଗାଲୁରୁ,୨୯।୭: କର୍ନାଟକରୁ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ୧୮ ରୁ ୨୫ ବର୍ଷ ବୟସର ପ୍ରାୟ ୭ ହଜାର…

ପ୍ରବଳ ବର୍ଷା; କଳାହାଣ୍ଡିରେ ବଢ଼ିଲା ସ୍କୁଲ ଛୁଟି ଅବଧି, ଜିଲାପାଳ କହିଲେ…

ଭବାନୀପାଟଣା,୨୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଜାରି ରହିଛି ବର୍ଷା । ଏହାକୁ ଦୃଷ୍ଟିରେ ରଖି ଏବଂ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ସ୍କୁଲ ଛୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri