Posted inଜାତୀୟ

ସ୍ବାଧୀନତାର ୭୮ ବର୍ଷ ପରେ ଗାଁରେ ପହଞ୍ଚିଲା ବିଜୁଳି

ରାୟପୁର, ୨୮ା୧: ଦେଶ ସ୍ବାଧୀନ ହେବାର ୭୮ ବର୍ଷ ପରେ ଛତିଶଗଡ଼ର ବିଜାପୁର ଜିଲା ଚିକାପଲ୍ଲି ଗ୍ରାମରେ ପ୍ରଥମଥର ପାଇଁ ବିଜୁଳି ପହଞ୍ଚିଛି। ବିଜାପୁର ଜିଲା ମୁଖ୍ୟାଳୟଠାରୁ ୫୦ କି.ମି. ଦୂରରେ ଅବସ୍ଥିତ ଚିକାପଲ୍ଲିରେ ଲୋକମାନେ ବର୍ତ୍ତମାନ ସୁଦ୍ଧା ବିନା ବିଜୁଳିରେ ରହିଆସୁଥିଲେ। ରାଜ୍ୟର ଦୁର୍ଗମ ଅଞ୍ଚଳରେ ଥିବା ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ଛତିଶଗଡ଼ ସରକାରଙ୍କ ନୂତନ ‘ନିୟଦ ନେଲାନ୍ନାର ଯୋଜନା’ ଅନ୍ତର୍ଗତ ଚିକାପଲ୍ଲି ଗ୍ରାମରେ ରବିବାର ସାଧାରଣତନ୍ତ୍ର ଦିବସ ଅବସରରେ ବିଜୁଳି ସଂଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ଚିକାପଲ୍ଲିକୁ ମିଶାଇ ବିଜାପୁର ଜିଲାର ୬ଟି ଗ୍ରାମରେ ‘ନିୟଦ ନେଲାନ୍ନାର ଯୋଜନା’ରେ ବିଜୁଳି ସଂଯୋଗ କରାଯାଇଥିବା ଜିଲାପାଳ ସମ୍ବିତ ମିଶ୍ରା ସୂଚନା ଦେଇଛନ୍ତି। ଆସନ୍ତା ମାସଗୁଡ଼ିକରେ ମଧ୍ୟ ଏହି ଯୋଜନାରେ ଆହୁରି ଅନେକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଗ୍ରାମଗୁଡ଼ିକରେ ବିଜୁଳି ସଂଯୋଗ କରାଯିବ ବୋଲି ସେ କହିଛନ୍ତି।
ବିଜାପୁର ପରି ଛତିଶଗଡ଼ର ମାଓ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ଚିକାପଲ୍ଲିରେ ବିଜୁଳି ସଂଯୋଗ ହେବା ଘଟଣାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି। ବିଜୁଳି ମିଳିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦର ବାତାବରଣ ଖେଳିଯାଇଥିବା ସହ ସେମାନଙ୍କ ମୁହଁରେ ନୂତନ ଆଶାର ଝଲକ ଦେଖିବାକୁ ମିଳିଛି। ଏହା ଗ୍ରାମ ପାଇଁ ଏକ ନୂତନ ଅଧ୍ୟାୟ ସଦୃଶ ହୋଇଥିବା ଗ୍ରାମବାସୀ କହିଛନ୍ତି। ଏହି ମାଓ ପ୍ରଭାବିତ ଗ୍ରାମର ବାସିନ୍ଦାଙ୍କ ପାଇଁ ରାସ୍ତା, ଜଳ, ସ୍ବାସ୍ଥ୍ୟସେବା ଆଦି ଅନେକ ମୌଳିକ ସୁବିଧା ବର୍ତ୍ତମାନ ପର୍ଯ୍ୟନ୍ତ ଅପହଞ୍ଚ ରହିଛି। ତେବେ ଗ୍ରାମକୁ ବିଜୁଳି ସଂଯୋଗ ହେବା ପରେ ଖୁବ୍‌ଶୀଘ୍ର ଅନ୍ୟାନ୍ୟ ମୌଳିକ ସୁବିଧାଗୁଡ଼ିକ ମଧ୍ୟ ମିଳିବ ବୋଲି ଚିକାପଲ୍ଲି ଗ୍ରାମର ଗ୍ରାମବାସୀ ଆଶାପ୍ରକଟ କରିଛନ୍ତି।
ବିଜୁଳି ଆସିବା ପରେ ଗ୍ରାମର ପ୍ରତ୍ୟେକ ଘର କେବଳ ଆଲୋକିତ ହୋଇନାହିଁ ବରଂ ଗ୍ରାମରେ ଅନ୍ୟାନ୍ୟ ବିକାଶ କାର୍ଯ୍ୟରେ ମଧ୍ୟ ଅଗ୍ରଗତି ଦେଖିବାକୁ ମିଳିବ। ଏହାଦ୍ୱାରା ସେମାନଙ୍କ ଜୀବନରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିବ ବୋଲି ଗ୍ରାମବାସୀ କହିଛନ୍ତି। ଏବେ ସେମାନେ ରାତିରେ ମଧ୍ୟ ସୁରକ୍ଷିତ ଅନୁଭବ କରିବେ ଏବଂ ପାଠପଢ଼ାରେ ପିଲାମାନଙ୍କୁ କୌଣସି ବାଧାବିଘ୍ନ ଆସିବ ନାହିଁ। ଗ୍ରାମର ପିଲାମାନେ ଉନ୍ନତ ଶିକ୍ଷା ପାଇବାକୁ ସକ୍ଷମ ହେବା ସହ ସେମାନେ ରାତିରେ ମଧ୍ୟ ପଢ଼ିପାରିବେ। ରାତିରେ ବିଭିନ୍ନ କାମ କରିବାକୁ ଏବେଠାରୁ ସହଜ ହେବ ବୋଲି ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?