ନିଅଣ୍ଟିଆ ବର୍ଷା: ଚାଷଜମି ପଡ଼ିଆ

କେନ୍ଦ୍ରାପଡ଼ା, ୨୩।୮ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ସମସ୍ତ ଚାଷଜମିକୁ ଜଳସେଚନ ପାଇଁ କେନାଲ ନାହିଁ। ଚଳିତବର୍ଷ ସ୍ବଳ୍ପ ବର୍ଷା ଏହି ଜିଲାର ଖରିଫ ଚାଷକୁ ନଷ୍ଟ କରିଛି। ଚାଷ ଜମି ଏବେ ପଡ଼ିଆ ହେବା ଅବସ୍ଥାକୁ ଆସିଥିବା ବେଳେ ଗୋଚର ହେବା ଦେଖିବାକୁ ମିଳୁଛି। ଋଣକରି ଚାଷ କରିଥିବା ବେଳେ ଚାଷୀ ଏବେ ସୁଧ ମୂଳ ଶୁଝିବା ଚିନ୍ତାରେ ଅଛନ୍ତି। ଜିଲାରେ ପ୍ରାୟ ୫୦ ହଜାର ହେକ୍ଟରରୁ ଅଧିକ ଜମିରେ ଫସଲ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି। କୃଷି ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ସମୁଦାୟ ଜଳସେଚିତ ୬୫,୦୩୨ ହେକ୍ଟର ଜମି ମଧ୍ୟରୁ ୪୫,୯୧୪ ହେକ୍ଟର ଜମି କେନାଲ ମାଧ୍ୟମରେ ଜଳସେଚିତ ହୋଇଥାଏ। ମହାନଦୀ ନର୍ଥ ଡିଭିଜନ ଅନ୍ତର୍ଗତ ଡେରାବିଶ ବ୍ଲକର ୨୯୬୧ ହେକ୍ଟର, ମାର୍ଶାଘାଇର ୧୦୫୫ ହେକ୍ଟର ଓ ଗରଦପୁର ବ୍ଲକର ୧୦୪୯ ହେକ୍ଟର ଜମି କେନାଲ ମାଧ୍ୟମରେ ଜଳସେଚିତ ହୋଇଥାଏ। ସେହିପରିରେ କେନ୍ଦ୍ରାପଡ଼ା ଡିଭିଜନ ଅନ୍ତର୍ଗତ କେନ୍ଦ୍ରାପଡ଼ାର ୧୬,୩୫୭ ହେକ୍ଟର, ଡେରାବିଶର ୭୮୪୦ ହେକ୍ଟର, ମାର୍ଶାଘାଇର ୩୪୦୯ ହେକ୍ଟର, ମହାକାଳପଡ଼ାର ୩୦୦୭ ହେକ୍ଟର ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୧୧,୦୪୯ ହେକ୍ଟର କ୍ଷେତ ଜମିକୁ କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯାଏ। ଅପରପକ୍ଷରେ ଆଳି, ରାଜନଗର ଓ ରାଜକନିକା ବ୍ଲକ ଅଞ୍ଚଳ ସହ ଅନ୍ୟ ବ୍ଲକ ଅଞ୍ଚଳର ଚାଷୀ ଉଠା ଜଳସେଚନ ଓ ବର୍ଷା ଉପରେ ନିର୍ଭର କରିଥାନ୍ତି। ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲାରେ ମେ ମାସରେ ହାରାହାରି ୪୩୬.୨୨ ମି.ମି., ଜୁନ୍‌ରେ ୨୪୯.୧୧ ମି.ମି., ଜୁଲାଇରେ ୧୮୪ ମି.ମି. ଓ ଅଗଷ୍ଟରେ ୧୯୫ ମି.ମି. ପରିମାଣର ବର୍ଷା ହୋଇଥାଏ। ଏହି ତୁଳନାରେ ଚଳିତବର୍ଷ ମେ’ରେ ହାରାହାରି ମାତ୍ର ୭୨.୧୧ ମି.ମି., ଜୁନ୍‌ରେ ୬୭ ମି.ମି. ଓ ଜୁଲାଇରେ ୨୪୭.୧୧ ମି.ମି. ଓ ଅଗଷ୍ଟରେ ଅଦ୍ୟାବଧି ୧୭୦ ମି.ମି. ବର୍ଷା ହୋଇଛି। ଏହା ଚାଷ ପାଇଁ ଉପଯୁକ୍ତ ପରିମାଣର ବର୍ଷା ନୁହେଁ।
କେନ୍ଦ୍ରାପଡ଼ା ବ୍ଲକ ଦେପୁରା ଗ୍ରାମର ଚାଷୀ ଜଗଦୀଶ ପତି କହିଛନ୍ତି, ରୁଆ ଧାନ ଥୁଆ ବୋଲି କୁହାଯାଏ। କେନାଲ ପାଖାପାଖି ଜମିରେ ତଳି ପକାଯାଇ ଧାନ ଗଛ ରୁଆଯାଏ। ସହଳ କିସମ ଧାନର ଗଛ ପାଇଁ ସମୟସୀମା ଅଛି। ଜୁଲାଇ ମାସ ଆରମ୍ଭରୁ ଧାନ ତଳି ପକାଇଲେ ଶତ ପ୍ରତିଶତ ଗଛ ହେଉଥିବା ବେଳେ ମାସର ଶେଷକୁ ତଳି ପକାଇଲେ ପ୍ରାୟ ୬୦ ପ୍ରତିଶତ ଗଛ ମିଳିବ। ତେବେ ଜିଲା ଜଳ ସମ୍ପଦ ବିଭାଗ ଏଥିନେଇ ସଚେତନ ନୁହନ୍ତି। ଉପଯୁକ୍ତ ସମୟରେ କେନାଲରେ ପାଣି ଛାଡ଼ିବା ପାଇଁ ସେମାନେ ତପତ୍ରତା ଦେଖାଉ ନାହାନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ସୁଫଳ ମିଳୁନାହିଁ। ଡେରାବିଶ ବ୍ଲକ କୋଶିଦା ଗ୍ରାମର ଚାଷୀ କେଶବ ଚନ୍ଦ୍ର ସାମଲ ପ୍ରଶାସନର ଏପରି ଖାମଖିଆଲି ନୀତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଅକ୍ଷୟ ତୃତୀୟାଠାରୁ ଚାଷୀ ଏହି ଜିଲାରେ ଖରିଫ ଧାନ ଚାଷ ପାଇଁ କ୍ଷେତରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାନ୍ତି। ବର୍ଷାକୁ ଦେଖି ଧାନ ବୁଣାବୁଣି ହୁଏ। ଚଳିତବର୍ଷ ଆବଶ୍ୟକ ବର୍ଷା ନ ହେବାରୁ ବୁଣା ଧାନ ଗଜା ମରୁଡ଼ି ଅବସ୍ଥାକୁ ଆସିଯାଇଛି। ଋଣକରି ଚାଷ କରିଥିବା ବେଳେ ଧାନ ନ ହେଲେ ଋଣ ଶୁଝିବା କଷ୍ଟକର ହେବ। ସେହିପରି ପାଖଡ ଗ୍ରାମର ଚାଷୀ ଅନନ୍ତ ସ୍ବାଇଁ କହିଛନ୍ତି, ତଳି ରୋଇବାକୁ ଆବଶ୍ୟକ ପାଣି ନାହିଁ। ମହାନଦୀ ଦ୍ୱୀପାଞ୍ଚଳର ନୂତନ କେନାଲରେ ଅଦ୍ୟାବଧି ପାଣି ଛଡ଼ାଯାଇନାହିଁ। ଫଳରେ ଜମି ପଡ଼ିଆ ପଡ଼ିବା ସହିତ ତଳି ଧାନରେ ଗଣ୍ଠି ଆସିଗଲାଣି। କୃଷକ ନେତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ଜିଲାରେ ୭ ନଦୀ, ୨୭ ଶାଖା ନାଳ ସହ ବୃହତ୍‌ କେନାଲ ଅଛି। ଏହାସତ୍ତ୍ୱେ ଜଳ ପରିଚାଳନା କୃଷି ପାଇଁ ବାଧକ ହୋଇଛି। ଜଳସେଚନ ପାଇଁ ଚାଷକୁ ଜଳ ମିଳୁ ନ ଥିବା ବେଳେ ବନ୍ୟା ଓ ଅତ୍ୟଧିକ ବର୍ଷା ସମୟରେ ଉଦ୍‌ବୃତ ଜଳ ନିଷ୍କାସନ ସମସ୍ୟା ଅଛି। କୃଷି ଭିତ୍ତିକ ଅର୍ଥନୀତିରେ ପରିଚାଳିତ ଏହି ଜିଲାରେ ୭ ନଦୀର ସଂଯୋଗୀକରଣ ସହ ବିଭିନ୍ନ ସ୍ଥାନରେ କ୍ରିକ୍‌ ବନ୍ଧ ନିର୍ମାଣର ଆବଶ୍ୟକତା ଅଛି। କେନାଲର ପୁନରୁଦ୍ଧାର ନାମରେ ଘାସ ଚାଞ୍ଚତ୍ ଅର୍ଥ ହଡ଼ପ କରାଯାଉଛି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ କେନାଲରେ ପାଣି ଛଡ଼ାଯାଇଛି। ତେବେ କେତେକ ଉଚ୍ଚ ଜମିକୁ ପାଣି ଯାଇ ନ ଥିବା ଅଭିଯୋଗ ହେଉଛି। ଧାନଚାଷ ପାଇଁ କେନାଲ ପାଣି ବାଧକକୁ ସେ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri