ବିଚ୍‌ରେ ଗାଧୋଇବାକୁ ମନାକଲେ ଲାଇଫଗାର୍ଡ: ଚପଲରେ ସେକିଦେଲେ ମହିଳା

ପୁରୀ,୨୮।୧୦: ସମୁଦ୍ର ଭିତରକୁ ଗାଧୋଇବାକୁ ଯିବାକୁ ବାରଣ କଲେ ଲାଇଫଗାର୍ଡ ଚପଲରେ ସେକିଦେଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି, ପୁରୀ ସମୁଦ୍ର କୂଳରେ । ସ୍ତ୍ରୀ ସ୍ବାମୀ ଉଭୟ ସମୁଦ୍ର ଭିତରକୁ ପଶୁଥିବା ବେଳେ ବାତ୍ୟ ମୋନ୍ଥା ପାଇଁ ଆର୍ଲଟ ଥିବା ଲାଇଫଗାର୍ଡ, ତାଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିଥିଲେ। ଥରେ ନୁହେଁ ସେ ସେମାନଙ୍କୁ ବାରମ୍ବାର ବାରଣ କରିବା ସତ୍ୱେ ଉଭୟ ମାନି ନଥିଲେ। ପ୍ରଥମେ ତାଙ୍କୁ ମହିଳା ଜଣଙ୍କ କହିଥିଲେ। ମୁଁ ଯିବି ତୁମେ କାହିଁକି ଅଛ। ଯଦି କିଛି ହୁଏ ତୁମେ କାହିଁକି ଅଛ । ପରେ ମହିଳା ଜଣଙ୍କ ଲାଇଫଗାର୍ଡଙ୍କୁ ଚପଲରେ ମାରିଥିଲେ। ଓତାଙ୍କ ସ୍ବାମୀ ଟଣା ଓଟରା କରିଥିବା ଲାଇଫଗାର୍ଡ ଅଭିଯୋଗ କରିଛନ୍ତି।

Dharitri – Odisha’s No.1 Odia Daily

Share
Tags: Puri