ଶିକ୍ଷା ଚାପରେ ଜୀବନ

ରାଜସ୍ଥାନର କୋଟାରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା(ଏନ୍‌ଇଇଟି) ପାଇଁ ପ୍ରସ୍ତୁତି କରୁଥିବା ୧୮ ବର୍ଷୀୟା ଓଡ଼ିଆ ଝିଅର ଆତ୍ମହତ୍ୟା ସହ ଚଳିତ ମାସରେ ଏହିଭଳି ତିନୋଟି ଘଟଣା ଘଟିବା ସେହି ଅନୁଷ୍ଠାନ ଏବଂ ପ୍ରଶାସନ ବ୍ୟବସ୍ଥାର ଅସଫଳତାକୁ ଦର୍ଶାଉଛି। ୨୦୨୩ରେ ୨୪ରୁ ଅଧିକ ଏବଂ ୨୦୨୪ରେ ୧୬ରୁ ଅଧିକ ଆତ୍ମହତ୍ୟା ହୋଇଥିବା ପୋଲିସ ତଦନ୍ତରୁ ଜଣାପଡିଛି। ଆହୁରି ମଧ୍ୟ ଜଣାପଡିଛି ଯେ ରାଜସ୍ଥାନର କୋଟା ସହରକୁ ପରୀକ୍ଷା ପ୍ରସ୍ତୁତି ପାଇଁ ଯାଉଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ବିଗତ ବର୍ଷ ୨ ଲକ୍ଷରୁ ଚଳିତ ବର୍ଷ ୧.୧ ଲକ୍ଷକୁ ହ୍ରାସ ପାଇଛି। କୋଟାର ଏକ ପ୍ରସିଦ୍ଧ ସ୍ଥାନ ‘କୋରାଲ ପାର୍କ’ ଯେଉଁଠି ବିଦ୍ୟାର୍ଥୀମାନଙ୍କ ପାଇଁ ବହୁ ସଂଖ୍ୟାରେ ହଷ୍ଟେଲ ରହିଛି, ଉକ୍ତ ସ୍ଥାନରେ ମଧ୍ୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାର ତଥ୍ୟ ସାମ୍ନାକୁ ଆସିଛି। ଯେଉଁଠି ଦିନେ ୩୨,୦୦୦ ଛାତ୍ରୀଛାତ୍ର ରହୁଥିଲେ, ସେଠି ଆଜି ମାତ୍ର ୮,୦୦୦ ପିଲା ରହି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଯେଉଁମାନେ ହଷ୍ଟେଲ ନିର୍ମାଣ କରିଥିଲେ, ଭାରି କ୍ଷତି ସହୁଛନ୍ତି, ଏପରି କି ହଷ୍ଟେଲ ଖାଲି ପଡିବା ଯୋଗୁ ସେମାନେ ନେଇଥିବା ଋଣ ମଧ୍ୟ ପରିଶୋଧ କରିପାରୁନାହାନ୍ତି। ଆଶଙ୍କା କରାଯାଉଛି ଯେ ଯଦି ଏହି ସ୍ଥିତିରେ ପରିବର୍ତ୍ତନ ନ ଆସେ ଖୁବ୍‌ଶୀଘ୍ର ହଷ୍ଟେଲ ମାଲିକମାନେ ହଷ୍ଟେଲ ବନ୍ଦ କରିଦେବେ।
ଭାରତରେ ଯୁବପିଢ଼ିଙ୍କ ଭିତରେ ଆତ୍ମହତ୍ୟାର ହାର ଅନ୍ୟଦେଶ ତୁଳନାରେ ସର୍ବାଧିକ। ୧୫-୨୯ ବର୍ଷ ବୟସ ଭିତରେ ଥିବା ଯୁବତୀଯୁବକମାନଙ୍କର ମୃତ୍ୟୁର କାରଣ ଭିତରେ ଆତ୍ମହତ୍ୟା ହିଁ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ଆତ୍ମହତ୍ୟା ଘଟଣାଗୁଡ଼ିକ ପଛରେ ଥିବା କାହାଣୀ ଲୋକଲୋଚନକୁ ଆସିବା ପରେ ଖୁବ୍‌ ବିଚଳିତ ଲାଗେ ଯେ ବିନା କୌଣସି ଚେତାବନୀ ବା ବିପଦର ସୂଚନା ଦେଇ ଏହା ଘଟୁଛି କେମିତି ? ଦିନ ଦିନ, ବର୍ଷ ବର୍ଷ ଧରି ସେମାନେ ଭୋଗୁଥିବା ଆବେଗାତ୍ମକ କ୍ଷଣ ହିଁ ଧୀରେ ଧୀରେ ତାଙ୍କୁ ଜୀବନ ପ୍ରତି ବୀତସ୍ପୃହ କରେ ଏବଂ ସେମାନେ ଆତ୍ମହତ୍ୟା ଭଳି ରାସ୍ତା ବାଛିନେବାକୁ ବାଧ୍ୟ ହୁଅନ୍ତି। ଦୁଃଖର କଥା ସେହି କଷ୍ଟ ଭୋଗୁଥିବା ମୁହୂର୍ତ୍ତଗୁଡିକୁ ପରିବାରର ସଦସ୍ୟ, ସାଙ୍ଗସାଥୀ, ଗୁରୁଜନ ଏପରି କି ମା’ବାପା ମଧ୍ୟ ଅନୁଭବ କରିପାରନ୍ତି ନାହିଁ। ଗୋଟିଏ ପଟେ ନିଜର ଅବ୍ୟକ୍ତ ଭାବନାକୁ ପରିପ୍ରକାଶ କରିବାର ସାହସ ସେମାନଙ୍କ ଭିତରେ ନ ଥାଏ, ସମକାଳରେ ସେମାନଙ୍କର ବ୍ୟବହାର, ମନର ଅବସ୍ଥା କ’ଣ ସେ ବିଷୟରେ କେହି ଜାଣନ୍ତି ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଯାହା କରାଯିବା ଉଚିତ ତାହା ହେଉଛି ଧୈର୍ଯ୍ୟର ସହିତ ପିଲାଙ୍କ କଥା ଶୁଣିବା, ଯେତେ ଶୀଘ୍ର ସମ୍ଭବ ସେମାନେ ଗତି କରୁଥିବା ଚାପର ଲକ୍ଷଣକୁ ଚିହ୍ନିବା ଏବଂ ସେମାନଙ୍କୁ ଆତ୍ମହତ୍ୟାପ୍ରବଣ ହେବା ଦିଗରେ ଯିବାରୁ ରୋକିବା ପାଇଁ ହସ୍ତକ୍ଷେପ କରିବା।
ଆତ୍ମହତ୍ୟା ରୂପକ ଏଇ ମହାମାରୀକୁ ରୋକିବା ପାଇଁ ସେମାନଙ୍କ ବ୍ୟବହାର ଏବଂ ମାନସିକ ସ୍ବାସ୍ଥ୍ୟ ପ୍ରତି ବୁଝାମଣା ଓ ଦୃଷ୍ଟିଭଙ୍ଗୀରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ଆତ୍ମହତ୍ୟାପ୍ରବଣତା ଏକ ଜଟିଳ ସମସ୍ୟା, ଯାହା ଜୈବିକ, ସାମାଜିକ- ସାଂସ୍କୃତିକ, ଆର୍ଥିକ, ସମ୍ବନ୍ଧିତ ଏବଂ ରାଜନୈତିକ ପ୍ରସଙ୍ଗର ଶୃଙ୍ଖଳାକୁ ପ୍ରଭାବିତ କରେ। ଛାତ୍ରୀଛାତ୍ରମାନଙ୍କ ଭିତରେ ଆତ୍ମହତ୍ୟା ଭାବନା ପାଇଁ ଦାୟୀ ଥିବା ବିନ୍ଦୁଗୁଡିକ ହେଉଛି ପାଠପଢ଼ାଜନିତ ଚାପ, ପରୀକ୍ଷାରେ ଅସଫଳତା, ସମ୍ପର୍କ ଭଙ୍ଗ, ଇଣ୍ଟରନେଟ ଦ୍ୱାରା ଉତ୍ପୀଡ଼ନ ଆହୁରି ଅନେକ। ଛାତ୍ରୀଛାତ୍ରମାନେ ସୁସ୍ଥ ରହିବା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା। ମାନସିକ ଭାବରେ ସେମାନେ ସୁସ୍ଥ ରହିଲେ ସେମାନଙ୍କ ଭିତରେ ଆତ୍ମହତ୍ୟା କରିବାର ମନୋବୃତ୍ତି ନିଶ୍ଚିତ ରୂପେ ହ୍ରାସ ପାଇବ। ଆଶ୍ଚର୍ଯ୍ୟର ବିଷୟ ହେଉଛି କୋଭିଡ୍‌ ମହାମାରୀ ପୂର୍ବରୁ ମାନସିକ ସ୍ବାସ୍ଥ୍ୟ ପାଇଁ ବଜେଟ ୪୦ କୋଟି ଥିଲା, ଯାହା ୨୦୨୩ – ୨୪ରେ ବୃଦ୍ଧି ପାଇ ୧୩୪ କୋଟିରେ ଆସି ପହଞ୍ଚି ଯାଇଛି।
ସମାଜରେ ଗୋଟିଏ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ପାଇଁ ସବୁ ବର୍ଗର ଲୋକଙ୍କଠାରୁ ସାହାଯ୍ୟ ଓ ସହଯୋଗ ଲୋଡ଼ାଯାଏ, ଯେପରି କି ଅଭିଭାବକ, ଶିକ୍ଷକ, ପେସାଦାର, ସରକାରୀ ନୀତି ନିର୍ମାତା ଇତ୍ୟାଦି। ଯେଉଁ ଯୁବବର୍ଗ ନିଜ ଅନୁଭୂତି ଓ ଅନୁଭବ ମାଧ୍ୟମରେ ବିଭିନ୍ନ ଜଟିଳ ସମସ୍ୟାର ସମାଧାନ ସହ ସେଠାରୁ ବାହାରି ଆସିଛନ୍ତି, ସେମାନଙ୍କଠାରୁ ଶିକ୍ଷା ଗ୍ରହଣ କରାଯାଇ ପାରିବ। ଅପେକ୍ଷାକୃତ ଅଧିକ ଅଭିଜ୍ଞ ଓ ବୟସ୍କ ହୋଇଥିବାରୁ ଆମକୁ ଆମର ପିଲାଙ୍କ କଥା ଶୁଣିବାକୁ ହେବ, ସେମାନେ କେଉଁ ସମସ୍ୟା ଓ ସଂଘର୍ଷ ଦେଇ ଗତି କରୁଛନ୍ତି ତାକୁ ବୁଝିବାକୁ ହେବ, ସେମାନଙ୍କ ଦକ୍ଷତା ଓ କ୍ଷମତା ଉପରେ ଆସ୍ଥା ପ୍ରକଟ କରିବାକୁ ହେବ ଏବଂ ଶେଷରେ କେଉଁ ଦିଗରେ ଗଲେ ସେମାନେ ସୁରକ୍ଷିତ ରହିବେ ଏବଂ ସଫଳତାର ଶିଡ଼ି ଚଢିବେ ସେ ରାସ୍ତା ବିଷୟରେ ତାଙ୍କର ମାର୍ଗଦର୍ଶନ ବି କରିବାକୁ ହେବ।
କେବଳ ଆନୁଷ୍ଠାନିକ ପାଠପଢା ଯେ ଯଥେଷ୍ଟ ତା’ ନୁହେଁ ଗୋଟିଏ ସଫଳ ଜୀବନ ବଞ୍ଚିବା ପାଇଁ ଅନ୍ୟ ବହୁ ଶିକ୍ଷା ଆୟତ୍ତ କରିବାକୁ ହୁଏ। କୌଣସି ଅସଫଳତାରେ ହାରି ଯାଇ ନିରାଶ ହୋଇ ଆତ୍ମହତ୍ୟା କରିବା ଏକ ଭୀରୁର କାମ, ବରଂ ଜୀବନରେ ଅନେକ ଶିକ୍ଷା କୌଣସି ଅନୁଷ୍ଠାନ ବା ଘରେ ଦିଆଯାଏ ନାହିଁ। ପରିବେଶ, ପରିସ୍ଥିତି, ସମୟ ମଣିଷକୁ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଶିକ୍ଷା ଦେଉଥାଏ। ଏହି ପରିପ୍ରେକ୍ଷୀରେ ଜେ. କ୍ରିଷ୍ଣମୂର୍ତ୍ତିଙ୍କ ଏକ ଉକ୍ତି ପ୍ରାସଙ୍ଗିକ ମନେହୁଏ, ”ପିଲାଙ୍କୁ ବହୁତଗୁଡ଼ିଏ ଖବର, ସୂଚନା ଯୋଗାଇଦେଇ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ବାଧ୍ୟ କରିବା ଶିକ୍ଷାଗ୍ରହଣ କରିବାର ସବୁଠାରୁ ବୁଦ୍ଧିହୀନ ମାଧ୍ୟମ ବୋଲି କହିପାରିବା।“
ଏଣୁ ଛାତ୍ରୀଛାତ୍ରମାନେ ନିଜର ଦକ୍ଷତାକୁ ଚିହ୍ନନ୍ତୁ, ଗୋଟିଏ କ୍ଷେତ୍ରରେ ଅସଫଳ ହେଲେ ଯେ ସୁଯୋଗ ସରିଗଲା କିମ୍ବା ଲୋକ ମୋ ବିଷୟରେ କ’ଣ ଭାବିବେ ଏହା ଭାବି ଲଜ୍ଜିତ ହେବା ଉଚିତ ନୁହେଁ। ବରଂ ଜୀବନକୁ ଭିନ୍ନ ଏକ ଦିଗରୁ ପୁଣିଥରେ ନୂଆ ଭାବରେ ଦେଖିବାକୁ ଆରମ୍ଭ କଲେ, କେତେ ନୂଆ ନୂଆ ରାସ୍ତା ଆଗକୁ ପଥ ହାତ ବାଇ ସ୍ବାଗତ ଜଣେଇବେ।
ଭୁବନେଶ୍ୱର
ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri