ରିଲ୍‌ରେ ଜୀବନ

ପୁଅ କହିଲା- ‘ବାପା! ଏତେ ଲେଖାଲେଖି କରୁଛ। ତାକୁ ଛୋଟ ଛୋଟ କ୍ଲିପ କରି ରିଲ୍‌ କରୁନ। ଭାରି ବଢ଼ିଆ ହେବ।’ ଲ୍ୟାପ୍‌ଟପରୁ ଧ୍ୟାନ ହଟେଇ ତାକୁ ଟିକେ ଦେଖିଲି। ସେ ମୋ ଆଡ଼କୁ ଚାହିଁଥିଲା। ମୁଁ ହସିଲି ଏବଂ କହିଲି-‘ବାବୁ! ସାହିତ୍ୟ ରିଲ୍‌ କରିବାର ବସ୍ତୁ ନୁହେଁ। ଏକ ସାଧନା। ସେମିତି କରାଯାଏନି।’ ପୁଅ କହିଲା- ‘ବାପା! କିଛି ତ ନୂଆ କର। ରିଲ୍‌ କରିବା କ’ଣ ସହଜ କଥା ଭାବୁଛ କି? ଏଥିରେ ଟେକ୍‌ନିକ୍‌ ଲୋଡ଼ା। ମୁଁ ହେଲ୍‌ପ କରିବି। ଫଲୋର୍ସ ବଢ଼ିବେ।’ ମୁଁ କଥାକୁ ନ ବଢ଼ାଇବା ପାଇଁ କହିଲି- ‘ହଉ ଦେଖିବା ଓ କରିବା।’ ପୁଅକୁ କଥା ପ୍ରସଂଗରୁ ଧ୍ୟାନ ହଟେଇବା ପାଇଁ ସିନା କହିଦେଲି, ଏଥର ଭାବିଲି ଓ ସମାଜକୁ ଦେଖିବା ଆରମ୍ଭ କଲି। ଓଃ! କି ଅବସ୍ଥା! ସମସ୍ତଙ୍କୁ ରିଲ୍‌ର ନିଶା। ନିତିଦିନ କେମିତି ରିଲ୍‌ ତିଆରି ହେବ ଏବଂ ତାକୁ ଅପ୍‌ଲୋଡ ହେବ ସେଇଚିନ୍ତାରେ ଦିନ ବିତୁଛି। ପିଲାଠାରୁ ବୁଢ଼ା ଏବଂ କୁନିଝିଅଠାରୁ ବୟସ୍କା ମହିଳା ରିଲ୍‌ ମୋହରେ ପାଗଳପ୍ରାୟ। ବାପପୁଅ, ମାଆଝିଅ, ଶାଶୁବୋହୂ, ଅଜାନାତିଆ, ପ୍ରେମିକପ୍ରେମିକା, ବୁଢ଼ାବୁଢ଼ୀ ସମସ୍ତେ ଏବେ ରିଲ୍‌ର ଜୀବନ ଜିଉଛନ୍ତି। କିଏ ଭାଇନା, କିଏ ଭାଉଜ ହେଉଛି ତ ପୁଣି କିଏ ମଉସା ମାଉସୀ, ଦିଦି, ଦାଦା, ନନା, ନାନୀ ଭଳି ସମ୍ପର୍କ ନାମରେ ରିଲ୍‌ରେ ଦୃଶ୍ୟମାନ। ସକାଳୁ ଉଠୁ ଉଠୁ ମୋବାଇଲରେ ମୁହଁ ପଖାଳିବା ଆରମ୍ଭ। ହାତ ଆପେ ଆପେ ରିଲ୍‌କୁ ଯିବ। ଗୋଟେ ପରେ ଗୋଟେ ରିଲ୍‌ ଦେଖାଚାଲିବ। ଦେଖୁ ଦେଖୁ ହସୁଥିବେ ତ କେତେବେଳେ ବିସ୍ମୟ ହେଉଥିବେ। ମଝିରେ ମଝିରେ ମନ ପାଇବା ରିଲ୍‌କୁ ସକାଳୁ ସକାଳୁ ନିଜ ମନପସନ୍ଦର ମଣିଷଙ୍କ ନିକଟକୁ ପଠେଇବାକୁ ବି ଭୁଲିବେନି। ଶେଯରେ ରିଲ୍‌ ଦେଖୁ ଦେଖୁ କେତେବେଳେ ସମୟ ଗଡ଼ିଯାଇଥିବ ଦେଖିବା ଲୋକ ଜାଣିପାରିବନି। ସକାଳୁ ସ୍କୁଲକୁ ଯିବାକୁ ପୁଅ ଆସି ମାଆକୁ କହିବ- ‘ମାଆ! ମୋତେ ସ୍କୁଲରେଡି କରିବୁନି କି?’ ଏଥର ମାଆ ତରବର ହୋଇ ପୁଅର ସ୍କୁଲ ପାଇଁ ପ୍ରସ୍ତୁତିରେ ଲାଗିବେ। ସେଥିରେ ବି ନିସ୍ତାର ନାହିଁ। ରୋଷେଇଶାଳରେ ମୋବାଇଲ୍‌ରେ ରିଲ୍‌ ଚାଲିଥିବ। ଏପଟେ ରୋଷେଇ କାମ। ସ୍କୁଲ ଯାଉଥିବା ପିଲା ବି କିଛି କମ୍‌ ନୁହଁ। ମାଆ ପାଟିରେ ଖାଦ୍ୟ ଦେଉଥିବ। ପିଲାଟି ନିଜେ ମୋବାଇଲରେ ରିଲ୍‌ ଦେଖି ଦେଖି ଖାଇବ, ସୁ ପିନ୍ଧିବ ଏବଂ ଗାଡ଼ି ଆସିବାଯାଏ ମୁହଁ ମାରି ବସିବ। ସକାଳ ବୁଲାବେଳେ ଲୋକେ କେଉଁଠି ଟିକେ ବସି ରିଲ୍‌ ଭିତରେ ପଶି ଯାଇଥିବେ। ଘରକୁ ଫେରି ତରବର ହୋଇ ଅଫିସ୍‌ ଯିବେ। ଅଫିସ୍‌ରେ କାମ ସହ ମଝିରେ ମଝିରେ ରିଲ୍‌ ଦେଖା। ଟେବୁଲ ପାଖକୁ ଗ୍ରାହକ ଆସିଲେ ବି ଅଫିସ ଚେୟାରରେ ବସିଥିବା ବାବୁ ଜଣକ ମୁହଁ ହଟେଇବେନି। କିଛି ସମୟ ପରେ ହସି ହସି ମୁହଁ ଉଠେଇ ଆସିବାର ଅଭିପ୍ରାୟ ପଚାରିବେ ଏବଂ କାରଣ ଜାଣିବା ପରେ ଉତ୍ତେଜିତ ହୋଇ ୟାଡୁସ୍ୟାଡୁ ବକିବେ। ପୁଣି ସେଇ ମୋବାଇଲ ଭିତରେ ମୁହଁ ମାରିବେ ଯେ ଆଉ ଯେତେ ପଚାରିଲେ ପ୍ରତ୍ୟୁତ୍ତର ଆସିବନି। ବିଚରା ଲୋକଟି ଜଗିବ, ଶେଷରେ ଫେରିବ।
ରିଲ୍‌ ନିଶାରେ ଆମ ଜୀବନଶୈଳୀ ବଦଳିଯାଇଛି। ବୋଲ ମାନୁନି ମନ। ତୁହାକୁ ତୁହା ସେଇ ଭିତରକୁ ଟାଣି ହୋଇ ଯାଉଛି। ଗୁରୁତ୍ୱପୂର୍ଣ୍ଣ ବୈଠକ, ସଭାସମିତି, ଖାଦ୍ୟ ପ୍ରସ୍ତୁତି ଓ ଖାଦ୍ୟ ଗ୍ରହଣ ବେଳେ, ଗାଡ଼ିମୋଟର ଚଲାଇବାବେଳେ, ଫୁରୁସତ ସମୟରେ, ନିଜ ନିଜ କର୍ମରେ ନିୟୋଜନ ବେଳେ ଅତ୍ରତତ୍ର ସର୍ବତ୍ର ରିଲ୍‌ର ମାୟା। ଗେଟ୍‌ ଜଗିଥିବା ସିକ୍ୟୁରିଟିଠାରୁ ଏକ୍‌ଜିକ୍ୟୁଟିଭ, ହୋଟେଲ ବୟଠାରୁ ବଡ଼ ବଡ଼ ବ୍ୟବସାୟୀ, ପିଅନଠାରୁ ଅଫିସର, ଗୃହିଣୀଠାରୁ କର୍ମଜୀବୀ, କୁନି ପିଲାଠାରୁ ଯୁବକଯୁବତୀ, ବୟସ୍କ ବୟସ୍କା ସମସ୍ତେ ରିଲ୍‌ର ନିଶାରେ ନିଶାଗ୍ରସ୍ତ। ତେବେ ରିଲ୍‌ରେ ଅଛି କ’ଣ? ଏହାର ଯଦି ସଠିକ୍‌ ଉତ୍ତର କୁହାଯିବ – ତେବେ ରିଲ୍‌ରେ ନାହିଁ କ’ଣ! ସବୁ ପାଇବେ। ରନ୍ଧାବଢ଼ା, ସ୍ବାସ୍ଥ୍ୟ ଉପଚାର, ପୂଜାକର୍ମାଣି, ବାସ୍ତୁବିଚାର, ନିୟୋଜନ ଖବର, ପାଣିପାଗ, ବ୍ୟାୟାମ ଓ ଆସନ, ମଜାଳିଆ କଥା, ନାଟକ ଅଭିନୟ, ବ୍ୟଙ୍ଗକଟାକ୍ଷ, ରାଜନୀତି, ନୃତ୍ୟ ସଙ୍ଗୀତ, ପ୍ରେମ ଫମୂର୍ଲା, ବେପାରବଣିଜ, ନୂଆ ନୂଆ ଦ୍ରବ୍ୟର ବିପଣୀ, ପୀଠ ପର୍ଯ୍ୟଟନ, ହସ୍ତକର୍ମ, ଶିକ୍ଷା, ଦେହ ଓ ଦାହ, ଅଶ୍ଳୀଳ କଥା ବସ୍ତୁଠାରୁ ନ ଦେଖିପାରିବା, ଆପତ୍ତିଜନକ ଦୃଶ୍ୟକୁ ବି ସହଜରେ ପାଇବେ। ଏକଥା ସତ ଯେ, ବହୁ ଉପାଦେୟ ତଥ୍ୟ ସବୁ ଆପଣ ପାଇବେ ରିଲ୍‌ରୁ। କିନ୍ତୁ ତୁଣ୍ଡରେ ଧରି ନ ପାରିବା ଶବ୍ଦ, ସାଧାରଣରେ ଦେଖି ନ ପାରିବା ଦୃଶ୍ୟଗୁଡ଼ିକ ବି ଅତି ସହଜରେ ପିଲାଙ୍କ ସାମ୍ନାକୁ ଆସିଯାଏ। ଆଉ ଏହା ଅଚିରେ ପିଲାଏ ବିଗିଡ଼ିବାର ଅନ୍ୟତମ କାରଣ।
ରିଲ୍‌ କରିବା ଆଉ ଏକ ନିଶା। ଘରେ ବାହାରେ, ମଝି ରାସ୍ତାରେ, ରେଳ ଟ୍ରାକରେ, ପର୍ବତ ଶିଖରରେ, ନଦୀକୂଳେ ଓ ନଦୀ ଭିତରେ, ଶୂନ୍‌ଶାନ ଜାଗାରେ, ଗହଳି ଭିତରେ, ଦୁଃଖରେ ସୁଖରେ, ସୁରକ୍ଷିତ ସ୍ଥାନରେ, ବିପଦସଙ୍କୁଳ ପରିସ୍ଥିତିରେ ରିଲ୍‌ କରିବାର ପ୍ରବଣତା। ଏଇ ଆବେଗ ଅନେକ ସମୟରେ ବିପଦକୁ ଡାକି ଆଣେ। ମୃତ୍ୟୁକୁ ଆମନ୍ତ୍ରଣ କରେ। ପଲକରେ ଜୀବନ ଚାଲିଯାଏ। ଏକ ସର୍ବେକ୍ଷଣ ମୁତାବକ ପୃଥିବୀରେ ଭାରତରେ ସର୍ବାଧିକ ସେଲ୍‌ଫିଜନିତ ମୃତ୍ୟୁ ଅଧିକ। ପଛକୁ ରହିଛି ରୁଷିଆ, ଆମେରିକା ଓ ପାକିସ୍ତାନ। ପୁଅ ଓ ଝିଅର ମୃତ୍ୟୁ ଅନୁପାତ ୩:୨। ମୃତ୍ୟୁର ହାରାହାରି ବୟସ ୨୩ ବର୍ଷ। ଏହା ନିଶ୍ଚିତ ଉଦ୍‌ବେଗର ବିଷୟ। କେବଳ ସେତିକି ନୁହେଁ, ମଣିଷ ଭିତରେ ରାଗ, ଚିଡ଼ିଚିଡ଼ାପଣ, ବିରକ୍ତି, କଟୁବଚନ ଭଳି ଅସ୍ବାଭାବିକ ଆଚରଣ ଅଭିବୃଦ୍ଧିର ଅନ୍ୟତମ କାରଣ ଏଇ ରିଲ୍‌ଜୀବନ। ରିଲ୍‌ର ଅନେକ ତଥ୍ୟକୁ ଜୀବନରେ ପ୍ରୟୋଗଜନିତ ଆକୁଳତା, ସୁନ୍ଦର ସରସ ସଂସାରକୁ ବି ଛାରଖାର କରୁଛି। ଘରେଘରେ ଅଶାନ୍ତିକର ବାତାବରଣ ସୃଷ୍ଟି କରୁଛି। ସାମାଜିକ ସ୍ଥିତି ଏବେ ବିପନ୍ନ।
ରିଲ୍‌ର ଜୀବନ ଏକଦା ମିଥ୍ୟା ଓ ପ୍ରହେଳିକା ବୋଲି କୁହାଯାଉଥିଲା। ବାସ୍ତବତାଠାରୁ ବହୁ ଦୂରରେ। ରିଏଲଠାରୁ ରିଲ୍‌ର ଜୀବନ ଅଲଗା। ଏଥିରେ ବାରମ୍ବାର ରିଟେକ୍‌ର ସୁବିଧା ଥାଏା କିନ୍ତୁ ରିଏଲରେ ସେ ସୁବିଧା ନ ଥାଏ। ରିଲ୍‌ରେ ଆବଦ୍ଧ ଦୃଶ୍ୟ ଯୁଗ ଯୁଗ ଧରି ସାଇତି ହୋଇ ରହେ। ବ୍ୟକ୍ତିର ଅବର୍ତ୍ତମାନରେ ବି ତାକୁ ଜୀବନ୍ତ କରି ଆମ ନିକଟରେ ଉଭା କରାଏ। ସ୍ମୃତିକୁ ସଜଳ କରାଏ। ଏବେ କିନ୍ତୁ ରିଏଲ ଲାଇଫ୍‌ଟି ରିଲ୍‌ ଲାଇଫ୍‌ରେ ପରିଣତ ହୋଇଛି। ଆଉ ରିଲ୍‌ କରିବା ରିଏଲ ବୋଲି ବିବେଚନା କରାଯାଉଛି।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା,ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

ଗ୍ରାଉଣ୍ଡକୁ ଓହ୍ଲାଇଲା ଆମେରିକା ସେନା! ୩ୟ ବିଶ୍ୱଯୁଦ୍ଧକୁ ନେଇ ଭୟଙ୍କର ସଙ୍କେତ…

ଓ଼୍ବାଶିଂଟନ୍‌,୧୯।୩: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ 28ରେ ଇସ୍ରାଏଲ ସହିତ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ “ପରବର୍ତ୍ତୀ ସମୟରେ…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri