କୁମ୍ଭୀର ଭୟରେ ବୁଡୁଛି ଜୀବିକା

ମହାକାଳପଡ଼ା,୧୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କୁମ୍ଭୀରମାନେ ଦୈନିକ ୧୦କେଜିରୁ ଅଧିକ ଖାଦ୍ୟ ଖାଇଥାଆନ୍ତି। ଏବେ ନଦୀ ନାଳରେ ମାଛ କଙ୍କଡ଼ା ଭଳି ଜଳଚରଜୀବ ଆବଶ୍ୟକ ପରିମାଣର ମିଳୁ ନ ଥିବାରୁ କୁମ୍ଭୀରମାନେ ମଣିଷ ସମେତ ଛେଳି, ମେଣ୍ଢା, ବତକମାନଙ୍କୁ ଆକ୍ରମଣ କରୁଥିବା ନଜିର ରହିଛି। ସେଥିପାଇଁ ନଦୀକୂଳିଆ ଲୋକଙ୍କ ମଧ୍ୟରେ ଆତଙ୍କ ପ୍ରକାଶ ପାଇଛି। ଅନ୍ୟପକ୍ଷେ ନଦୀ ନାଳରେ ଏବେ କୁମ୍ଭୀରଙ୍କ ସଂଖ୍ୟା ବି ବଢ଼ି ଚାଲିଛି। ଏଥି ପାଇଁ କୌଣସି ରୋକ୍‌ ଲାଗୁ ନ ଥିବାରୁ ଚିନ୍ତା ବଢ଼ିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସୀ ଗ୍ରାମର ୨ ମହିଳା କୁମ୍ଭୀର ମୁହଁରୁ ବଞ୍ଚତ୍ବା ଘଟଣା ଏବେ ବି ଜୀବନ୍ତ ହୋଇ ରହିଛି। ଏ ସଂକ୍ରାନ୍ତରେ ଖରିନାସୀ ଗ୍ରାମର ଆଖିଳା ଗାୟନ(୭୦) କୁହନ୍ତି, ୨୦୧୫ ମସିହା କଥା। ମୁଁ ମହାନଦୀ ଶାଖା ଖରିନାଶୀ-ଟୁବି ଗଳିଆ ନଦୀର ଜିରୋ ପଏଣ୍ଟରେ ମାଛ ଧରୁଥିଲି। ଏହି ସମୟରେ କୁମ୍ଭୀରଟି ଆସି ମୋ ହାତ ଓ ଅଣ୍ଟାକୁ ମୁହଁରେ ଧରି ଟାଣି ଟାଣି ପାଣି ଭିତରକୁ ନେଇଯାଉଥିଲା। କୌଣସି ଉପାୟ ନ ପାଇ ମୁଁ ନିଜ ଆଙ୍ଗୁଠିକୁ ଜୋରରେ କୁମ୍ଭୀର ଆଖିକୁ ଖେଞ୍ଚି ଦେବାରୁ ସେ ମୋତେ ଛାଡି ପଳାଇ ଯାଇଥିଲା ହେଲେ ମୋ ଦେହରେ ଯେଉଁ କ୍ଷତ ସୃଷ୍ଟି ହୋଇଥିଲା ସେଥିପାଇଁ ଡାକ୍ତରଖାନାରେ ୬୪ଟି ଷ୍ଟିଚ୍‌ ପଡ଼ିଥିଲା। ସେହିପରି ଖରିନାସୀ ଟୁବି ଘାଟ ନିକଟ ଘର ପାଖ ନଦୀ କୂଳରେ ମାଛ ଧୋଇବା ସମୟରେ ଗୀତା ଦାସ(୬୮)ଙ୍କ ହାତର କହୁଣି ପର୍ଯ୍ୟନ୍ତ କୁମ୍ଭୀର ପାଟିରେ ପଶି ଯାଇଥିଲା। ଏହାପରେ କୁମ୍ଭୀରଟି ତାଙ୍କୁ ଟାଣି ନେଉଥିଲା। ହେଲେ ତାଙ୍କ ଆଙ୍ଗୁଠି ନଖ କୁମ୍ଭୀର ତଣ୍ଟିରେ ଗେଞ୍ଚି ହୋଇଯିବାରୁ ସେ ଛାଡ଼ି ଦେଇଥିଲା। ଏହାପରେ ସେ ନଦୀ ଭିତରୁ ତର ତର ହୋଇ କୂଳକୁ ଚାଲି ଆସିଥିଲେ। ହେଲେ ପୁନର୍ବାର କୁମ୍ଭୀରଟି ତାଙ୍କୁ ପାଣି ଭିତରକୁ ଟାଣି ନେଉଥିଲା। ହେଲେ ପାଖରେ ଥିବା କେତେଜଣ ଲୋକ ମୋ ପାଟି ଶୁଣି ମୋତେ ଉଦ୍ଧାର କରି ପ୍ରଥମେ ରାମନଗର ପ୍ରାଥମିକ ସାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ବୋଲି କହିଛନ୍ତି। ହେଲେ ଏହି ୨ ମହିଳା ଆଜି ପର୍ଯ୍ୟନ୍ତ ସରକାରୀ ସହାୟତା ପାଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି।

ଏ ସଂକ୍ରାନ୍ତରେ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି, ନଦୀକୂଳିଆ ଲୋକମାନଙ୍କୁ ନଦୀନାଳରେ ପ୍ରବେଶ ନ କରିବା ପାଇଁ ବିଭାଗ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉଛି। ବର୍ତ୍ତମାନ କୁମ୍ଭୀରମାନଙ୍କ ପ୍ରଜନନ ଋତୁ। ଏହି ସମୟରେ ସେମାନେ ଅଧିକ ହିଂସ୍ର ହୋଇଥାଆନ୍ତି। ସହାୟତା ରାଶି ପ୍ରସଙ୍ଗରେ ସେ କହିଛନ୍ତି, ଅଭିଯୋଗ ମିଳିଲେ ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ।
ଅଖିଳାଙ୍କୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଥିବା ସେହି ଗ୍ରାମର ସୁବାସ ବିଶ୍ୱାସ କହିଛନ୍ତି, ବନ ବିଭାଗ ଠିକ୍‌ ଢ଼ଙ୍ଗରେ ସଚେତନ କରୁ ନ ଥିବାରୁ ଅନେକ ଲୋକ କୁମ୍ଭୀର ଆକ୍ରମଣରେ ଶିକାର ହେଉଛନ୍ତି। ସାମାଜିକ କର୍ମୀ ସମୀର ମିସ୍ତ୍ରୀ କହିଛନ୍ତି, ଗରିବ ଲୋକମାନେ ମାଛ କଙ୍କଡ଼ା ଧରି ପରିବାର ପ୍ରତି ପୋଷଣ କରନ୍ତି। କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ସ୍ଥାନୀୟ ବାସିନ୍ଦା ଜୀବିକା ହରାଉଛନ୍ତି। ଭୟରେ ଲୋକମାନେ ନଦୀନାଳକୁ ପଶୁ ନାହାଁନ୍ତି। ଏଥିପାଇଁ ସରକାର ପଦକ୍ଷେପ ନେବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri