Odisha Elections 2024

ଏଲ୍‌ଆଇସିର ନୂତନ ପ୍ଲାନ୍‌ ‘ଇଣ୍ଡେକ୍ସ ପ୍ଲସ୍‌’ ଉନ୍ମୋଚିତ

ଭୁବନେଶ୍ୱର, ୮।୨: ଭାରତୀୟ ଜୀବନ ବୀମା ନିଗମ (ଲାଇଫ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ବା ଏଲ୍‌ଆଇସି ଇଣ୍ଡିଆ) ର ନୂତନ ପ୍ଲାନ୍‌ ‘ଇଣ୍ଡେକ୍ସ ପ୍ଲସ୍‌’(ପ୍ଲାନ- ୮୭୩) କୁ ସର୍ବଭାରତୀୟସ୍ତରରେ ଉନ୍ମୋଚନ (ଶୁଭାରମ୍ଭ) କରାଯାଇଛି। ଏହି ପରିପ୍ରେକ୍ଷୀରେ ଏଲ୍‌ଆଇସି ଇଣ୍ଡିଆ ପକ୍ଷରୁ ମୁମ୍ବାଇଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଏଲ୍‌ଆଇସି ଇଣ୍ଡିଆର ଚେୟାରମ୍ୟାନ ସିଦ୍ଧାର୍ଥ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ (ନୂତନ ପ୍ଲାନ୍‌ ‘ଇଣ୍ଡେକ୍ସ ପ୍ଲସ୍‌’ର ଉନ୍ମୋଚନ) କରିଥିଲେ। ଏହି ଅବସରରେ ଏଲ୍‌ଆଇସି ଇଣ୍ଡିଆର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଏଲ୍‌ଆଇସିର ଇଣ୍ଡେକ୍ସ ପ୍ଲସ୍‌ ପ୍ଲାନ୍‌ ହେଉଛି, ଏକ ୟୁନିଟ୍‌ ଲିଙ୍କ୍‌, ନିୟମିତ ପ୍ରିମିୟମ୍‌, ବ୍ୟକ୍ତିଗତ ଜୀବନ ବୀମା ପ୍ଲାନ୍‌ ହୋଇଥିବାବେଳେ ପଲିସିର ଅବଧି ମଧ୍ୟରେ ଜୀବନ ବୀମା କଭର କମ୍‌ ସଞ୍ଚୟ ପ୍ରଦାନ କରିଥାଏ। ଏପରିକି ବାର୍ଷିକ ପ୍ରିମିୟମର ଶତକଡ଼ା ଗ୍ୟାରେଣ୍ଟି ଯୋଗଗୁଡ଼ିକ ଏଥିରେ ଯୋଗ କରାଯିବ। ସେହିଭଳି ଏକ ଇନ୍‌-ଫୋର୍ସ ପଲିସି ଅଧୀନରେ ବର୍ଷର ନିର୍ଦ୍ଦିଷ୍ଟ ଅବଧି ସମାପ୍ତ ହେବା ଉପରେ ୟୁନିଟ୍‌ ପାଣ୍ଠି ଏବଂ ୟୁନିଟ୍‌ କିଣିବା ପାଇଁ ବ୍ୟବହୃତ ହେବ। ଉକ୍ତ ପ୍ଲାନ୍‌ରେ ଯୋଡିହେବା ପାଇଁ ସର୍ବନିମ୍ନ ବୟସ ୯୦ ଦିନ (ସମାପ୍ତ) ହୋଇଥିବାବେଳେ ସର୍ବାଧିକ ୫୦ କିମ୍ବା ୬୦ ବର୍ଷ ହୋଇଥିବା ଆବଶ୍ୟକ ବୋଲି ପଲିସିର ନିୟମାବଳୀରେ ଉଲ୍ଲେଖ କରାଯାଇଛି। ସେହିଭଳି ସର୍ବନିମ୍ନ ପ୍ରିମିୟମ ବାର୍ଷିକ ୩୦,୦୦୦ ଟଙ୍କାରୁ ଆରମ୍ଭ ହେଉଛି। ଏପରିକି ଅର୍ଦ୍ଧବାର୍ଷିକ ପ୍ରିମିୟମ ମୂଲ୍ୟ ୧୫,୦୦୦ ଟଙ୍କା ତ୍ରୈମାସିକ ପ୍ରିମିୟମ ୭,୫୦୦ଟଙ୍କାର ବିକଳ୍ପ ସୁବିଧା ମଧ୍ୟ ରହିଥିଲାବେଳେ ସର୍ବାଧିକ ପ୍ରିମିୟମ ଅଣ୍ଡରଟେକିଂ ନିଷ୍ପତ୍ତି ଅନୁଯାୟୀ କୌଣସି ସୀମା ନାହିଁ। ଅପରପକ୍ଷରେ ଉକ୍ତ ପ୍ଲାନ୍‌ ହିତାଧିକାରୀ ଅନେକ ପ୍ରକାର ସୁବିଧା ଓ ଲାଭ ପ୍ରଦାନ କରିଥାଏ। ହେଲେ ପ୍ଲାନ୍‌ର ନିୟମାବଳୀ ଅନୁଯାୟୀ ହିତାଧିକାରୀ ପଞ୍ଜୀକୃତ ହେବାକୁ ପଡିଥାଏ ବୋଲି ନିଗମ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ୬ ମାସ ପାଇଁ ଓଡ଼ିଶାରେ ଦରଦାମ୍ ସବୁଠୁ ଅଧିକ

ଭୁବନେଶ୍ୱର,୧୮।୫: ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ ଓଡ଼ିଶା ଲଗାତାର ୬ ମାସ ହେଲା ଦେଶର ସବୁଠାରୁ ମହଙ୍ଗା ପାଲଟିଛି। ଓଡ଼ିଶାରେ ଗତ ୬ ମାସ...

ଆମେରିକାରେ ଜୟଆଲୁକ୍କାସ୍‌ର ମେଗା ବିସ୍ତାର ଯୋଜନା

ଭୁବନେଶ୍ୱର, ୧୮।୫: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅନ୍ତଃରାଷ୍ଟ୍ରୀୟ ଜୁଏଲେରି ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ନୂତନ ଆଉଟ୍‌ଲେଟ୍‌ ଏବଂ ବିସ୍ତାର ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୧୮।୫: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଦରବୃଦ୍ଧି କାରଣରୁ (କ୍ରମାଗତ ଭାବେ) ଘରୋଇ ବଜାରରେ (କ୍ରମାଗତ ଭାବେ) ଉଭୟ ସୁନା ଓ ରୁପା ଦର ବୃଦ୍ଧି ପାଉଛି। ଏପରିକି...

ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ

ଭୁବନେଶ୍ୱର,୧୮।୫ (ଅନୁରାଧା ମହାରଣା): ଭାରତର ସର୍ବବୃହତ୍‌ ପାର୍କ ଚେନ୍‌ କୁହାଯାଉଥିବା ୱଣ୍ଡେର୍ଲା ହଲିଡେଜ୍‌ ପକ୍ଷରୁ ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ ନିର୍ମାଣ ହୋଇଛି। ଭୁବନେଶ୍ୱରଠାରୁ ୨୨.୫ କି.ମି....

ଓସ୍‌ମେ ମହିଳା ଶିଳ୍ପୋଦ୍ୟୋଗୀ ସଂଘର ନୂତନ କର୍ମକର୍ତ୍ତା

ଭୁବନେଶ୍ୱର,୧୮।୫: ରାଜ୍ୟର ପ୍ରମୁଖ ଶିଳ୍ପ ସଂଘ ତଥା କଟକ ଖପୁରିଆ ଶିଳ୍ପାଞ୍ଚଳଠାରେ ଥିବା ଓଡ଼ିଶା ଆସମ୍ବଲି ଅଫ୍‌ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌ (ଓଏଏସ୍‌ଏମ୍‌ଇ ବା...

ଓସିପିଏଲ୍‌ ପକ୍ଷରୁ ଦିନିକିଆ କର୍ମଶାଳା

ଭୁବନେଶ୍ୱର,୧୮।୫: ଓଡ଼ିଶା କୋଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ (ଓସିପିଏଲ୍‌)ର ମନୋହରପୁର ୟୁନିଟ୍‌ ପକ୍ଷରୁ ଆୟୋଜିତ ଏକ ଦିନିକିଆ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

ଭି-ମାର୍ଟର ନୂତନ ଟି-ଶାର୍ଟ ରେଞ୍ଜ

ନୂଆଦିଲ୍ଲୀ,୧୮।୫: ଦେଶର ପ୍ରମୁଖ ଫ୍ୟାଶନ ରିଟେଲର ଭି-ମାର୍ଟ (ଭି-ମାର୍ଟ ରିଟେଲ ଲିମିଟେଡ୍‌)ର ନୂତନ ଟି-ଶାର୍ଟ ରେଞ୍ଜ ନିକଟରେ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

୨୦୨୪ରେ ଭାରତର ଜିଡିପି ଅଭିବୃଦ୍ଧି ଆକଳନ ୬.୯% ପର୍ଯ୍ୟନ୍ତ ବୃଦ୍ଧି କଲା ଜାତିସଂଘ

ନୂଆଦିଲ୍ଲୀ,୧୭।୫: ମିଳିତ ଜାତିସଂଘ ୨୦୨୪ ପାଇଁ ଭାରତର ଅଭିବୃଦ୍ଧି ଆକଳନକୁ ସଂଶୋଧନ କରିଛି ଏବଂ ଚଳିତ ବର୍ଷ ଅର୍ଥନୀତି ପ୍ରାୟ ୭% ବୃଦ୍ଧି ପାଇବ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri