ଏଲ୍‌ଆଇସିର ନୂତନ ପ୍ଲାନ୍‌ ‘ଇଣ୍ଡେକ୍ସ ପ୍ଲସ୍‌’ ଉନ୍ମୋଚିତ

ଭୁବନେଶ୍ୱର, ୮।୨: ଭାରତୀୟ ଜୀବନ ବୀମା ନିଗମ (ଲାଇଫ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ବା ଏଲ୍‌ଆଇସି ଇଣ୍ଡିଆ) ର ନୂତନ ପ୍ଲାନ୍‌ ‘ଇଣ୍ଡେକ୍ସ ପ୍ଲସ୍‌’(ପ୍ଲାନ- ୮୭୩) କୁ ସର୍ବଭାରତୀୟସ୍ତରରେ ଉନ୍ମୋଚନ (ଶୁଭାରମ୍ଭ) କରାଯାଇଛି। ଏହି ପରିପ୍ରେକ୍ଷୀରେ ଏଲ୍‌ଆଇସି ଇଣ୍ଡିଆ ପକ୍ଷରୁ ମୁମ୍ବାଇଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଏଲ୍‌ଆଇସି ଇଣ୍ଡିଆର ଚେୟାରମ୍ୟାନ ସିଦ୍ଧାର୍ଥ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ (ନୂତନ ପ୍ଲାନ୍‌ ‘ଇଣ୍ଡେକ୍ସ ପ୍ଲସ୍‌’ର ଉନ୍ମୋଚନ) କରିଥିଲେ। ଏହି ଅବସରରେ ଏଲ୍‌ଆଇସି ଇଣ୍ଡିଆର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଏଲ୍‌ଆଇସିର ଇଣ୍ଡେକ୍ସ ପ୍ଲସ୍‌ ପ୍ଲାନ୍‌ ହେଉଛି, ଏକ ୟୁନିଟ୍‌ ଲିଙ୍କ୍‌, ନିୟମିତ ପ୍ରିମିୟମ୍‌, ବ୍ୟକ୍ତିଗତ ଜୀବନ ବୀମା ପ୍ଲାନ୍‌ ହୋଇଥିବାବେଳେ ପଲିସିର ଅବଧି ମଧ୍ୟରେ ଜୀବନ ବୀମା କଭର କମ୍‌ ସଞ୍ଚୟ ପ୍ରଦାନ କରିଥାଏ। ଏପରିକି ବାର୍ଷିକ ପ୍ରିମିୟମର ଶତକଡ଼ା ଗ୍ୟାରେଣ୍ଟି ଯୋଗଗୁଡ଼ିକ ଏଥିରେ ଯୋଗ କରାଯିବ। ସେହିଭଳି ଏକ ଇନ୍‌-ଫୋର୍ସ ପଲିସି ଅଧୀନରେ ବର୍ଷର ନିର୍ଦ୍ଦିଷ୍ଟ ଅବଧି ସମାପ୍ତ ହେବା ଉପରେ ୟୁନିଟ୍‌ ପାଣ୍ଠି ଏବଂ ୟୁନିଟ୍‌ କିଣିବା ପାଇଁ ବ୍ୟବହୃତ ହେବ। ଉକ୍ତ ପ୍ଲାନ୍‌ରେ ଯୋଡିହେବା ପାଇଁ ସର୍ବନିମ୍ନ ବୟସ ୯୦ ଦିନ (ସମାପ୍ତ) ହୋଇଥିବାବେଳେ ସର୍ବାଧିକ ୫୦ କିମ୍ବା ୬୦ ବର୍ଷ ହୋଇଥିବା ଆବଶ୍ୟକ ବୋଲି ପଲିସିର ନିୟମାବଳୀରେ ଉଲ୍ଲେଖ କରାଯାଇଛି। ସେହିଭଳି ସର୍ବନିମ୍ନ ପ୍ରିମିୟମ ବାର୍ଷିକ ୩୦,୦୦୦ ଟଙ୍କାରୁ ଆରମ୍ଭ ହେଉଛି। ଏପରିକି ଅର୍ଦ୍ଧବାର୍ଷିକ ପ୍ରିମିୟମ ମୂଲ୍ୟ ୧୫,୦୦୦ ଟଙ୍କା ତ୍ରୈମାସିକ ପ୍ରିମିୟମ ୭,୫୦୦ଟଙ୍କାର ବିକଳ୍ପ ସୁବିଧା ମଧ୍ୟ ରହିଥିଲାବେଳେ ସର୍ବାଧିକ ପ୍ରିମିୟମ ଅଣ୍ଡରଟେକିଂ ନିଷ୍ପତ୍ତି ଅନୁଯାୟୀ କୌଣସି ସୀମା ନାହିଁ। ଅପରପକ୍ଷରେ ଉକ୍ତ ପ୍ଲାନ୍‌ ହିତାଧିକାରୀ ଅନେକ ପ୍ରକାର ସୁବିଧା ଓ ଲାଭ ପ୍ରଦାନ କରିଥାଏ। ହେଲେ ପ୍ଲାନ୍‌ର ନିୟମାବଳୀ ଅନୁଯାୟୀ ହିତାଧିକାରୀ ପଞ୍ଜୀକୃତ ହେବାକୁ ପଡିଥାଏ ବୋଲି ନିଗମ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri