Posted inଖେଳ

ଡୋପିଂ ମାମଲାରେ ଲାଇସେଙ୍କୋ ବାସନ୍ଦ

ମୋନାକୋ, ୬ା୭ (ଏପି)- କ୍ରୀଡ଼ାର ସର୍ବୋଚ୍ଚ ନ୍ୟାୟାଳୟ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌)ର ରୁଲିଂ ସୋମବାର ପ୍ରକାଶ ପାଇଛି। ତଦନୁସାରେ ରୁଷିଆ ହାଇଜମ୍ପର ଡାନିଲ ଲାଇସେଙ୍କୋ ୬ ବର୍ଷ ବାସନ୍ଦ ହୋଇଛନ୍ତି। ଆଣ୍ଟି ଡୋପିଂ ସଂସ୍ଥାକୁ ସମୟକୁ ସମୟ ତାଙ୍କର ଅବସ୍ଥାନ ସମ୍ପର୍କରେ ସେ ସୂଚନା ଦେଇ ନ ଥିଲେ। ଏହାଦ୍ୱାରା ଆକସ୍ମିକ ଡୋପ୍‌ ଟେଷ୍ଟକୁ ଏଡାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା। ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ)ପକ୍ଷରୁ ଅଭିଯୋଗର ସତ୍ୟତା ନେଇ ତଦନ୍ତ ହୋଇଥିଲା। ଲାଇସେଙ୍କୋ ୨୦୧୭ରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ରୌପ୍ୟ ଏବଂ ଏହାର ବର୍ଷକ ପରେ ଓ୍ବାଲର୍‌ଡ ଇନ୍‌ଡୋର ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଜିତିଥିଲେ। ଲାଇସେଙ୍କୋ ତାଙ୍କ ଦୋଷ ସ୍ବୀକାର କରିବା ସହ ତଦନ୍ତ କାର୍ଯ୍ୟରେ ସହଯୋଗ କରିଥିବାରୁ ବାସନ୍ଦ ଦଣ୍ଡରୁ ୨ବର୍ଷ ସସ୍‌ପେଣ୍ଡ କରାଯାଇଛି। ହୋୟାର ଆବାଉଟ୍ସ ପ୍ରସଙ୍ଗରେ ପ୍ରଥମେ ସାମୟିକ ସସ୍‌ପେଣ୍ଡ ହୋଇ ସାରିଥିବାରୁ ୨୦୨୨ ଅଗଷ୍ଟ ବେଳକୁ ୪ବର୍ଷ ବାସନ୍ଦ ଦଣ୍ଡ ଶେଷ ହୋଇଯାଇଥିବ। ଏହାପରଠାରୁ ସେ ପ୍ରତିଯୋଗିତାରେ ଭାଗ ନେଇ ପାରିବେ। ରୁଷିଆ ଆଥଲେଟିକ୍‌ ମହାସଂଘ କେତେଜଣ ସିନିୟର ଅଫିସିଆଲ ଲାଇସେଙ୍କୋଙ୍କ ମାମଲାକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରିଥିଲେ। ଫଳତଃ ପୂର୍ବ ରୁଲିଂରେ ମହାସଂଘର ତତ୍କାଳୀନ ସଭାପତିଙ୍କ ସମେତ ୫ ଅଫିସିଆଲ ବାସନ୍ଦ ହୋଇଥିଲେ। ସେମାନେ ଏକ କ୍ଲିନିକ୍‌ରୁ ଜାଲ୍‌ ପ୍ରମାଣପତ୍ର ଯୋଗାଡ଼ କରିଥିଲେ। ଏହି କାରଣରୁ ଲାଇସେଙ୍କୋ ଟେଷ୍ଟିଂ ପାଇଁ ଉପଲବ୍ଧ ହୋଇ ନ ଥିବା ଦର୍ଶାଇଥିଲେ। ପରେ ଅନ୍ୟ ଏକ ମାମଲାରେ କାର୍‌ ଦୁର୍ଘଟଣା ଯୋଗୁ ହାଇଜମ୍ପର ଜଣକ ଡୋପ୍‌ ଟେଷ୍ଟ ଦେଇ ପାରି ନ ଥିବା ସୂଚାଇଥିଲେ। ଆଥଲେଟିକ ଇଣ୍ଟିଗ୍ରିଟି ୟୁନିଟ୍‌ କହିବା ଅନୁସାରେ ବହୁ ଅଲିମ୍ପିକ ଓ ବିଶ୍ୱ ଚାମ୍ପିୟନଙ୍କ ସହ କାର୍ଯ୍ୟ କରିଥିବା ଲାଇସେଙ୍କୋଙ୍କ କୋଚ୍‌ ୟେଭଜେନି ଜାଗୋରୁଲ୍‌କୋ ଏହି ମାମଲାରେ ୪ ବର୍ଷ ବାସନ୍ଦ ହୋଇଛନ୍ତି। ହେଲେ କାସ୍‌ର ଶୁଣାଣି ପୂର୍ବରୁ ତାଙ୍କର ଗତ ଏପ୍ରିଲରେ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri