ଭୁବନେଶ୍ୱର,୨୮ା୧: ଗୁଟ୍ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍ । ଭେଣ୍ଡିଂ ଜୋନ୍, ଓମଫେଡ୍ ବୁଥରେ ଗୁଟ୍ଖା ବିକିଲେ ଆକ୍ସନ । ଯେଉଁମାନେ ବିକ୍ରି କରିବେ ସେମାନଙ୍କର ଲାଇସେନ୍ସ ବାତିଲ କରିବା ନେଇ ବିଏମସି ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ଯେଉଁମାନେ ଗୁଟଖା ହୋର୍ଡିଂ ଲଗାଇଥିବେ ସେମାନଙ୍କୁ ବାହାର କରିବା ପାଇଁ ମଧ୍ୟ କୁହାଯାଇଛି । ବିଏମ୍ସି ଅଞ୍ଚଳରେ ଗୁଟ୍ଖା ବିକ୍ରି ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ବିଏମ୍ସି ସାଧାରଣ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।
ପ୍ରକାଶଥାଉକି, ରାଜ୍ୟ ସରକାର ରାଜ୍ୟରେ ଗୁଟଖା ବ୍ୟାନ କରିବା ପରେ ଧରପଗଡ ଜାରି ରହିଛି । ଏହାରି ଭିତରେ ଆଜି ବିଏମସି ପକ୍ଷରୁ ଲାଇସେନ୍ସ ବାତିଲା କରିବା ନେଇ ନିଷ୍ପତ୍ତି ନେଇଛି । ବିଏମସି ନିଜ ଆୟ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛି । ସରକାର କରିଥିବା ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ମେୟର କହିଛନ୍ତି ।