ଏଲ୍‌ଆଇସି ମାର୍କେଟ ଟେକ୍‌ ପ୍ଲାଟ୍‌ଫର୍ମର ଶୁଭାରମ୍ଭ

ମୁମ୍ବାଇ,୧୮।୨: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ବହୁ ପ୍ରତୀକ୍ଷିତ ସେବା ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏକ କଟିଂ-ଏଜ୍‌ ମାକେର୍ଟିଂ ଟେକ୍ନୋଲୋଜି (ମାର୍‌ ଟେକ୍‌) ପ୍ଲାଟ୍‌ଫର୍ମର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ନିଗମର ଏହି ସେବା ପ୍ରଥମ ଐତିହାସିକ ମାଇଲଷ୍ଟୋନ ହାସଲ କରିଛି। ଏଲ୍‌ଆଇସିର ପ୍ରକଳ୍ପ ଡାଇଭ-ଏଲ୍‌ଆଇସି ଅଧୀନରେ ଏହି ସେବାର ଶୁଭାରମ୍ଭ କରାଯାଇଛି। ଏ ସମ୍ପର୍କରେ ଏଲ୍‌ଆଇସିର ଏମ୍‌ଡି ତଥା ସିଇଓ ସିଦ୍ଧାର୍ଥ ମହାନ୍ତି କହିଥିଲେ, ଆମେ ଆମର ନୂତନ ସେବା ତଥା ମାର୍‌ ଟେକ୍‌ ପ୍ଲାଟ୍‌ଫର୍ମର ଶୁଭାରମ୍ଭ ସମ୍ପର୍କରେ ଘୋଷଣାକରି ବେଶ୍‌ ଉତ୍ସାହିତ ଅଛୁ। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ସେବା ଆମ ଯାତ୍ରାର ଏକ ମାଇଲଖୁଣ୍ଟ ହୋଇଥିଲାବେଳେ ଡିଜିଟାଲ ଟ୍ରାନ୍ସପରମେଶନ ଦିଗରେ ଯାତ୍ରା ଆରମ୍ଭ କରିଛୁ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ। ସେହିଭଳି ଏହି ସେବା ଉଭୟ ନିଗମ ଓ ଗ୍ରାହକଙ୍କ ଆବଶ୍ୟକତା ଓ ସମୟ ରକ୍ଷା ଦିଗରେ ବେଶ ସହାୟକ ହେବ। ଏହା ଜରିଆରେ ଗ୍ରାହକ ଏବଂ କର୍ମଚାରୀ ଗୁଣାତ୍ମକ ସେବା ଓ ସୁବିଧା ପାଇପାରିବେ ବୋଲି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ଭିକ୍ଷା ମାଗି ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା; ଘରୁ ମିଳିଲା ୩୦ରୁ ଅଧିକ ବସ୍ତା ନୋଟ୍, ଗଣିଗଣି ସବୁ ହାଲିଆ

ବେଙ୍ଗାଲୁରୁ,୨୪ା୮: କର୍ନାଟକରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସାରା ଜୀବନ ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି…

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ଝାଡ଼ଖଣ୍ଡ-ରାଉରକେଲା ପୋଲିସର ବଡ଼ ଅପରେଶନ, ଜଙ୍ଗଲରୁ ଜବତ ହେଲା ବିପୁଳ ବିସ୍ଫୋରକ

ରାଉରକେଲା,୨୪।୮: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ସୋମବାର ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ମାଓବାଦୀମାନେ ଜଙ୍ଗଲରେ ଏହି ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡିଛି।…

ଗଞ୍ଜାମ ତହସିଲରେ କର୍ମଚାରୀ ଅଭାବ : ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ

ଗଞ୍ଜାମ, ୨୪।୮ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri