
ମୁମ୍ବାଇ,୧୮।୨: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ବହୁ ପ୍ରତୀକ୍ଷିତ ସେବା ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏକ କଟିଂ-ଏଜ୍ ମାକେର୍ଟିଂ ଟେକ୍ନୋଲୋଜି (ମାର୍ ଟେକ୍) ପ୍ଲାଟ୍ଫର୍ମର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ନିଗମର ଏହି ସେବା ପ୍ରଥମ ଐତିହାସିକ ମାଇଲଷ୍ଟୋନ ହାସଲ କରିଛି। ଏଲ୍ଆଇସିର ପ୍ରକଳ୍ପ ଡାଇଭ-ଏଲ୍ଆଇସି ଅଧୀନରେ ଏହି ସେବାର ଶୁଭାରମ୍ଭ କରାଯାଇଛି। ଏ ସମ୍ପର୍କରେ ଏଲ୍ଆଇସିର ଏମ୍ଡି ତଥା ସିଇଓ ସିଦ୍ଧାର୍ଥ ମହାନ୍ତି କହିଥିଲେ, ଆମେ ଆମର ନୂତନ ସେବା ତଥା ମାର୍ ଟେକ୍ ପ୍ଲାଟ୍ଫର୍ମର ଶୁଭାରମ୍ଭ ସମ୍ପର୍କରେ ଘୋଷଣାକରି ବେଶ୍ ଉତ୍ସାହିତ ଅଛୁ। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ସେବା ଆମ ଯାତ୍ରାର ଏକ ମାଇଲଖୁଣ୍ଟ ହୋଇଥିଲାବେଳେ ଡିଜିଟାଲ ଟ୍ରାନ୍ସପରମେଶନ ଦିଗରେ ଯାତ୍ରା ଆରମ୍ଭ କରିଛୁ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ। ସେହିଭଳି ଏହି ସେବା ଉଭୟ ନିଗମ ଓ ଗ୍ରାହକଙ୍କ ଆବଶ୍ୟକତା ଓ ସମୟ ରକ୍ଷା ଦିଗରେ ବେଶ ସହାୟକ ହେବ। ଏହା ଜରିଆରେ ଗ୍ରାହକ ଏବଂ କର୍ମଚାରୀ ଗୁଣାତ୍ମକ ସେବା ଓ ସୁବିଧା ପାଇପାରିବେ ବୋଲି ମହାନ୍ତି କହିଛନ୍ତି।