ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଏଲ୍‌ଆଇସିର ରିହାତି

ଭୁବନେଶ୍ୱର,୫।୬: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ପକ୍ଷରୁ ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଗଭୀର ଦୁଃଖପ୍ରକାଶ କରାଯାଇଛି। ଏପରିକି ପୀଡ଼ିତମାନଙ୍କୁ ସହାୟତା କରିବା ଲାଗି ଏଲ୍‌ଆଇସି ପକ୍ଷରୁ ବିଶେଷ ରିହାତି ସୁବିଧା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ ଓଡ଼ିଶାର ବାଲେଶ୍ୱର ଜିଲାସ୍ଥିତ ବାହାନଗାଠାରେ ୨୦୨୩ ଜୁନ ୨ରେ ଘଟିଥିବା ଦୁଃଖଦ ରେଳ ଦୁର୍ଘଟଣାକୁ ମଧ୍ୟ ଏଲ୍‌ଆଇସି ବେଶ୍‌ ଗୁରୁତ୍ୱର ସହ ଗ୍ରହଣ କରିଛି। ଏପରିକି ପୀଡ଼ିତମାନଙ୍କୁ ସହାୟତା କରିବା ଲାଗି ଏଲ୍‌ଆଇସି ଦୃଢ଼ ସଂକଳ୍ପବଦ୍ଧ ରହିଛି ଏବଂ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ଦାବି ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବ ବୋଲି ଏଲଆଇସି ଅଧ୍ୟକ୍ଷ ସିଦ୍ଧାର୍ଥ ମହାନ୍ତି ଏକ ପ୍ରେସ ବିବୃତିରେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ଏପରିକି ଉକ୍ତ ଘଟଣାରେ ସେ ଦୁଃଖ ପ୍ରକଟ କରି କହିଛନ୍ତି, ଆମେ ପୀଡ଼ିତ ଓ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛୁ। ବିଶେଷକରି ଏଲଆଇସି ପଲିସି ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାର ଦାବି କରୁଥିବା ପୀଡ଼ିତମାନଙ୍କ ସମସ୍ୟା ଦୂର କରିବା ଲାଗି ସିଦ୍ଧାର୍ଥ ମହାନ୍ତି ଏକାଧିକ ରିହାତି ସମ୍ପର୍କରେ ଘୋଷଣା କରିଛନ୍ତି। ଏପରିକି ପଞ୍ଜୀକୃତ ମୃତ୍ୟୁ ପ୍ରମାଣପତ୍ର ପରିବର୍ତ୍ତେ, ରେଲଓ୍ବେ ଅଧିକାରୀ, ପୋଲିସ କିମ୍ବା କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ମୃତକଙ୍କ ତାଲିକାକୁ ମଧ୍ୟ ହିତାଧିକାରୀଙ୍କ ମୃତ୍ୟୁ ପ୍ରମାଣପତ୍ର ଭାବେ ସ୍ବୀକାର କରାଯିବ। ସେହିଭଳି ବୀମା ଦାବି ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେବା ଏବଂ ଦାବିଦାରମାନଙ୍କୁ ସହାୟତା ଯୋଗାଇ ଦେବା ଲାଗି ଏଲଆଇସିର ବିଭିନ୍ନ ମଣ୍ଡଳ ଓ ଶାଖା ସ୍ତରରେ ସ୍ବତନ୍ତ୍ର ସହାୟତା ଡେସ୍କ ମଧ୍ୟ ପ୍ରତିଷ୍ଠା କରାଯାଇଛି। ବିଶେଷକରି ଏଲଆଇସି ହିତାଧିକାରୀ ଦାବିଦାରଙ୍କ ନିକଟରେ ପହଞ୍ଚିବା ଏବଂ ପୀଡ଼ିତ ପରିବାରଗୁଡ଼ିକର ଦାବିକୁ ଯଥାଶୀଘ୍ର ସମାଧାନ କରିବା ନିମନ୍ତେ ନିଗମ ସବୁପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ସିଦ୍ଧାର୍ଥ ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ବୀମା ସମ୍ପର୍କିତ ଅଧିକ ସହାୟତା ପାଇଁ ଦାବିଦାରମାନେ ନିକଟସ୍ଥ ଶାଖା, ଡିଭିଜନ, ଗ୍ରାହକ ଜୋନରେ ମଧ୍ୟ ଯୋଗାଯୋଗ କରିପାରିବେ। ଏପରିକି ଦାବିଦାରମାନେ ଏଲଆଇସିର କଲ୍‌ ସେଣ୍ଟର ନମ୍ବର ୦୨୨୬୮୨୭୬୮୨୭ କୁ ମଧ୍ୟ କଲ୍‌ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri