ପାଠାଗାର: ଆଶା ଓ ଆଶଙ୍କା

ପାଠାଗାରଗୁଡ଼ିକର ଭୂମିକା ଅବର୍ଣ୍ଣନୀୟ। ପ୍ରାଚୀନ କାଳରୁ ପାଠକ ନିମନ୍ତେ ପାଠାଗାର ପାଠ୍ୟ ଉପକରଣ ଦ୍ୱାରା ପାଠକର ମନକୁ ଶାନ୍ତ କରିଥାଏ। ପାଠକଟିଏ ପାଠାଗାରରେ ବସି ପୁସ୍ତକ ଖୋଲି ଲୀନହୋଇଯାଏ ଶିକ୍ଷଣ ପ୍ରକ୍ରିୟାରେ। ପ୍ରାଚୀନ ଯୁଗରେ ଶିଷ୍ୟମାନେ ଗୁରୁକୁଳରୁ ଶିକ୍ଷା ଗ୍ରହଣ କରୁଥିଲେ । ଆଧୁନିକ ଯୁଗରେ ଗ୍ରନ୍ଥାଗାରର ଭୂମିକା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ। ନିଜ ଉଚ୍ଚ ଅଭିଳାଷକୁ ସାକାର କରିବା ନିମନ୍ତେ ବିଭିନ୍ନ ରାଜ୍ୟ ଓ ଜିଲାରୁ ଅନେକ ବିଦ୍ୟାର୍ଥୀ ପାଠାଗାରକୁ ନିଜର ପୁଞ୍ଜି ବୋଲି ଭାବି ନେଇଥାନ୍ତି। ଅଧାରୁ ଅଧିକ ସମୟ ପାଠାଗାରରେ ଅତିବାହିତ କରିଥାନ୍ତି, ଆଖିରେ ଚାକିରି କରିବାର ଅସୁମାରୀ ଆଶାକୁ ଧରି ସେ କର୍ମପଥରେ ଆଗେଇ ଚାଲିଥାଏ। କେତେକ ଜିଲାରେ ପାଠାଗାର ଅଛି ଓ କେତେକରେ ପାଠାଗାରର ଅଭାବ ମଧ୍ୟ ରହିଛି। ଏହାଦ୍ୱାରା ବିଦ୍ୟାର୍ଥୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଗ୍ରନ୍ଥାଗାରଗୁଡ଼ିକରେ ପଦବୀ ଖାଲି ପଡ଼ିଥିବା ସତ୍ତ୍ୱେ ରାଜ୍ୟ ସରକାର ଯୁବପିଢ଼ିମାନଙ୍କୁ ବୃତ୍ତିଗତ ସୁଯୋଗ ଯୋଗାଇବାରେ ବିଫଳ ହୋଇଛନ୍ତି। ବିଡ଼ମ୍ବନାର ବିଷୟ, ଅବସରପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତି ଦିଆଯାଉଥିବାବେଳେ ଯୁବତୀଯୁବକମାନଙ୍କୁ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ନିଯୁକ୍ତି ଦିଆ ନ ଯାଇ ଅଣଦେଖା କରାଯାଉଛି।
ଯୁବକଙ୍କ ଆକାଂକ୍ଷାକୁ ଖୋଲା ଅବମାନନା କରାଯାଉଛି। ଗ୍ରନ୍ଥାଗାରିକ ପଦବୀ ପାଇଁ ନିଯୁକ୍ତିର ଅଭାବ ନିମନ୍ତେ ଯୁବକମାନଙ୍କ ବାରମ୍ବାର ଅନୁରୋଧ ଓଡ଼ିଶା ସରକାରଙ୍କ କର୍ଣ୍ଣପାତ ହେଉନାହିଁ ଏବଂ ସରକାରଙ୍କ ନିଷ୍କ୍ରିୟତା କେବଳ ସଙ୍କଟକୁ ଡାକି ଆଣୁଛି। ଓଡ଼ିଶାର ପୂର୍ବ ସରକାର ବିଭିନ୍ନ ବିଭାଗରେ ବିଭିନ୍ନ ପଦବୀ ସୃଷ୍ଟିକରିଥିଲେ। ବର୍ତ୍ତମାନର ସରକାର ଉକ୍ତ ପଦବୀ ପୂରଣ କରିବାରେ ବିଫଳ ହୋଇଛନ୍ତି, ଯାହାକି ଦୁଃଖର ବିଷୟ। ଏହି ବିଭାଗର ଗୁରୁତ୍ତ୍ୱ ଏବଂ ପୂର୍ଣ୍ଣ ଆବଶ୍ୟକତାକୁ ଅବହେଳାକରି ରାଜ୍ୟର ସାମଗ୍ରିକ ବିକାଶରେ ବାଧା ସୃଷ୍ଟି କରୁଛନ୍ତି। ଆମର ସାମ୍ପ୍ରତିକ ସରକାରଙ୍କ ଉଦ୍ଦେଶ୍ୟ ‘ସମସ୍ତଙ୍କୁ ନେଇ,ସମସ୍ତଙ୍କ ପାଇଁ ବିକାଶ’ ଇଚ୍ଛାକୃତ ଫଳାଫଳ ଦେଉନାହିଁ। ଓଡ଼ିଶାର ଅଭିବୃଦ୍ଧି ଏବଂ ବିକାଶକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ବା ଦିଗରେ ଉପଯୁକ୍ତ କାର୍ଯ୍ୟ ହେଉନାହିଁ । ବାସ୍ତବତା ଏକ ଭିନ୍ନ କାହାଣୀ ଦର୍ଶାଉଛି।
କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରର ଯୁବକମାନଙ୍କ ଆକାଂକ୍ଷା ପୂରଣ କରିବାକୁ ସଂଘର୍ଷ କରୁଛି । ସମସ୍ତଙ୍କ ପାଇଁ ବିକାଶ ଦିଗରେ କାର୍ଯ୍ୟ କରିବାକୁ ସରକାରଙ୍କ ନିକଟରେ ଦାବି କରିବା ସତ୍ତ୍ୱେ ତାହା ପୂରଣ ହୋଇ ନ ଥିବା ପ୍ରତିଶ୍ରୁତି ଅନେକଙ୍କୁ ନିରାଶ କରିଛି। ପୂର୍ବ ସରକାରଙ୍କ ଦୀର୍ଘ ବର୍ଷର ଶାସନ ପରେ ମଧ୍ୟ ପାଠାଗାରର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ସକ୍ଷମ ହୋଇ ନ ଥିଲେ ଏବଂ ଖାଲି ଥିବା ପଦବୀଗୁଡ଼ିକ ପୂରଣ ମଧ୍ୟ କରିପାରି ନ ଥିଲେ। ବର୍ତ୍ତମାନର ସରକାରଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ମଧ୍ୟ ସେ ମଧ୍ୟ ପାଠାଗାରକୁ ନେଇ କିଛି ପଦକ୍ଷେପ ଗ୍ରହଣ କରିବାକୁ ଅସମର୍ଥ । କିନ୍ତୁ ଆମର ଆଶା ସରକାର ଖୁବ୍‌ ଶୀଘ୍ର ଏସବୁ ସମସ୍ୟାର ସମାଧାନ କରିବେ ।
ଓଡ଼ିଶାର ଗ୍ରନ୍ଥାଗାରଗୁଡ଼ିକରେ ଅନେକ ପଦବୀ ପୂରଣ ହୋଇନାହିଁ। ସରକାରଙ୍କ ନିଷ୍କ୍ରିୟତା ଯୋଗୁ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗର ଅଭାବ ଦେଖାଦେଇଛି। ଜିଲା ପାଠାଗାର,ସମନ୍ବିତ ପାଠାଗାର,ସ୍ମାରକୀ ପାଠାଗାର, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଉପଯୁକ୍ତ ଭିତ୍ତିଭୂମିର ଅଭାବ ରହିବା ସହ ଖାଲିଥିବା ପଦବୀଗୁଡିକରେ ନିଯୁକ୍ତିର ଅଭାବ। ପାଠାଗାରଗୁଡ଼ିକର ସୁଦୃଢ଼ତା ସମାଜ ନିମନ୍ତେ ଏକ ଉନ୍ନତ ପଦକ୍ଷେପ ରୂପେ ବିବେଚିତ ହେବ। ଚାକିରି କ୍ଷେତ୍ରରେ ଆବେଦନର ବୟସସୀମାକୁ ୪୩ ବର୍ଷକୁ ବୃଦ୍ଧିକରିବା ଉଚିତ। ଫଳରେ ଗ୍ରନ୍ଥାଗାରିକ ଚାକିରି ଆଶାୟୀମାନେ ଆବେଦନ କରିବା ପାଇଁ ସୁଯୋଗ ପାଇପାରିବେ। କାରଣ ପୂର୍ବ ସରକାର ବହୁ କମ୍‌ ପଦବୀରେ ନିଯୁକ୍ତି କରିଥିଲେ, ଯାହାକି ସମୁଦ୍ରକୁ ଶଙ୍ଖେ ସଦୃଶ ଥିଲା।
କାରଣ ସଂସ୍କୃତି ବିଭାଗ ଅଧୀନରେ ଥିବା ଗ୍ରନ୍ଥାଗାରଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ କର୍ମଚାରୀଙ୍କ ଅଭାବ ରହିଛି। ଏସବୁ ସମସ୍ୟା ପ୍ରତି ସରକାର ଦୃଷ୍ଟିଦେଲେ ସମାଜ ଉପକୃତ ହେବା ସହ ଅନେକ ଚାକିରି ଆଶାୟୀ ଆଶ୍ୱସ୍ତି ଅନୁଭବ କରିବେ ।
ମୋ:୯୭୭୬୮୪୨୬୭୨


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?