ଏଲ୍‌ଜିର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୨୫।୮:ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଏକ ଅଭିନବ ତଥା ବ୍ରାଣ୍ଡ୍‌ ନ୍ୟୁ ଲାଇଫ୍ସ ଇଜ୍‌ ଗୁଡ୍‌ ଗ୍ଲୋବାଲ କ୍ୟାମ୍ପେନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସ୍ବତନ୍ତ୍ର ଅଭିଯାନ ସାରା ବିଶ୍ୱରେ ଏଲ୍‌ଜିର ଉତ୍ପାଦ ଓ ଗୁଣବତ୍ତା ସମ୍ପର୍କରେ ପ୍ରଚାର ଓ ପ୍ରସାର କରିବ। ଏପରିକି କମ୍ପାନୀ ବିଭିନ୍ନ ବ୍ରାଣ୍ଡ୍‌ ଏବଂ କିଛି ନୂତନ ବ୍ରାଣ୍ଡ୍‌କୁ ମଧ୍ୟ ଏହି ଅଭିଯାନରେ ସାମିଲ କରାଇବା ସହ ଗ୍ରାହକଙ୍କ ଚାହିଦା ସମ୍ପର୍କରେ ଅବଗତ ହେବାକୁ ପ୍ରୟାସ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ନିକଟରେ ବ୍ରାଣ୍ଡ୍‌ର ଏହି ଅଭିଯାନ ବିଶ୍ୱସ୍ତରୀୟ ବଜାର ଅନାବରଣ କରାଯାଇଥିଲା। ଏପରିକି ଦୁବାଇ, ଲଣ୍ଡନ, ନ୍ୟୁୟର୍କ ଭଳି କିଛି ପ୍ରମୁଖ ସହରରେ କମ୍ପାନୀ କ୍ୟାମ୍ପେନିଂ ଡିଜିଟାଲ ମାଧ୍ୟମରେ କରାଯାଉଛି। ଉଲ୍ଲେଖଯୋଗ୍ୟ, କମ୍ପାନୀ ବିଶ୍ୱସ୍ତରୀୟ କଳାକାରଙ୍କ ଜରିଆରେ ଏହି ଅଭିଯାନକୁ ଗ୍ରାହକଙ୍କ ନିକଟତର କରିବା ସହ ବ୍ରାଣ୍ଡ୍‌ର ଚାହିଦା ଓ ଗ୍ରାହକଙ୍କ ଆବଶ୍ୟକତା ସମ୍ପର୍କରେ ମଧ୍ୟ ମତାମତ ହାସଲ କରୁଛୁ। ଫଳରେ ଆଗାମୀ ଦିନରେ କମ୍ପାନୀ ନୂତନ ଉତ୍ପାଦ ବଜାର ପ୍ରବେଶ କରାଇବା ସହ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri