ଉଚ୍ଚଶିକ୍ଷା ବିଭାଗର ଚିଠି: ସବୁ ବିଶ୍ବବିଦ୍ୟାଳୟରେ ଅଗଷ୍ଟ ୨୫ ସୁଦ୍ଧା…

ଭୁବନେଶ୍ୱର,୯।୮: ଅଗଷ୍ଟ ୨୫ ସୁଦ୍ଧା ଶକ୍ତିଶ୍ରୀ ସଶକ୍ତୀକରଣ ସେଲ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖିଛି। ସବୁ ବିଶ୍ବବିଦ୍ୟାଳୟ କୁଳପତିଙ୍କ ସହ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଦିଆଯାଇଛି। ଅଗଷ୍ଟ ୨୦ ସୁଦ୍ଧା ଶକ୍ତିଶ୍ରୀ ସାଥୀ ବାଛିବା ପାଇଁ ପଦକ୍ଷେପ ନେବାକୁ ଉଲ୍ଲେଖ କରାଯାଇଛି। ଅଗଷ୍ଟ ୧୪ ସୁଦ୍ଧା ପ୍ରତି ଶ୍ରେଣୀକୁ ପ୍ରତିନିଧିତ୍ୱ କରୁଥିବା ଜଣେ ଛାତ୍ରୀ ବାଛିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିନିଧିତ୍ୱ ପାଇଁ UG କିମ୍ବା PG ଶେଷ ବର୍ଷର ଛାତ୍ରୀ ବାଛିବାକୁ କୁହାଯାଇଛି। ୬ ଦିନିଆ ଆତ୍ମରକ୍ଷା ତାଲିମ ଆୟୋଜନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Share
Tags: odisha