The Minister of State (Independent Charge) for Statistics and Programme Implementation, Shri Srikant Kumar Jena addressing a Press Conference on MPLADS Fund to Phailin/flood affected area of Odisha, , in New Delhi on November 18, 2013.
ଭୁବନେଶ୍ୱର,୩।୪(ବ୍ୟୁରୋ): ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ ସୋମବାର ନୂଆଦିଲ୍ଲୀରେ ଦେଶର ସାମାଜିକ ନ୍ୟାୟ ସମ୍ପର୍କିତ ସମ୍ମିଳନୀ ଆୟୋଜନ କରୁଛନ୍ତି। ଏହି ସମ୍ମିଳନୀରେ ବିରୋଧୀ ଦଳଗୁଡ଼ିକର ନେତାମାନେ ଯୋଗଦେବେ। ସାମାଜିକ ଅଧିକାରରୁ ବଞ୍ଚତ୍ତ ହେଉଥିବା ବର୍ଗଙ୍କ ଅଧିକାର ସମ୍ପର୍କରେ ସେଠାରେ ଆଲୋଚନା ହେବ। ଓଡ଼ିଶାର ଆର୍ଥିକ ଅନଗ୍ରସର ବର୍ଗ, ଅନୂସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁଙ୍କ ସାମ୍ବିଧାନିକ ଅଧିକାର ସମ୍ପର୍କରେ ଏହି ଜାତୀୟସ୍ତରୀୟ ଆଲୋଚନାରେ ପରିସରଭୁକ୍ତ କରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଷ୍ଟାଲିନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ଉକ୍ତ ଚିଠିରେ ଶ୍ରୀକାନ୍ତ ଉଲ୍ଲେଖ କରିଛନ୍ତି, ଏହି ବର୍ଗର ଲୋକଙ୍କ ସଂଖ୍ୟା ଓଡ଼ିଶାର ମୋଟ ଜନସଂଖ୍ୟାର ୯୪ ପ୍ରତିଶତ ହୋଇଥିବା ସତ୍ତ୍ୱେ ସେମାନେ ସାମାଜିକ ତଥା ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହେଉଛନ୍ତି। ତେଣୁ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ବିଚାରକୁ ନେବା ପାଇଁ ସେ ଅନୁରୋଧ କରିଛନ୍ତି। ମଣ୍ଡଳ କମିଶନଙ୍କ ସୁପାରିସକ୍ରମେ ଏହି ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ମାତ୍ର ୧୧ ପ୍ରତିଶତଙ୍କ ପାଇଁ ସଂରକ୍ଷଣ ରହିଛି। ଏହାଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ ପଛୁଆବର୍ଗର ଯୁବତୀ,ଯୁବକମାନେ ଚାକିରି ଓ ଶିକ୍ଷାର ସୁଯୋଗ ହରାଉଛନ୍ତି। ସବୁ ରାଜ୍ୟରେ ଏହି ବର୍ଗଙ୍କ ପାଇଁ ଫାଇନାନ୍ସ କର୍ପୋରେଶନ ରହିଛି। ହେଲେ ୨୦ ବର୍ଷ ଧରି ଓଡ଼ଶାରେ ଏହି ଫାଇନାନ୍ସ କର୍ପୋରେଶନକୁ ଏକପ୍ରକାର ବନ୍ଦ କରାଯାଇଛି। ଚାକିରି ପାଇ ନ ଥିବା ଯୁବତୀ,ଯୁବକମାନେ କୌଣସି ଉଦ୍ୟୋଗ କରିବା ପାଇଁ ଚାହିଁଲେ ଆର୍ଥିକ ସହାୟତା ପାଇପାରୁନାହାନ୍ତି। ରାଜ୍ୟରେ ମାତ୍ର ୬ ପ୍ରତିଶତ ଲୋକଙ୍କ ହାତରେ ରାଜନୈତିକ କ୍ଷମତା, ପ୍ରଶାସନିକ କ୍ଷମତା ଠୁଳ ହୋଇଛି। ସେହିପରି ରାଜ୍ୟର ପ୍ରାୟ ୩୮.୫ ପ୍ରତିଶତ ଏସ୍ସି/ଏସ୍ଟି ବର୍ଗର ବୈଷୟିକ ଏବଂ ମେଡିକାଲ ଶିକ୍ଷାରେ ଉପଯୁକ୍ତ ସଂରକ୍ଷଣ ଦିଆଯାଉନାହିଁ। ସମ୍ପଦଭରା ଓଡ଼ିଶାରେ ପଛୁଆବର୍ଗ ବିଭିନ୍ନ ସୁବିଧାରୁ ବଞ୍ଚତ୍ତ ହୋଇଥିବା ଦର୍ଶାଇ ଶ୍ରୀକାନ୍ତ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଜେଡି ସରକାରରୁ କୌଣସି ପ୍ରତିନିଧି ଏହି ସମ୍ମିଳନୀରେ ଯୋଗଦେଉଥିଲେ ତାଙ୍କୁ ଏନେଇ ପ୍ରଶ୍ନ କରାଯାଉ ବୋଲି ଷ୍ଟାଲିନଙ୍କ ଉଦ୍ଦେଶ୍ୟରେ ଶ୍ରୀକାନ୍ତ କହିଛନ୍ତି।