ଦେଶକୁ ଭଲ ପାଇବାର ଭାବନା ଉଦ୍ରେକ ହେଉ: ବିଧାୟକ

ପାଟଣା,୧୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଷ୍ଟାଡିୟମରେ ଶୁକ୍ରବାର ୭୯ ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ମହାଆଡମ୍ବରରେ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ୩୩ଟି ପରେଡ୍‌ ଗ୍ରୁପରୁ ଅଭିବାଦନ ଗ୍ରହଣ କରିଛନ୍ତି। ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ କହିଛନ୍ତି ଆଜିର ଦିନ ଦେଶକୁ ଭଲ ପାଇବାର ଭାବନା ଉଦ୍ରେକ ହେଉ । ଭାରତ ବର୍ତ୍ତମାନ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୈତିକ ବ୍ୟବସ୍ଥା। ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ତହସିଲଦାର ତଥା ଭାରପ୍ରାପ୍ତ ବିଡିଓ ଅଶ୍ୱିନୀ କୁମାର ନାଏକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାତ, ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ବ୍ଲକର କାର୍ଯ୍ୟରତ ୨ ବରିଷ୍ଠ ଖବର ଦାତା ନୃସିଂହନାଥ ସିଂହ ଓ ମହେଶ୍ୱର ପୃଷ୍ଟିଙ୍କୁ ବିଧାୟକ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଉଦୀୟମାନ ସିନେ କଣ୍ଠଶିଳ୍ପୀ ଜସ୍ମିନ ରଣାଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଛାତ୍ରୀଛାତ୍ରଙ୍କ ଦ୍ୱାରା ଦେଶପ୍ରେମ ସମ୍ବଳିତ ବିଭିନ୍ନ ନୃତ୍ୟ ଗୀତ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷକ ପାର୍ଥ ସାରଥୀ ବେଜ, କମଳାକାନ୍ତ ପତି ପ୍ରମୁଖ ସଂଯୋଜନା କରିଥିବା ବେଳେ ପରେଡ୍‌କୁ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ, ଶାନ୍ତନୁ କୁମାର ସାହୁ ପରିଚାଳନା କରିଥିଲେ।
ପାଟଣା ବ୍ଲକରେ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ତହସିଲରେ ତହସିଲଦାର ଅଶ୍ୱିନ କୁମାର ନାଏକ, ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ସାହୁ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଧାୟକ ନାଏକ, ପାଟଣା ଥାନାରେ ଥାନାଧିକାରୀ ମାନସ କୁମାର ମହାକୁଡ଼, ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକ, ରେଞ୍ଜ ଅଫିସରେ ରେଞ୍ଜର ବନବିହାରୀ ସର୍ଦ୍ଦାର, ତୁରୁମୁଙ୍ଗା ଥାନାରେ ଓ ପିଏସ୍‌ ସୌରଭ ରଞ୍ଜନ ପ୍ରଧାନ, ମୁକ୍ତି ତୀର୍ଥ କ୍ଲବ ସ୍ବାମ୍‌ରେ ସଭାପତି ଭାଗୀରଥି ଦାଶ, ସରସ୍ବତୀୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ବ୍ରଜେନ୍ଦ୍ର କୁମାର ପତି, ଜି.ଏନ୍‌ ହାଇସ୍କୁଲରେ ବିଇଓ ଅମାତ, ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ହରେକୃଷ୍ଣ ମହାନ୍ତ, ସମବାୟ ବ୍ୟାଙ୍କରେ ଅବସରପ୍ରାପ୍ତ ତହସିଲଦାର ଯତୀନ୍ଦ୍ର କୁମାର ସେଠୀ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିସହ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ଓ ଶିଳ୍ପ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ ହୋଇଛି।

Share