Posted inଜାତୀୟ

‘ମୋତେ ଭାରତରେ ରହିବାକୁ ଦିଅ’- ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଗୁହାରି କଲେ ତସଲିମା

ନୂଆଦିଲ୍ଲୀ,୨୧।୧୦: ବାଂଲାଦେଶୀ ଲେଖକ ତସଲିମା ନସିରିନ ତାଙ୍କ ବାସସ୍ଥାନ ଅନୁମତି ବା ସେିଡେନ୍ସ ପରମିଟକୁ ନେଇ ଚିନ୍ତିତ ଅଛନ୍ତି। ସୋମବାର ଏ ବାବଦରେ ସେ ଏକ ଟୁଇଟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ନିବେଦନ କରିଛନ୍ତି।
ତସଲିମା ନସିରିନ ଏକ୍ସରେ ଲେଖିଛନ୍ତି, ନମସ୍କାର ପ୍ରିୟ ଅମିତ ଶାହାଜୀ । ମୁଁ ଭାରତରେ ରହୁଛି କାରଣ ମୁଁ ଏହି ମହାନ ଦେଶକୁ ଭଲ ପାଏ। ଗତ ୨୦ବର୍ଷ ଧରି ଏହା ମୋର ଦ୍ୱିତୀୟ ଘର ହୋଇ ଯାଇଛି। କିନ୍ତୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଜୁଲାଇ ୨୨ରୁ ମୋର ବାସସ୍ଥାନ ଅନୁମତି ବଢାଉ ନାହିଁ। ମୁଁ ବହୁତ ଚିନ୍ତିତ ଯଦି ଆପଣ ମୋତେ ରହିବାକୁ ଦିଅନ୍ତି, ମୁଁ ଆପଣଙ୍କ ନିକଟରେ ବହୁତ କୃତଜ୍ଞ କରିବି। ହାର୍ଦ୍ଦିକ ଶୁଭକାମନା।

ସୂଚନାଯୋଗ୍ୟ,୧୯୯୦ ଦଶକ ପୂର୍ବରୁ ତସଲିମା ନସରିନ ତାଙ୍କର ପ୍ରବନ୍ଧ ଏବଂ ଉପନ୍ୟାସ ଯୋଗୁଁ ଖୁବ ଚର୍ଚ୍ଚାରେ ଥିଲେ। ସେ ନିଜ ଲେଖାରେ ଧର୍ମକୁ ସମାଲୋଚନା କରିଥିଲେ ଯାହାକୁ ସେ ମହିଳା ବିରୋଧୀ ବୋଲି ବିବେଚନା କରିଥିଲେ।

୧୯୯୪ ମସିହାରୁ ନସିରିନ ନିର୍ବାସନରେ ରହୁଛନ୍ତି। ଏକ ଦଶନ୍ଧିରୁ ଅଧିକ ସମୟ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ରହିବା ପରେ ସେ ୨୦୦୪ରେ ଭାରତ ଯାଇଥିଲେ।
ତସଲିମା ନସିରିନଙ୍କ ୧୯୯୪ ଉପନ୍ୟାସ ଲଜ୍ଜା ସାରା ବିଶ୍ୱରେ ସାହିତ୍ୟ ଜଗତର ଦୃଷ୍ଟି ଆକର୍ଷଣ କରିଥିଲା। ଡିସେମ୍ବର ୧୯୯୨ରେ ଭାରତରେ ବାବ୍ରି ମସଜିଦ ଭାଙ୍ଗିବା ପରେ ବଙ୍ଗୀୟ ହିନ୍ଦୁମାନଙ୍କ ପ୍ରତି ହୋଇଥିବା ହିଂସା, ବଳାତ୍କାର, ଲୁଟ ଏବଂ ହତ୍ୟା ବିଷୟରେ ଏହି ପୁସ୍ତକ ଲେଖାଯାଇଥିଲା।
ଏହି ପୁସ୍ତକ ପ୍ରଥମେ ବଙ୍ଗାଳୀରେ ୧୯୯୩ରେ ପ୍ରକାଶିତ ହୋଇଥିଲା ଏବଂ ପରେ ବାଂଲାଦେଶରେ ନିଷେଧ କରାଯାଇଥିଲା। ତଥାପି ଏହାର ପ୍ରକାଶନର ଛଅ ମାସ ପରେ ଏହା ହଜାର ହଜାର କପି ବିକ୍ରି କଲା । କୁହାଯାଏ ଯେ ଏହା ପରେ ସେ ମୃତ୍ୟୁ ଧମକ ପାଇବା ଆରମ୍ଭ କରିଥିଲେ ଯେଉଁଥିପାଇଁ ସେ ଦେଶ ଛାଡିବାକୁ ବାଧ୍ୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri