‘ପାଠ୍ୟ ପୁସ୍ତକରେ ବରଗଡ଼ ଧନୁଯାତ୍ରା ସ୍ଥାନିତ ହେଉ’; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଆଦେଶ ଦେଲେ କଂସ ମହାରାଜ…

ମଥୁରାନଗରୀ,୪।୧(ପ୍ରେମାନନ୍ଦ ଖମାରୀ)-ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଶନିବାର ରାଜ ଦରବାରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଶିକ୍ଷା, ସଂସ୍କୃତି, କ୍ରୀଡ଼ା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଏବଂ ଗ୍ରାମ୍ୟ ଉନ୍ନୟନ, ପାନୀୟଜଳ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ରାଜ ଅତିଥିଭାବେ ଯୋଗଦାନ କରିଥିଲେ। ରାଜ ଦରବାରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଧନୁଯାତ୍ରା ସମାଜକୁ ନୈତିକ ମୂଲ୍ୟବୋଧର ବାର୍ତ୍ତା ଦେଉଛି ଏବଂ ଏହି ମହୋତ୍ସବକୁ ଆନ୍ତର୍ଜାତୀକ ସ୍ତରକୁ ନେବା ପାଇଁ ସରକାର ଉଦ୍ୟମ କରୁଛନ୍ତି ବୋଲି କଂସ ମହାରାଜଙ୍କ ସମ୍ମୁଖରେ କହିଥିଲେ। ମହାରାଜ କଂସ ସେଥିରେ ଖୁସିବ୍ୟକ୍ତ କରିଥିଲେ ଏବଂ ବରଗଡ଼ ଧନୁଯାତ୍ରାକୁ ସାରାଦେଶର ପାଠ୍ୟପୁସ୍ତକରେ ସ୍ଥାନିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କୁ ଆଦେଶ ଦେଇଥିଲେ।

ସେହିପରି ମନ୍ତ୍ରୀ ସୂର୍ଯ୍ୟବଂଶୀ କହିଥିଲେ, ନ୍ୟାଶନାଲ ସ୍କୁଲ ଅଫ ଡ୍ରାମାର ଏକ ଟିମ୍‌ ମଥୁରାନଗରୀରେ ଉପସ୍ଥିତ ରହି ଧନୁଯାତ୍ରାର ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତି କାର୍ଯ୍ୟ କରୁଛନ୍ତି। ରାଜ୍ୟର ସବୁଜିଲାରେ ଧନୁଯାତ୍ରା ମହୋତ୍ସବର ଲାଇଭ୍‌ ଟେଲିକାଷ୍ଟ ହେଉଛି। ଅନ୍ୟପଟେ ମହାରାଜ କଂସ ମଥୁରାନଗରୀର ଆହୁରି ୧ଲକ୍ଷ କଳାକାରଙ୍କୁ ଭତ୍ତା ପ୍ରଦାନ ପାଇଁ ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କୁ ଆଦେଶ କରିଥିଲେ। ସେହିପରି କାହିଁକି ଏପର୍ଯ୍ୟନ୍ତ ମଥୁରା ରାଜ୍ୟର ଲୋକେ ପାନୀୟ ଜଳାଭାବର ସମ୍ମୁଖୀନ ହେଉଛନ୍ତି ବୋଲି କଂସ ମହାରାଜ ମନ୍ତ୍ରୀ ନାଏକଙ୍କୁ ପ୍ରଶ୍ନ କରିଥିଲେ।

ପରୋକ୍ଷରେ ପୂର୍ବ ସରକାର ଉପରେ ମନ୍ତ୍ରୀ ନାଏକ ଏହାର ଦୋଷ ଲଦି ଥିବାବେଳେ ଆଗାମୀ ଦିନରେ ସବୁତଥ୍ୟ ମହାରାଜଙ୍କ ପାଖରେ ଉପସ୍ଥାପନ କରିବେ ବୋଲି କହିଥିଲେ। ସେହିପରି ଆସନ୍ତା ୨୦୨୬ ମସିହା ମାର୍ଚ୍ଚ ସୁଦ୍ଧା ପ୍ରତ୍ୟେକ ଘରକୁ ପାଣି ପହଞ୍ଚିବ ବୋଲି ମନ୍ତ୍ରୀ ନାଏକ ଉତ୍ତର ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାସିସ୍‌ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ ପ୍ରମୁଖ ଦରବାରରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri