୧୫ ଦିନ ତଳେ ହୋଇଥିଲା ଉଦ୍‌ଘାଟନ, ଧସିଲା ସେତୁ

ଆଳି,୨୫ା୩ (ବନମାଳୀ ସେନାପତି): ବହୁ ପ୍ରତୀକ୍ଷିତ ପଦନିପାଳ ସେତୁ ଉଦ୍‌ଘାଟନ ହେବାର ୧୫ଦିନ ମଧ୍ୟରେ ସଂଯୋଗୀକରଣ ରାସ୍ତା ସାମାନ୍ୟ ବର୍ଷାରେ ଧୋଇଯାଇଛି। ଫଳରେ ପଞ୍ଚାୟତବାସୀ ପୁନର୍ବାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ସେତୁ ସଂଯୋଗୀକରଣ ରାସ୍ତା ଧସିବା ଘଟଣାକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ଦ୍ୱୀପାଞ୍ଚଳ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକର ପଦନିପାଳ ପଞ୍ଚାୟତ ପଦନିପାଳ, ଦୈତାରୀପୁର ଓ କଳମଡ଼ାଶାସନ ଗ୍ରାମର ପ୍ରାୟ ୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ଗଠିତ। ଏହି ପଞ୍ଚାୟତକୁ ଚତୁଃପାର୍ଶ୍ୱରୁ ନଦୀ ଘେରି ରହିଥିବାରୁ ସେମାନେ ଚିରଦିନ ପାଇଁ ଜଳବନ୍ଦୀ ଭାବେ ଜୀବନ ଅତିବାହିତ କରିଥାନ୍ତି। ପଦନିପାଳବାସୀଙ୍କ ଦୀର୍ଘଦିନର ଦାବି ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୬ କୋଟି ଟଙ୍କା ବ୍ୟୟରେ ପଦନିପାଳ ସେତୁ ନିର୍ମାଣ କରାଯାଇଥିଲା। ସେତୁ ନିର୍ମାଣ କରାଯାଇ ରାଜକନିକା ବ୍ଲକ ନମତରା ପର୍ଯ୍ୟନ୍ତ ସଂଯୋଗୀକରଣ ରାସ୍ତା କରାଯାଇଥିଲା। ମାର୍ଚ୍ଚ ୯ ତାରିଖରେ ଏହି ସେତୁଟି ଆଳି ବିଧାୟକ ତଥା ଶକ୍ତି, ଶିଳ୍ପ ଓ ଲଘୁ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ମାତ୍ର ବିଡ଼ମ୍ବନାର ବିଷୟ ୨ଦିନ ପୂର୍ବେ ହୋଇଥିବା ବର୍ଷାରେ ସେତୁକୁ ସଂଯୋଗୀକରଣ ରାସ୍ତାରୁ ଧୀରେ ଧୀରେ ମାଟି ଧସିବା ଆରମ୍ଭ କରିଥିଲା। ପୋଲ ନିକଟରେ ହୋଇଥିବା ବାଲିବନ୍ଧରୁ ବାଲି ଧସିବା ଫଳରେ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିବା ସହ ସାମାନ୍ୟ ବର୍ଷାରେ ଯଦି ବନ୍ଧ ଭୁଶୁଡି ପଡୁଛି ତେବେ ପୋଲର ସ୍ଥାୟିତ୍ୱକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ପଞ୍ଚାୟତବାସୀ ଅଭିଯୋଗ କରିବା ପରେ ପୋଲ କାର୍ଯ୍ୟ କରୁଥିବା ଠିକାଦାର ପୋଲକୁ ସଂଯୋଗ କରୁଥିବା ରାସ୍ତାକୁ ସମ୍ପୂର୍ଣ୍ଣ କାଟି ଦେଇଛନ୍ତି। ଫଳରେ ପୋଲ ଉପର ଦେଇ ଯାତାୟାତ କରିବା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଏଠାରେ ପ୍ରଶ୍ନ ଉଠୁଛି, ୨୦୧୯ରୁ ଏହି ସେତୁ ନିର୍ମାଣ କାର୍ଯ୍ୟ ରାଜକନିକା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଆରମ୍ଭ ହୋଇ ୨୦୨୪ ମାର୍ଚ୍ଚ ୯ରେ ଉଦ୍‌ଘାଟନ ହୋଇଥିଲା। ସ୍ଥାନୀୟ ଲୋକମାନେ ସେତୁ ହେବା ପରେ ଯାତାୟାତ ଆରମ୍ଭ କରିବା ସହ ଖୁସିରେ ରାଜ୍ୟ ସରକାରଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ସେତୁ ସଂଯୋଗୀକରଣ ରାସ୍ତା ଧସିଯିବା ପରେ ବିଭାଗୀୟ ଅଧିକାରୀଙ୍କ ପାରିଲାପଣିଆ ଉପରେ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି।
ସେତୁ ନିର୍ମାଣ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ଓ ଠିକାଦାରଙ୍କ ମନମୁଖି ନୀତିରେ କାର୍ଯ୍ୟ ହେଉଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ଏହି ଗୋଟିଏ ଘଟଣା ହିଁ ଗ୍ରାମ୍ୟ ଉନ୍ନୟନ ବିଭାଗର ଠିକାଦାର ପୋଷଣ ନୀତିର ସ୍ପଷ୍ଟ ଚିତ୍ର। କାରଣ ଦୀର୍ଘ ଦଶନ୍ଧି ପରେ ପୋଲଟିଏ ପାଇ ଖୁସି ହେଉଥିବା ପଦନିପାଳବାସୀ ରାସ୍ତା ଧସିବା ପରେ ଚିନ୍ତାରେ ରହିଛନ୍ତି। ଏ ସମ୍ପର୍କରେ ଆଳି ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ପଣ୍ଡାଙ୍କୁ ପଚାରିବାରେ ଉଦ୍‌ଘାଟନ ପାଇଁ ଅସ୍ଥାୟୀ ଭାବେ ସଂଯୋଗ ରାସ୍ତା ନିର୍ମାଣ କରିଥିଲୁ। ଏବେ ଆମେ ସେତୁକୁ ସଂଯୋଗ ରାସ୍ତା ପାଇଁ ୱାଲ ତିଆରି କରିବା ପରେ ଦୃଢ଼ ଭାବେ ନିର୍ମାଣ କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୨ଦିନ ପ୍ରବଳ ଶୀତ: ଆଜି ୯ ଜିଲାକୁ ଓ୍ୱାର୍ନିଂ

ଭୁବନେଶ୍ୱର,୧୨।୧୨: ଆହୁରି ୨ ଦିନ ଯାଏ ଶୀତ ଲହରି ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି...

ଭିନେଶ ଫୋଗଟଙ୍କ ବଡ଼ ଘୋଷଣା, ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଲେ….

ନୂଆଦିଲ୍ଲୀ,୧୨।୧୨: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଅବସର ଘୋଷଣା କରିଥିବା ବେଳେ ବର୍ତ୍ତମାନ ୟୁ-ଟର୍ଣ୍ଣ କରିଛନ୍ତି...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେବ ଶ୍ମଶାନ ଘାଟ

ପୁରୁଷୋତ୍ତମପୁର,୧୨ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମୃତଦେହ ଦାହ କରିବା ଓ କ୍ରିୟାକର୍ମ କରିବା ସହ ମୃତବ୍ୟକ୍ତିଙ୍କ ଅସ୍ଥି ରଖିବା ଲୋକଙ୍କ ଲାଗି ସମସ୍ୟା ପାଲଟିଥିବାବେଳେ...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ଜାତୀୟ ରାଜପଥରେ ଗର୍ଜିଲେ ଚାଷୀ

ସମ୍ବଲପୁର,୧୨।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଟୋକନ ମିଳିବା ବିଳମ୍ବକୁ ନେଇ ତାତି ଉଠିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ଶୁକ୍ରବାର ପୂର୍ବାହ୍ନରୁ ସମ୍ବଲପୁର ସହରର ୨କୁ ନେଇ ଚାଷୀ...

୨୦୨୬ରେ ରାହୁ ଗୋଚର: ଏହି ୩ ରାଶିର ବଦଳିବ ଭାଗ୍ୟ, ୩ ରାଶିର ଭାଗ୍ୟ ଖରାପ

ନୂଆଦିଲ୍ଲୀ,୧୩।୧୨: ୨୦୨୬ ବର୍ଷ କିଛି ରାଶି ପାଇଁ ପରିବର୍ତ୍ତନଶୀଳ ବର୍ଷ ହୋଇପାରେ। ନୂତନ ବର୍ଷରେ ରାହୁ ଦୁଇଥର ନିଜର ସ୍ଥାନ ପରିବର୍ତ୍ତନ କରିବେ। ସମ୍ପତ୍ତି ଲାଭ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

ଭୋ ଭୋ ହୋଇ କାନ୍ଦିଲେ ହେମା ମାଳିନୀ: ୨ ଝିଅଙ୍କ ଆଗରେ ଘଟିଲା…

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ନିକଟରେ ଦେହାନ୍ତ ହୋଇଥିଲା। ତାଙ୍କ ପରିବାର ଏବେ ବି ଏହି ଆଘାତରୁ ମୁକୁଳିପାରୁନାହିଁ। କିଛି ଦିନ ପୂର୍ବେ ସନ୍ନି ଦେଓଲ...

ନିଜକୁ ଶ୍ରମିକ କହିଲେ ମୋଦି, ଏନଡିଏ ସାଂସଦଙ୍କୁ କଣ ଗୁରୁମନ୍ତ୍ର ଦେଲେ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ଏନଡିଏ ସାଂସଦଙ୍କ ମଧ୍ୟରେ ବୈଠକ ଶେଷ ହୋଇଛି । ମିଡ଼ିଆ ରିପୋର୍ଟ ଅନୁସାରେ, ବୈଠକ ସକରାତ୍ମକ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri