୧୫ ଦିନ ତଳେ ହୋଇଥିଲା ଉଦ୍‌ଘାଟନ, ଧସିଲା ସେତୁ

ଆଳି,୨୫ା୩ (ବନମାଳୀ ସେନାପତି): ବହୁ ପ୍ରତୀକ୍ଷିତ ପଦନିପାଳ ସେତୁ ଉଦ୍‌ଘାଟନ ହେବାର ୧୫ଦିନ ମଧ୍ୟରେ ସଂଯୋଗୀକରଣ ରାସ୍ତା ସାମାନ୍ୟ ବର୍ଷାରେ ଧୋଇଯାଇଛି। ଫଳରେ ପଞ୍ଚାୟତବାସୀ ପୁନର୍ବାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ସେତୁ ସଂଯୋଗୀକରଣ ରାସ୍ତା ଧସିବା ଘଟଣାକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ଦ୍ୱୀପାଞ୍ଚଳ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକର ପଦନିପାଳ ପଞ୍ଚାୟତ ପଦନିପାଳ, ଦୈତାରୀପୁର ଓ କଳମଡ଼ାଶାସନ ଗ୍ରାମର ପ୍ରାୟ ୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ଗଠିତ। ଏହି ପଞ୍ଚାୟତକୁ ଚତୁଃପାର୍ଶ୍ୱରୁ ନଦୀ ଘେରି ରହିଥିବାରୁ ସେମାନେ ଚିରଦିନ ପାଇଁ ଜଳବନ୍ଦୀ ଭାବେ ଜୀବନ ଅତିବାହିତ କରିଥାନ୍ତି। ପଦନିପାଳବାସୀଙ୍କ ଦୀର୍ଘଦିନର ଦାବି ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୬ କୋଟି ଟଙ୍କା ବ୍ୟୟରେ ପଦନିପାଳ ସେତୁ ନିର୍ମାଣ କରାଯାଇଥିଲା। ସେତୁ ନିର୍ମାଣ କରାଯାଇ ରାଜକନିକା ବ୍ଲକ ନମତରା ପର୍ଯ୍ୟନ୍ତ ସଂଯୋଗୀକରଣ ରାସ୍ତା କରାଯାଇଥିଲା। ମାର୍ଚ୍ଚ ୯ ତାରିଖରେ ଏହି ସେତୁଟି ଆଳି ବିଧାୟକ ତଥା ଶକ୍ତି, ଶିଳ୍ପ ଓ ଲଘୁ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ମାତ୍ର ବିଡ଼ମ୍ବନାର ବିଷୟ ୨ଦିନ ପୂର୍ବେ ହୋଇଥିବା ବର୍ଷାରେ ସେତୁକୁ ସଂଯୋଗୀକରଣ ରାସ୍ତାରୁ ଧୀରେ ଧୀରେ ମାଟି ଧସିବା ଆରମ୍ଭ କରିଥିଲା। ପୋଲ ନିକଟରେ ହୋଇଥିବା ବାଲିବନ୍ଧରୁ ବାଲି ଧସିବା ଫଳରେ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିବା ସହ ସାମାନ୍ୟ ବର୍ଷାରେ ଯଦି ବନ୍ଧ ଭୁଶୁଡି ପଡୁଛି ତେବେ ପୋଲର ସ୍ଥାୟିତ୍ୱକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ପଞ୍ଚାୟତବାସୀ ଅଭିଯୋଗ କରିବା ପରେ ପୋଲ କାର୍ଯ୍ୟ କରୁଥିବା ଠିକାଦାର ପୋଲକୁ ସଂଯୋଗ କରୁଥିବା ରାସ୍ତାକୁ ସମ୍ପୂର୍ଣ୍ଣ କାଟି ଦେଇଛନ୍ତି। ଫଳରେ ପୋଲ ଉପର ଦେଇ ଯାତାୟାତ କରିବା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଏଠାରେ ପ୍ରଶ୍ନ ଉଠୁଛି, ୨୦୧୯ରୁ ଏହି ସେତୁ ନିର୍ମାଣ କାର୍ଯ୍ୟ ରାଜକନିକା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଆରମ୍ଭ ହୋଇ ୨୦୨୪ ମାର୍ଚ୍ଚ ୯ରେ ଉଦ୍‌ଘାଟନ ହୋଇଥିଲା। ସ୍ଥାନୀୟ ଲୋକମାନେ ସେତୁ ହେବା ପରେ ଯାତାୟାତ ଆରମ୍ଭ କରିବା ସହ ଖୁସିରେ ରାଜ୍ୟ ସରକାରଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ସେତୁ ସଂଯୋଗୀକରଣ ରାସ୍ତା ଧସିଯିବା ପରେ ବିଭାଗୀୟ ଅଧିକାରୀଙ୍କ ପାରିଲାପଣିଆ ଉପରେ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି।
ସେତୁ ନିର୍ମାଣ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ଓ ଠିକାଦାରଙ୍କ ମନମୁଖି ନୀତିରେ କାର୍ଯ୍ୟ ହେଉଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ଏହି ଗୋଟିଏ ଘଟଣା ହିଁ ଗ୍ରାମ୍ୟ ଉନ୍ନୟନ ବିଭାଗର ଠିକାଦାର ପୋଷଣ ନୀତିର ସ୍ପଷ୍ଟ ଚିତ୍ର। କାରଣ ଦୀର୍ଘ ଦଶନ୍ଧି ପରେ ପୋଲଟିଏ ପାଇ ଖୁସି ହେଉଥିବା ପଦନିପାଳବାସୀ ରାସ୍ତା ଧସିବା ପରେ ଚିନ୍ତାରେ ରହିଛନ୍ତି। ଏ ସମ୍ପର୍କରେ ଆଳି ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ପଣ୍ଡାଙ୍କୁ ପଚାରିବାରେ ଉଦ୍‌ଘାଟନ ପାଇଁ ଅସ୍ଥାୟୀ ଭାବେ ସଂଯୋଗ ରାସ୍ତା ନିର୍ମାଣ କରିଥିଲୁ। ଏବେ ଆମେ ସେତୁକୁ ସଂଯୋଗ ରାସ୍ତା ପାଇଁ ୱାଲ ତିଆରି କରିବା ପରେ ଦୃଢ଼ ଭାବେ ନିର୍ମାଣ କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri