Odisha Elections 2024

କଲରାପତରିଆ ବାଘ ଗଣନା ଆରମ୍ଭ

ଭୁବନେଶ୍ୱର,୪ା୫(ଅସମାପିକା ସାହୁ): ଚଳିତବର୍ଷରୁ ରାଜ୍ୟ ସରକାର ନିଜସ୍ବ କଲରାପତରିଆ ବାଘ ଗଣନା ଆରମ୍ଭ କରିଛନ୍ତି। ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଗଣନା କାର୍ଯ୍ୟ ୪୦ଦିନ ଧରି ଚାଲିବ। ସେହିଭଳି ହାତୀ ଗଣନା ଆସନ୍ତା ୨୨ତାରିଖରୁ ଆରମ୍ଭ ହେବ ବୋଲି ଶୁକ୍ରବାର ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟର ୫୧ଟି ଡିଭିଜନରେ କଲରାପତରିଆ ବାଘ ଗଣନା ହେବ। ଗଣନା ପାଇଁ ୩,୩୧୨ଟି ଟ୍ରାପ କ୍ୟାମେରା ବ୍ୟବହାର କରାଯିବ। ପ୍ରତ୍ୟେକ ଡିଭିଜନରେ ପ୍ରତି ୨୫ ବର୍ଗ କିଲୋମିଟରରେ ୫ଟି ଟ୍ରାପ କ୍ୟାମେରା ଲଗାଯିବ। ପୂର୍ବବର୍ଷ ବାଘ ଗଣନା ସମୟରେ ଟ୍ରାପ କ୍ୟାମେରାରୁ ମିଳିଥିବା କଲରାପତରିଆ ବାଘର ଚିତ୍ରକୁ ଚିହ୍ନଟ ପାଇଁ ବ୍ୟବହାର କରାଯିବ। ତେବେ ସମସ୍ତ କଲରାପତରିଆ ବାଘ ଉପରେ କଡ଼ାକଡ଼ି ଭାବରେ ମନିଟରିଂ କରାଯିବ।
ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ଏବଂ ଓ୍ବାଇଲ୍ଡ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ମିଳିତ ସହଯୋଗରେ ଦେଶରେ ହୋଇଥିବା କଲରାପତରିଆ ଗଣନା ରିପୋର୍ଟ-୨୦୨୨ ଗତ ଫେବୃଆରୀ ୨୯ରେ ପ୍ରକାଶ ପାଇଥିଲା। ଏଥିରେ ଦେଶରେ ଗତ ୪ବର୍ଷରେ କଲାରାପତରିଆ ବାଘଙ୍କ ସଂଖ୍ୟା ବଢ଼ିଥିବାବେଳେ ଓଡ଼ିଶାରେ ହ୍ରାସ ପାଇଥିବା ଦର୍ଶାଯାଇଥିଲା। ୨୦୧୮ ମସିହା ଗଣନାରେ ରାଜ୍ୟରେ ୭୬୦ଟି କଲରାପତରିଆ ବାଘ ଥିବାବେଳେ ୨୦୨୨ ରିପୋର୍ଟରେ ଏହି ସଂଖ୍ୟା ୫୬୮କୁ ଖସି ଆସିଥିଲା। ଓଡ଼ିଶାରେ ବାଘ ସଂଖ୍ୟା କମିଥିବା ନେଇ କେନ୍ଦ୍ରୀୟ ତଥ୍ୟ ପ୍ରକାଶ ପରେ ରାଜ୍ୟ ବନ ବିଭାଗ ନିଜସ୍ବ ଗଣନା କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଏନ୍‌ଟିସିଏ ରିପୋର୍ଟରେ କିଛି ତ୍ରୁଟି ଥିବା ଓ ଗଣନାକାରୀମାନେ ବହୁତ କମ ଅଞ୍ଚଳ କଭର କରିଥିବାରୁ ଆକଳନ ଏକପାଖିଆ ହୋଇଯାଇଥିବା ବନ ବିଭାଗ କହିଥିଲା। ତେଣୁ ମେ’ରୁ ହାତୀ ଗଣନା ସହ ଏକକାଳୀନ କଲରାପତରିଆ ବାଘ ଗଣନା କରିବାକୁ ବିଭାଗ ନିଷ୍ପତ୍ତି ନେଇଥିଲା।
ସେହିଭଳି ହାତୀ ଗଣନା ୨୨ରୁ ୨୪ ତରିଖ ତିନିଦିନ ଧରି ୪୩ଟି ଡିଭିଜନରେ କରାଯିବ। ହାତୀଙ୍କ ଗଣନା ସିଧାସଳଖ କରାଯିବ। ଏଥିପାଇଁ ୧,୧୩୬ଟି ମଞ୍ଚା ନିର୍ମାଣ କରାଯିବ। ଏଥିସହିତ ଏହି ଗଣନାରେ ବାରାକ, ଓ୍ବାଚ୍‌ ଟାଓ୍ବାର ମଧ୍ୟ ବ୍ୟବହାର କରାଯିବ। ଏଥିପାଇଁ ବନ କର୍ମଚାରୀଙ୍କୁ ଆବଶ୍ୟକ ତାଲିମ ଦିଆଯାଉଛି। ଏହି ତାଲିମ ଆସନ୍ତା ୧୫ ତାରିଖ ସୁଦ୍ଧା ଶେଷ ହେବ। ୨୧ ତାରିଖ ସୁଦ୍ଧା ବନ କର୍ମଚାରୀଙ୍କୁ ବିଭିନ୍ନ ପ୍ରକାରର କିଟ୍‌ ଦିଆଯିବ। ୨୨ ତାରିଖରୁ ହାତୀଙ୍କ ଗଣନା ଆରମ୍ଭ ହେବ ବୋଲି ବିଭାଗ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାନା ବାନ୍ଧିଲାଣି ବଡ଼ ଲଘୁଚାପ! ଆସୁଛି…

ଭୁବନେଶ୍ୱର,୧୮।୫: ଡହ ଡହ ଖରାରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ମେ ୨୦ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ପାର୍ଶବର୍ତ୍ତୀ ଉତ୍ତର ଆଣ୍ଡାମାନ...

ନବ ଦାସଙ୍କ ପୁଅଙ୍କ ପିଏଙ୍କ ଘରେ ଆଇଟି ରେଡ୍‌

ଭୁବନେଶ୍ୱର,୧୮।୫: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ ପିଏଙ୍କ ଘରେ ଶନିବାର ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ପର୍ସନାଲ ଆସିଷ୍ଟାଣ୍ଟ ଆଶିଷ...

ନବ ଦାସଙ୍କ ପୁଅଙ୍କୁ ୪ ଘଣ୍ଟା ଜେରା କଲା ଆୟକର ବିଭାଗ

ଭୁବନେଶ୍ୱର,୧୮।୫: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଆୟକର ବିଭାଗ ୪ ଘଣ୍ଟା...

ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ): ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ। ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା ଧର୍ମଗଡଠାରେ ଦ୍ରୁତ ଗତିରେ ବରଯାତ୍ରୀଙ୍କୁ ଧରି...

୨୦ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଆଜି ସରିବ ପ୍ରଚାର

ଭୁବନେଶ୍ୱର,୧୮।୫: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ସରିବ ପ୍ରଚାର। ଶେଷଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ...

ହୋଟେଲ ରୁମ୍‌ରେ ପୋଲିସ କନ୍‌ଷ୍ଟେବଲଙ୍କୁ ହତ୍ୟା

ବଲାଙ୍ଗୀର,୧୮।୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହର ରେଲୱେ ଷ୍ଟେଶନ୍‌ ନିକଟ ଏକ ହୋଟେଲ ରୁମ୍‌ରୁ ଜଣେ ବ୍ୟକ୍ତିଙ୍କ ହାତମୁହଁ ବନ୍ଧା ମୃତଦେହ ପୋଲିସ ଉଦ୍ଧାର କରରଯାଇଛି।...

ସଫା ସଫା କହିଦେଲେ ଶାହା, ଏଥର ଆମେ ଓଡ଼ିଶାରେ ଏତିକି ଆସନ ଜିତିବୁ

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ଭାଜପା ୧୫ ଲୋକ ସଭା ଆସନ ଏବଂ ୭୫ଟି ବିଧାନସଭା ଆସନ ଜିତିବ ଭାଜପା। ଶୁକ୍ରବାର ପୁଣିଥରେ ଓଡ଼ିଶା ଗସ୍ତରେ ଆସି ଦମ୍ଭୋକ୍ତି...

ଏମ୍‌ବିକେ, ଆଶାକର୍ମୀଙ୍କୁ ଧମକ ଦେଉଛନ୍ତି ଭାଜପା ନେତା

ଭୁବନେଶ୍ୱର, ୧୮।୫ (ବନ୍ଦନା ସେଠୀ): ସମ୍ବଲପୁରରେ ଭାଜପା ନେତା ମହିଳାଙ୍କୁ ଡରାଇବା, ଖରାପ ଭାଷାରେ ଗାଳିଗୁଲଜ କରିବା ଓ ଧମକଚମକ ଦେଉଥିବା ଅଭିଯୋଗ ନେଇ ସିଇଓଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri