Posted inଜାତୀୟ

ଲେହ ମାନଚିତ୍ର ବିବାଦ: ଗୃହ କମିଟିରେ କ୍ଷମା ମାଗିଲା ଟୁଇଟର

ନୂଆଦିଲ୍ଲୀ,୩୦ା୧୦: ଲେହକୁ ଚାଇନାର ଅଞ୍ଚଳ ଭାବେ ଦର୍ଶାଇଥିବା ମାଇକ୍ରୋ-ବ୍ଲଗିଙ୍ଗ୍‌ ସାଇଟ ଟୁଇଟର ଗୁରୁବାର ଏଥିପାଇଁ ଯୁଗ୍ମ ସଂସଦୀୟ କମିଟି ନିକଟରେ କ୍ଷମାପ୍ରାର୍ଥନା କରିଛି। ଏନେଇ ସ୍ପଷ୍ଟୀକରଣ ଦେବା ସହ ଭାରତୀୟ ଆଇନକୁ ଅନୁପାଳନ କରିବା ଲାଗି ସତ୍ୟପାଠ ଦାଖଲ କରିବାକୁ ଗୃହ କମିଟି ଆମେରିକାର ଏହି ସୋସିଆଲ ମିଡିଆ କମ୍ପାନୀକୁ ବୁଧବାର ନିର୍ଦ୍ଦେଶ ଦେଇଥିଲା। ଭାରତୀୟ ମାନଚିତ୍ରର ଭୁଲ ଉପସ୍ଥାପନା ଲାଗି ଦେଶଦ୍ରୋହ ମାମଲା ଲାଗିପାରିବ ବୋଲି କମିଟିର ଅଧ୍ୟକ୍ଷା ମୀନାକ୍ଷୀ ଲେଖି ଟୁଇଟର୍‌ର ପ୍ରତିନିଧିମାନଙ୍କୁ ଚେତାବନୀ ଦେଇଥିଲେ। ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‌, ୨୦୧୯ ଉପରେ ଗଠିତ ଯୁଗ୍ମ କମିଟି ଆଗରେ ଟୁଇଟର୍‌ର ଭାରତ ପାଇଁ ଥିବା ସାଧାରଣ ନୀତି ଓ ଯୋଗାଯୋଗ ଟିମ୍‌ର ସଦସ୍ୟ ଶଗୁଫ୍‌ତା କମ୍‌ରାନ, ଆୟୁଷି କପୁର, ପଲ୍ଲଭି ଓ୍ବାଲିଆ ଏବଂ ମନଭିନ୍ଦର ବାଲି ହାଜର ହୋଇଥିଲେ। ଉପରୋକ୍ତ ପ୍ରସଙ୍ଗରେ ଭାରତୀୟଙ୍କ ସମ୍ବେଦନଶୀଳତା ନେଇ କମ୍ପାନୀ ସଚେତନ ଅଛି ବୋଲି ସୂଚନା ପ୍ରଯୁକ୍ତି ସଚିବଙ୍କୁ ଲେଖିଥିବା ପତ୍ର ଉପରେ କମିଟି ସେମାନଙ୍କୁ ପ୍ରଶ୍ନ କରିଥିଲା। ଏହା କେବଳ ସମ୍ବେଦନଶୀଳତା ନୁହେଁ, ଭାରତର ଆଞ୍ଚଳିକ ସଂହତି ଓ ସାର୍ବଭୌମତ୍ୱର ପ୍ରସଙ୍ଗ ବୋଲି କମିଟି ସଦସ୍ୟମାନେ କହିଥିଲେ। ମାନଚିତ୍ରର ଭୁଲ୍‌ ଚିତ୍ରଣ ପାଇଁ ଦେଶଦ୍ରୋହ ମାମଲା ଚାଲିପାରିବ ଓ ଏଥିପାଇଁ ୭ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ଭାରତରେ ବ୍ୟବସାୟ କରୁଥିବା ଯେକୌଣସି କମ୍ପାନୀକୁ ଦେଶର ଆଇନ ମାନିବାକୁ ହେବ ବୋଲି ଲେଖି କହିଥିଲେ। ପୂର୍ବରୁ ଟୁଇଟର୍‌ ଜମ୍ମୁ-କଶ୍ମୀରକୁ ଚାଇନାର ଅଂଶ ଭାବେ ଚିତ୍ରଣ କରିଥିଲା ବୋଲି ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବ କହିଥିଲେ। ଶେଷରେ ଟୁଇଟର ଟିମ୍‌ କମିଟି ଆଗରେ କ୍ଷମା ମାଗିଥିଲା। ଭୁଲ୍‌ ସୁଧାରିବା ପାଇଁ କମ୍ପାନୀ କ’ଣ ପଦକ୍ଷେପ ନେଉଛି ଲିଖିତ ଭାବେ ଜଣାଇବା ପାଇଁ କମିଟି କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri