ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା ନିକଟରେ ଏହି ଦୁର୍ଘଟଣା ଘଟିଛି। ଉତ୍ୟକ୍ତ ଲୋକେ ପୋଲିସ ଗାଡି ଘେରାଉ କରିଛନ୍ତି । ସୂଚନା ମୁତାବକ ବୌଦ୍ଧ ଅଞ୍ଚଳରୁ ଗଞ୍ଜେଇ ଗାଡି ସନ୍ଦେହରେ ବୌଦ୍ଧ ପୋଲିସ ଏକ କାର୍ ଗାଡିକୁ କିଆକାଟା ଅଞ୍ଚଳ ଦିଗକୁ ଗୋଡାଉଥିବା ବେଳେ ଉକ୍ତ କାର୍ ୨ ଜଣଙ୍କୁ ଧକ୍କା ଦେଇଛି । ଦୁର୍ଘଟଣାରେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଉଭୟଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ତେବେ ଖବର ଲେଖା ହେବା ସୁଦ୍ଧା କିଆକାଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପୋଲିସ ସହିତ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।