Posted inଖେଳ

କୋହଲି, ଧୋନୀ, ରୋହିତଙ୍କଠାରୁ ନେତୃତ୍ୱ ନେବାର କଳା ଶିଖିଛି: ରାହୁଲ

ନୂଆଦିଲ୍ଲୀ,୩।୯(ପି.ଟି.): ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଫ୍ରାଞ୍ଚାଇଜ୍‌ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ଅଧିନାୟକ ନିଯୁକ୍ତ କରାଯାଇଛି। ପ୍ରଥମଥର ପାଇଁ ତାଙ୍କ ଏଭଳି ଏକ ହାଇପ୍ରୋଫାଇଲ ଦଳରେ ନେତୃତ୍ୱ ପ୍ରଦାନ କରାଯାଇଛି। ନୂଆ ଦାୟିତ୍ୱ ନେଇ ସେ ବେଶ୍‌ ଉତ୍ସାହିତ ଅଛନ୍ତି। ବିରଟ୍‌ କୋହଲି, ମହେନ୍ଦ୍ର ସିଂ ଧୋନୀ ଓ ରୋହିତ ଶର୍ମାଙ୍କଠାରୁ ନେତୃତ୍ୱ ନେବାର କଳା ଶିକ୍ଷା କରିଛି ବୋଲି ରାହୁଲ କହିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଏହି କ୍ରିକେଟରମାନେ ପ୍ରେରଣାଦାୟୀ ସାବ୍ୟସ୍ତ ହୋଇଛନ୍ତି। ଏହି ମହାନ ଖେଳାଳିଙ୍କ ନେତୃତ୍ୱରେ ଖେଳି ବହୁତ କିଛି ଶିକ୍ଷା କରିଛି ବୋଲି ସେ କହିଛନ୍ତି।
କୋହଲି ଓ ଧୋନୀଙ୍କ ମଧ୍ୟରେ ବହୁତ ଫରକ ରହିଛି। ଦଳକୁ ଏମାନେ ଭିନ୍ନ ଢଙ୍ଗରେ ନେତୃତ୍ୱ ପ୍ରଦାନ କରିଥାନ୍ତି। କିନ୍ତୁ ଦଳ ପ୍ରତି ଉଭୟଙ୍କର ଭଲ ପାଇବା ଓ ଅଙ୍ଗୀକାରବଦ୍ଧତା ପ୍ରାୟ ସମାନ ବୋଲି ସେ କହିଛନ୍ତି। ଦୁହେଁ ଦଳକୁ ଏକାଠି ରଖିବା ସହ ବିଜୟୀ ହେବାକୁ ଚାହିଁଥାନ୍ତି। ଏହି ଆଭିମୁଖ୍ୟକୁ ଗ୍ରହଣ କରିବା ସହ ଏହାର ବ୍ୟବହାର କରିବାକୁ ଚାହେଁ। ଆଗରେ ରହି ଦଳକୁ ଦୃଢ ନେତୃତ୍ୱ ପ୍ରଦାନ କରିବାକୁ ଚାହେଁ ବୋଲି ସେ କହିଛନ୍ତି। ଏପରିକି ପ୍ରତିପକ୍ଷ ଦଳର ଅଧିନାୟକଙ୍କଠାରୁ ମଧ୍ୟ ଶିକ୍ଷା କରିବାର ଆବଶ୍ୟକତା ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କଠାରୁ ବହୁତ କିଛି ଶିକ୍ଷା କରିଛି। ୨୦୧୮ ଏସିଆ କପ୍‌ରେ ମଧ୍ୟ ରୋହିତ ଦଳର ନେତୃତ୍ୱ ନେଇଥିଲେ।
ଅଧିନାୟକ ଭାବେ କେନ୍‌ ଓ୍ବଲିୟମସନଙ୍କଠାରୁ ମଧ୍ୟ ବହୁତ କିଛି ଶିକ୍ଷା କରାଯାଇପାରିବ ବୋଲି ସେ କହିଛନ୍ତି। ଆଇପିଏଲ୍‌ରେ ଓପନିଂ ବ୍ୟାଟିଂ କରିବା ସହ ଉଇକେଟକିପିଙ୍ଗ୍‌ କରି ରଣନୀତି ପ୍ରସ୍ତୁତ କରିବାର ଗୁରୁଦାୟିତ୍ୱ ରାହୁଲଙ୍କ ଉପରେ ରହିଛି। ଏହା ଏକ ବଡ଼ ଚ୍ୟାଲେଞ୍ଜ୍‌ ହୋଇଥିଲେ ମଧ୍ୟ ରାହୁଲ ଏହି ଦାୟିତ୍ୱ ନେବାକୁ ବେଶ୍‌ ଉତ୍ସାହିତ ଅଛନ୍ତି। ନେତୃତ୍ୱକୁ ଉପଭୋଗ କରିବାକୁ ଚାହେଁ। ହେଡ୍‌ କୋଚ୍‌ ଅନିଲ କୁମ୍ବଲେ ସହ କାର୍ଯ୍ୟକରିବାର ସୁଯୋଗ ମିଳିବା ଏକ ବଡ଼କଥା। ତାଙ୍କର ବହୁତ ଅଭିଜ୍ଞତା ରହିଛି ବୋଲି ସେ କହିଛନ୍ତି। ଦଳର ଭଲ ପ୍ରଦର୍ଶନ ନେଇ ସେ ଆଶାବାଦୀ ଅଛନ୍ତି। ଦୁବାଇ, ଆବୁଧାବି ଓ ଶାରଜା ପିଚ୍‌ଗୁଡିକ ମନ୍ଥର ହେବ। ତେଣୁ ସବୁ ଦଳ ସେହିଅନୁସାରେ ପ୍ରସ୍ତୁତି କରିଥିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri