ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ କରିବା ସହ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏଥର ଡିଜିଟାଲ ପ୍ରଚାର ବ୍ୟବସ୍ଥା କରାଯାଇଛି। ଏଭଳି ପ୍ରୟାସ କରିଛନ୍ତି କଟକ ଚାଉଳିଆଗଞ୍ଜ ଅଞ୍ଚଳର ବ୍ୟବସାୟୀ ଈଶ୍ୱର ସାହୁ। ଆରାଧ୍ୟା ଗ୍ରାଫିକ୍ସ ନାମରେ ଖୋଲିଥିବା ନିଜ ଦୋକାନରେ ଈଶ୍ୱରଙ୍କ ସମେତ ଦୁଇଜଣ ଏହି ଡିଜିଟାଲ ପ୍ରଚାର ପାଇଁ କାମ କରୁଛନ୍ତି। ଡିଜିଟାଲ ପ୍ରଚାର ମଧ୍ୟରେ ଡିଜିଟାଲ ଭୋଟିଂ ପ୍ରୋସେସ୍‌ ପୁଶିଂକାର୍ଡ, ଏ-ଆଇ ପ୍ରଚାର, ଡିଜିଟାଲ ଚିରକୁଟ ରହିଛି। ସେହିପରି ଫ୍ଲାଗ୍‌ ବା ପ୍ରଚାର ପତାକା ମଧ୍ୟରେ ହ୍ୟାଣ୍ଡ୍‌ ଫ୍ୟାନ୍‌ ରହିଛି। ଏହି ଡିଜିଟାଲ ପ୍ରଚାର ପାଇଁ ପ୍ରାର୍ଥୀମାନେ ସୋସିଆଲ ମିଡିଆ ଫେସ୍‌ବୁକ୍‌ରେ ଆରାଧ୍ୟା ଗ୍ରାଫିକ୍ସ ପେଜ୍‌କୁ ଯାଇ ଅର୍ଡର କରିପାରିବେ। ଅର୍ଡରର ୩/୪ ଦିନ ମଧ୍ୟରେ ପ୍ରଚାର କରିବା ନେଇ ଡିଜିଟାଲ ସାମଗ୍ରୀ ପ୍ରାର୍ଥୀ ପାଇପାରିବେ। ଏନେଇ ଈଶ୍ୱର କହିଛନ୍ତି, ଏବେ ଡିଜିଟାଲ କ୍ଷେତ୍ରରେ ଲୋକେ ଅଧିକ ସକ୍ରିୟ ଅଛନ୍ତି। ନୂଆ ଢଙ୍ଗରେ ପ୍ରସ୍ତୁତ ଜିନିଷ ସମ୍ପର୍କରେ ଜାଣିବା ପାଇଁ ଲୋକଙ୍କ ମନରେ ଅଧିକ ଉତ୍କଣ୍ଠା ରହିଥାଏ। ସେଥିପାଇଁ ନିର୍ବାଚନକୁ ଦୃଷ୍ଟିରେ ରଖି ଡିଜିଟାଲ ପ୍ରଚାର ବ୍ୟବସ୍ଥା କରଛନ୍ତି, ଯେଉଁଥିରେ ପ୍ରାର୍ଥୀ ପ୍ରଚାର ପାଇଁ ଆବଶ୍ୟକ କରୁଥିବା ଫଟୋ, ଭିଡିଓ, ପିଡିଏଫ୍‌ ଭଳି ସମସ୍ତ ଜିନିଷ ପାଇପାରିବେ।
ଏ-ଆଇ ପ୍ରଚାର: ପ୍ରାର୍ଥୀମାନେ ଏହାଦ୍ୱାରା ଡିଜିଟାଲ ବା ସୋସିଆଲ ମିଡିଆରେ ପ୍ରଚାର କରିପାରିବେ। ଏଥିପାଇଁ ପ୍ରାର୍ଥୀଙ୍କ ନାମ ଓ ଦଳୀୟ ଚିହ୍ନ ଆବଶ୍ୟକ। ପ୍ରାର୍ଥୀ ଯେଉଁ ଦଳର ହୋଇଥିବେ ସେହି ଦଳର ମୁଖିଆ ଯଥା- ଶଙ୍ଖ ଚିହ୍ନ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଦ୍ମ ଚିହ୍ନ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଏଥିରେ ଲଗାଯାଇ ଭିଡିଓ ତିଆରି କରାଯିବ, ଯେଉଁଥିରେ ଦଳର ମୁଖ୍ୟ ପ୍ରାର୍ଥୀ ପାଇଁ ଏ-ଆଇ ମାଧ୍ୟମରେ ପ୍ରଚାର କରିବେ। ଏହି ଏ-ଆଇ ଭିଡିଓ ଦେଢ଼ ସେକେଣ୍ଡର ରହିବ। ଏହାର ଦାମ୍‌ ୫ ହଜାର ଟଙ୍କା ରହିଛି।

ଭୋଟିଂ ପ୍ରୋସେସ୍‌ ପୁଶିଂ କାର୍ଡ

ଏକ ସଫ୍ଟୱେର ମାଧ୍ୟମରେ ଏହି ପୁଶିଂ କାଡର୍ର୍ ବ୍ୟବସ୍ଥା ରହିଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ଏକ କାର୍ଡ ତିଆରି କରାଯାଇଛି, ଯେଉଁଥିରେ ପ୍ରାର୍ଥୀଙ୍କ ନାମ, ଫଟୋ, ଦଳୀୟ ଚିହ୍ନ, ଦଳର ମୁଖିଆଙ୍କ ଫଟୋ ରହିବ। ସେଥିରେ ମୁଖ୍ୟତଃ ଏକ ସ୍କାନର ରହିଛି। ପ୍ରଚାର ପାଇଁ ଏହି କାର୍ଡକୁ ପ୍ରାର୍ଥୀମାନେ ଭୋଟରଙ୍କୁ ଦେବେ। ଭୋଟର ଭୋଟ ଦେବାକୁ ଯିବା ପୂର୍ବରୁ ଏହାକୁ ସ୍କାନ୍‌ କରି ଭୋଟିଂ କରିବାର ସମସ୍ତ ପ୍ରକ୍ରିୟା ଜାଣିପାରିବେ। ଯେମିତିକି କେତେ ନମ୍ବର ବୁଥ୍‌କୁ ଯିବେ, ଇଭିଏମ୍‌ରେ କିପରି ଭୋଟ ଦେବେ ତାହା ଜାଣିପାରିବେ। ମୁଖ୍ୟତଃ ନୂଆ ଭୋଟରଙ୍କ ପାଇଁ ଏଭଳି ବ୍ୟବସ୍ଥା ଉପଯୋଗୀ ହୋଇପାରିବ। ପ୍ରଥମେ ତିଆରି କରିବା ପାଇଁ ଏହାର ଦାମ୍‌ ୪ ହଜାର ଟଙ୍କା ରହିଛି ଏବଂ ଯେତେ ସଂଖ୍ୟକ କାର୍ଡ ପ୍ରିଣ୍ଟ କରିବାକୁ ଚାହିଁବେ ପ୍ରତି ପ୍ରିଣ୍ଟ ପିଛା ୧ଟଙ୍କା ଦାମ୍‌ ରହିଛି।

ହ୍ୟାଣ୍ଡ ଫ୍ୟାନ୍‌

ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ନିର୍ବାଚନ ହେଉଛି। ଏହାକୁ ନଜରରେ ରଖି ନିର୍ବାଚନ ପ୍ରଚାର ପାଇଁ ପତାକା, ଯେଉଁଥିରେ ପ୍ରାର୍ଥୀଙ୍କ ନାମ, ଦଳୀୟ ଚିହ୍ନ, ଦଳର ମୁଖିଆଙ୍କ ଫଟୋ ଭଳି ସମସ୍ତ ତଥ୍ୟ ରହିବ। ଏହାକୁ ବିଞ୍ଚଣା ଆକୃତିର ତିଆରି କରାଯାଇଛି। ଏହାର ଦାମ୍‌ ୧୪ ଟଙ୍କା ରହିଛି।

ଡିଜିଟାଲ ଚିରକୁଟ

ଭୋଟ ଦେବା ପୂର୍ବରୁ ପ୍ରାର୍ଥୀମାନେ ଘର ଘର ବୁଲି ପ୍ରଚାର କରନ୍ତି ଏବଂ ସମର୍ଥକମାନେ କାଗଜର ଚିରକୁଟ ବାଣ୍ଟିଥାନ୍ତି। ହେଲେ କାଗଜ ଚିରକୁଟ ବଦଳରେ ଏବେ ଘରେ ପହଞ୍ଚତ୍ବ ଡିଜିଟାଲ ଚିରକୁଟ। ପ୍ରଥମେ ପ୍ରାର୍ଥୀଙ୍କ ପାଇଁ ଡିଜିଟାଲ ଚିରକୁଟର ଆପ୍‌ ତିଆରି କରାଯିବ। ଏହି ଆପ୍‌କୁ ଯାଇ ପ୍ରାର୍ଥୀ ନିଜ ଫୋନ୍‌ରେ ଭୋଟରଙ୍କ ନାମ ଲେଖି ସର୍ଚ୍ଚ କଲେ କାଗଜ ଚିରକୁଟ ପରି କେଉଁ ଜାଗାରେ ଭୋଟ୍‌ ଦେବେ, ସିରିଏଲ ନମ୍ବର କ’ଣ ରହିଛି ଏ ସମସ୍ତ ତଥ୍ୟ ସେମାନଙ୍କୁ ଯୋଗାଇ ଦେବେ। କାଗଜ ଚିରକୁଟରେ ଯେପରି ପରିବାର ଲୋକଙ୍କ ତଥ୍ୟ ରହିଥାଏ, ଠିକ୍‌ ସେପରି ଡିଜିଟାଲ ଚିରକୁଟରେ ପରିବାର ଲୋକଙ୍କ ତଥ୍ୟ ଉପଲବ୍ଧ ହେବ। ଏହି ଡିଜିଟାଲ ଆପ୍‌ ତିଆରି ସମୟରେ ଏକ ଛୋଟ ପ୍ରିଣ୍ଟର ପ୍ରାର୍ଥୀଙ୍କୁ ଦିଆଯିବ, ଯେଉଁଥିରେ ପ୍ରାର୍ଥୀ ଡିଜିଟାଲ ଚିରକୁଟକୁ ପ୍ରିଣ୍ଟ କରି ଭୋଟରଙ୍କୁ ଦେଇପାରିବେ ଅଥବା ଭୋଟରଙ୍କ ମୋବାଇଲ ହ୍ବାଟ୍ସଆପ୍‌ରେ ପିଡିଏଫ୍‌ ଫାଇଲ ପଠାଇପାରିବେ। ଏହି ଡିଜିଟାଲ ଚିରକୁଟ ଓ ପ୍ରିଣ୍ଟରର ଦାମ୍‌ ୪୦ ହଜାର ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ପଶ୍ଚିମବଙ୍ଗରେ ଗର୍ଜିଲେ ଦିଦି, ଭାଜପାକୁ ଟାର୍ଗେଟ କରି କହିଲେ ନନଭେଜ୍…..

ନୂଆଦିଲ୍ଲୀ,୨୯।୩:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ମୁଖ୍ୟମନ୍ତ୍ରୀ…

ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା!

ଇସଲାମାବାଦ,୨୯।୩: ପାକିସ୍ତାନ ସରକାର କ୍ରମାଗତ ପଞ୍ଚମ ଥର ପାଇଁ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଗତ ୨୮ ଦିନ ମଧ୍ୟରେ ଘଟିଛି ଏବଂ…

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri