ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ କର୍ମୀଙ୍କ ସହାୟତାରେ ଘରକୁ ଫେରିବା ପାଇଁ ଟିକେଟ ବ୍ୟବସ୍ଥା ହେଉଛି। କରୋନା ସଂକ୍ରମଣ ସମୟରେ ଜିଲାର ୪ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଘରକୁ ଫେରିଥିଲେ। ସେହିପରି ଏକ ବେସରକାରୀ ସଂସ୍ଥାର ଆକଳନ ଅନୁଯାୟୀ ଆଳି, ରାଜନଗର, ମହାକାଳପଡ଼ା ବିଧାନସଭା କ୍ଷେତ୍ରର ପ୍ରାୟ ୪୬ପ୍ରତିଶତ ଯୁବତୀଯୁବକ କର୍ମ ଅନ୍ବେଷଣରେ ଜିଲା ବାହାରେ ରହୁଛନ୍ତି। ନିର୍ବାଚନରେ ସୀମିତ ଭୋଟ ଫଳ ପ୍ରାର୍ଥୀଙ୍କୁ ବିଜୟ ଦେଉଥିବାରୁ ଏପରି ଶ୍ରମିକଙ୍କ ଗୁରୁତ୍ୱ ଅଧିକ ହୋଇଛି। ଅପରପକ୍ଷରେ ଜିଲାର ଯୁବତୀଯୁବକଙ୍କୁ କର୍ମନିଯୁକ୍ତି ମିଳି ପାରୁ ନ ଥିବାରୁ କ୍ଷୋଭ ପ୍ରକାଶ ପାଇଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ବାସନ୍ତିଲତା ମହାପାତ୍ର କହିଛନ୍ତି, ଚଳିତ ସାଧାରଣ ନିର୍ବାଚନ ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ବିଧାନସଭା ଓ ଲୋକ ସଭାରେ ଅଧିକ ସଂଖ୍ୟକ ଲୋକ ପ୍ରତିନିଧି ଅବଶ୍ୟକ। ଏଥିପାଇଁ ଦେଶବିଦେଶରେ ରହୁଥିବା ଶ୍ରମିକଙ୍କ କଥା ଏବେ ଦଳୀୟ ନେତାଙ୍କ ମନେପଡୁଛି। ଜିଲାର ୫୭ ହଜାରରୁ ଅଧିକ ଯୁବବର୍ଗ ଜିଲା କର୍ମ ନିୟୋଜନ ସଂସ୍ଥାରେ ନାମ ପଞ୍ଜୀକରଣ କରି ନିଯୁକ୍ତି ଅପେକ୍ଷାରେ ଅଛନ୍ତି। ସେହିପରି ପ୍ରାୟ ୭ ଲକ୍ଷ ଶ୍ରମିକ କର୍ମନିଯୁକ୍ତି ପାଇଁ ଜିଲା ବାହାରେ ଅଛନ୍ତି। ମତଦାନ ପାଇଁ ଘରକୁ ଫେରିବାକୁ ପ୍ରାର୍ଥୀମାନେ ଏବେ ଟିକେଟ ବ୍ୟବସ୍ଥା କରୁଥିବା ସେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ସନ୍ତୋଷ କୁମାର ପଣ୍ଡା କହିଛନ୍ତି, ପ୍ରତ୍ୟେକ ରାଜନୈତିକ ଦଳ ଏବେ ଶ୍ରମିକଙ୍କ ଦୁଃଖ ପାଇଁ ସମବେଦନା ଜଣାଉଥିବା ବେଳେ ଜିଲାରେ କର୍ମନିଯୁକ୍ତି ଏକ ବଡ଼ ସମସ୍ୟା ହୋଇଛି। ଜିଲାର ଅର୍ଥନୀତି କୃଷିଭିତ୍ତିକ। ମାତ୍ର କ୍ଷେତକୁ ଜଳ ପରିଚାଳନା, ଶୀତଳଭଣ୍ଡାର, ତାଲିମ ବ୍ୟବସ୍ଥା, ଅର୍ଥକରୀ ଫସଲ ପାଇଁ ଭିତ୍ତିଭୂମି ଆଦି ନିମନ୍ତେ କୌଣସି ଯୋଜନା ନାହିଁ। ପ୍ରତି ନିର୍ବାଚନ ସମୟରେ ଶିଳ୍ପ ପ୍ରତିଷ୍ଠା, ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ପ୍ରତିଷ୍ଠା, ଯୁବବର୍ଗଙ୍କୁ ଶିଳ୍ପୋଦ୍ୟୋଗୀ ପାଇଁ ବ୍ୟବସ୍ଥା ପାଇଁ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ। ଏପରିକି ସବୁ ଗ୍ରାମକୁ ରାସ୍ତା ନ ଥିବାରୁ ମୌଳିକ ସମସ୍ୟାର ସମାଧାନ ହୋଇପାରୁନାହିଁ। ଜିଲାର ବଡ଼ସଂଖ୍ୟକ ଯୁବବର୍ଗ କର୍ମନିଯୁକ୍ତି ପାଇଁ ଜିଲା ବାହାରକୁ ଯାଉଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ବିଜେଡିର ଯୁବନେତା ରାଜେଶ କୁମାର ପଣ୍ଡା କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ କର୍ମନିଯୁକ୍ତିକୁ ଗୁରୁତ୍ୱ ଦେଇଛନ୍ତି। ଚାଷୀଙ୍କ ପାଇଁ କାଳିଆ ଓ ବଳରାମ ଯୋଜନାଠାରୁ ଆରମ୍ଭ କରି ମହିଳା ସଶକ୍ତୀକରଣ ପାଇଁ ନାମକୁମାତ୍ର ସୁଧରେ ଅନୁଦାନ ଯୋଗାଇ ଦିଆଯାଉଛି। କୃଷି କ୍ଷେତ୍ର ପରି ଯୁବ ଶିଳ୍ପୋଦ୍ୟୋଗୀଙ୍କ ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ଋଣଠାରୁ ଆରମ୍ଭ କରି କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହାବ୍ୟତୀତ ଏହି ଶିଳ୍ପବିହୀନ ଜିଲାରେ ବୃହତ ଶିଳ୍ପ ପ୍ରତିଷ୍ଠା ପାଇଁ ଆର୍ସେଲର ମିତଲ ସହିତ ଏମ୍‌ଓୟୁ ହୋଇଛି। ସେହିପରି ପଟ୍ଟାମୁଣ୍ଡାଇ ପାଣି ପାଇପ ମରାମତି ତାଲିମ କେନ୍ଦ୍ର ସହିତ ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ କେନ୍ଦ୍ର ନିର୍ମାଣ, କର୍ମନିଯୁକ୍ତି ମେଳା ଆଦି ଆୟୋଜିତ ହେଉଛି। ଭାଜପାର ଯୁବନେତା ସରୋଜକାନ୍ତ ସାହୁ କହିଛନ୍ତି, କେନ୍ଦ୍ର ସରକାରଙ୍କ କୃଷି ଓ ଶିଳ୍ପ ନୀତି ଅତ୍ୟନ୍ତ ସ୍ପଷ୍ଟ। ଏଥିରେ ଥିବା ଯୋଜନା କାର୍ଯ୍ୟକାରୀ ହେଲେ କୌଣସି ଶ୍ରମିକ ଜିଲା ବାହାରକୁ ଯିବା ଆବଶ୍ୟକ ନାହିଁ। ତେବେ କେନ୍ଦ୍ରାପଡ଼ା ଜିଲାରେ କେନ୍ଦ୍ରୀୟ ଯୋଜନାକୁ ହଡପ କରାଯାଉଥିବା ତୃଣମୂଳସ୍ତରର ଶ୍ରମିକ ବୁଝିଥିବା ସେ ପ୍ରକାଶ କରିଛନ୍ତି। କଂଗ୍ରେସର ଯୁବନେତା ରିଙ୍କୁ ଲେଙ୍କା କହିଛନ୍ତି, ଶ୍ରମିକଙ୍କ କଲ୍ୟାଣ ପାଇଁ କଂଗ୍ରେସ ସର୍ବଦା ଚିନ୍ତାକରିଛି। ରାଜ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ସମୟରେ ହଜାରେ ଦିନରେ ହଜାର ଶିଳ୍ପ ପ୍ରତିଷ୍ଠାଠାରୁ ଆରମ୍ଭ କରି ଉପା ସରକାର ସମୟରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପ୍ରଣୟନ ଶ୍ରମିକଙ୍କ ଆଶ୍ୱସ୍ତିି ଆଣିଥିଲା। ତେବେ ଚଳିତ ସରକାରଙ୍କ ଅମଳରେ ଏହା ବାଟବଣା ହୋଇଛି। ଦାଦନ ସମସ୍ୟାର ମୂଳ କାରଣ ଖୋଜି ଏହାର ନିରାକରଣ କେବଳ କଂଗ୍ରେସ ଦ୍ୱାରା ସମ୍ଭବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri