ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ କର୍ମୀଙ୍କ ସହାୟତାରେ ଘରକୁ ଫେରିବା ପାଇଁ ଟିକେଟ ବ୍ୟବସ୍ଥା ହେଉଛି। କରୋନା ସଂକ୍ରମଣ ସମୟରେ ଜିଲାର ୪ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଘରକୁ ଫେରିଥିଲେ। ସେହିପରି ଏକ ବେସରକାରୀ ସଂସ୍ଥାର ଆକଳନ ଅନୁଯାୟୀ ଆଳି, ରାଜନଗର, ମହାକାଳପଡ଼ା ବିଧାନସଭା କ୍ଷେତ୍ରର ପ୍ରାୟ ୪୬ପ୍ରତିଶତ ଯୁବତୀଯୁବକ କର୍ମ ଅନ୍ବେଷଣରେ ଜିଲା ବାହାରେ ରହୁଛନ୍ତି। ନିର୍ବାଚନରେ ସୀମିତ ଭୋଟ ଫଳ ପ୍ରାର୍ଥୀଙ୍କୁ ବିଜୟ ଦେଉଥିବାରୁ ଏପରି ଶ୍ରମିକଙ୍କ ଗୁରୁତ୍ୱ ଅଧିକ ହୋଇଛି। ଅପରପକ୍ଷରେ ଜିଲାର ଯୁବତୀଯୁବକଙ୍କୁ କର୍ମନିଯୁକ୍ତି ମିଳି ପାରୁ ନ ଥିବାରୁ କ୍ଷୋଭ ପ୍ରକାଶ ପାଇଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ବାସନ୍ତିଲତା ମହାପାତ୍ର କହିଛନ୍ତି, ଚଳିତ ସାଧାରଣ ନିର୍ବାଚନ ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ବିଧାନସଭା ଓ ଲୋକ ସଭାରେ ଅଧିକ ସଂଖ୍ୟକ ଲୋକ ପ୍ରତିନିଧି ଅବଶ୍ୟକ। ଏଥିପାଇଁ ଦେଶବିଦେଶରେ ରହୁଥିବା ଶ୍ରମିକଙ୍କ କଥା ଏବେ ଦଳୀୟ ନେତାଙ୍କ ମନେପଡୁଛି। ଜିଲାର ୫୭ ହଜାରରୁ ଅଧିକ ଯୁବବର୍ଗ ଜିଲା କର୍ମ ନିୟୋଜନ ସଂସ୍ଥାରେ ନାମ ପଞ୍ଜୀକରଣ କରି ନିଯୁକ୍ତି ଅପେକ୍ଷାରେ ଅଛନ୍ତି। ସେହିପରି ପ୍ରାୟ ୭ ଲକ୍ଷ ଶ୍ରମିକ କର୍ମନିଯୁକ୍ତି ପାଇଁ ଜିଲା ବାହାରେ ଅଛନ୍ତି। ମତଦାନ ପାଇଁ ଘରକୁ ଫେରିବାକୁ ପ୍ରାର୍ଥୀମାନେ ଏବେ ଟିକେଟ ବ୍ୟବସ୍ଥା କରୁଥିବା ସେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ସନ୍ତୋଷ କୁମାର ପଣ୍ଡା କହିଛନ୍ତି, ପ୍ରତ୍ୟେକ ରାଜନୈତିକ ଦଳ ଏବେ ଶ୍ରମିକଙ୍କ ଦୁଃଖ ପାଇଁ ସମବେଦନା ଜଣାଉଥିବା ବେଳେ ଜିଲାରେ କର୍ମନିଯୁକ୍ତି ଏକ ବଡ଼ ସମସ୍ୟା ହୋଇଛି। ଜିଲାର ଅର୍ଥନୀତି କୃଷିଭିତ୍ତିକ। ମାତ୍ର କ୍ଷେତକୁ ଜଳ ପରିଚାଳନା, ଶୀତଳଭଣ୍ଡାର, ତାଲିମ ବ୍ୟବସ୍ଥା, ଅର୍ଥକରୀ ଫସଲ ପାଇଁ ଭିତ୍ତିଭୂମି ଆଦି ନିମନ୍ତେ କୌଣସି ଯୋଜନା ନାହିଁ। ପ୍ରତି ନିର୍ବାଚନ ସମୟରେ ଶିଳ୍ପ ପ୍ରତିଷ୍ଠା, ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ପ୍ରତିଷ୍ଠା, ଯୁବବର୍ଗଙ୍କୁ ଶିଳ୍ପୋଦ୍ୟୋଗୀ ପାଇଁ ବ୍ୟବସ୍ଥା ପାଇଁ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ। ଏପରିକି ସବୁ ଗ୍ରାମକୁ ରାସ୍ତା ନ ଥିବାରୁ ମୌଳିକ ସମସ୍ୟାର ସମାଧାନ ହୋଇପାରୁନାହିଁ। ଜିଲାର ବଡ଼ସଂଖ୍ୟକ ଯୁବବର୍ଗ କର୍ମନିଯୁକ୍ତି ପାଇଁ ଜିଲା ବାହାରକୁ ଯାଉଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ବିଜେଡିର ଯୁବନେତା ରାଜେଶ କୁମାର ପଣ୍ଡା କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ କର୍ମନିଯୁକ୍ତିକୁ ଗୁରୁତ୍ୱ ଦେଇଛନ୍ତି। ଚାଷୀଙ୍କ ପାଇଁ କାଳିଆ ଓ ବଳରାମ ଯୋଜନାଠାରୁ ଆରମ୍ଭ କରି ମହିଳା ସଶକ୍ତୀକରଣ ପାଇଁ ନାମକୁମାତ୍ର ସୁଧରେ ଅନୁଦାନ ଯୋଗାଇ ଦିଆଯାଉଛି। କୃଷି କ୍ଷେତ୍ର ପରି ଯୁବ ଶିଳ୍ପୋଦ୍ୟୋଗୀଙ୍କ ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ଋଣଠାରୁ ଆରମ୍ଭ କରି କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହାବ୍ୟତୀତ ଏହି ଶିଳ୍ପବିହୀନ ଜିଲାରେ ବୃହତ ଶିଳ୍ପ ପ୍ରତିଷ୍ଠା ପାଇଁ ଆର୍ସେଲର ମିତଲ ସହିତ ଏମ୍‌ଓୟୁ ହୋଇଛି। ସେହିପରି ପଟ୍ଟାମୁଣ୍ଡାଇ ପାଣି ପାଇପ ମରାମତି ତାଲିମ କେନ୍ଦ୍ର ସହିତ ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ କେନ୍ଦ୍ର ନିର୍ମାଣ, କର୍ମନିଯୁକ୍ତି ମେଳା ଆଦି ଆୟୋଜିତ ହେଉଛି। ଭାଜପାର ଯୁବନେତା ସରୋଜକାନ୍ତ ସାହୁ କହିଛନ୍ତି, କେନ୍ଦ୍ର ସରକାରଙ୍କ କୃଷି ଓ ଶିଳ୍ପ ନୀତି ଅତ୍ୟନ୍ତ ସ୍ପଷ୍ଟ। ଏଥିରେ ଥିବା ଯୋଜନା କାର୍ଯ୍ୟକାରୀ ହେଲେ କୌଣସି ଶ୍ରମିକ ଜିଲା ବାହାରକୁ ଯିବା ଆବଶ୍ୟକ ନାହିଁ। ତେବେ କେନ୍ଦ୍ରାପଡ଼ା ଜିଲାରେ କେନ୍ଦ୍ରୀୟ ଯୋଜନାକୁ ହଡପ କରାଯାଉଥିବା ତୃଣମୂଳସ୍ତରର ଶ୍ରମିକ ବୁଝିଥିବା ସେ ପ୍ରକାଶ କରିଛନ୍ତି। କଂଗ୍ରେସର ଯୁବନେତା ରିଙ୍କୁ ଲେଙ୍କା କହିଛନ୍ତି, ଶ୍ରମିକଙ୍କ କଲ୍ୟାଣ ପାଇଁ କଂଗ୍ରେସ ସର୍ବଦା ଚିନ୍ତାକରିଛି। ରାଜ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ସମୟରେ ହଜାରେ ଦିନରେ ହଜାର ଶିଳ୍ପ ପ୍ରତିଷ୍ଠାଠାରୁ ଆରମ୍ଭ କରି ଉପା ସରକାର ସମୟରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପ୍ରଣୟନ ଶ୍ରମିକଙ୍କ ଆଶ୍ୱସ୍ତିି ଆଣିଥିଲା। ତେବେ ଚଳିତ ସରକାରଙ୍କ ଅମଳରେ ଏହା ବାଟବଣା ହୋଇଛି। ଦାଦନ ସମସ୍ୟାର ମୂଳ କାରଣ ଖୋଜି ଏହାର ନିରାକରଣ କେବଳ କଂଗ୍ରେସ ଦ୍ୱାରା ସମ୍ଭବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri