ଗାଁ ମୁହାଁ ନେତା

ଯାଜପୁର ଅଫିସ/ପ୍ରୀତିପୁର (ଡି.ଏନ୍‌.ଏ.),୧୬।୪: ଯଦି ନିର୍ଦ୍ଧାରିତ ସମୟରେ ଆସନ୍ତା ସାଧାରଣ ନିର୍ବାଚନ ହୁଏ, ତା’ହେଲେ ଆଉ ୧ ବର୍ଷ କମ୍‌ ସମୟ ରହିଛି। ଏହାକୁ ଦୃଷ୍ଟିରେ ରଖି ନେତାମାନେ ତପତ୍ର ହୋଇଉଠିଲେଣି। ଏଭଳିସ୍ଥଳେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ, କାହା ଟକେଟ୍‌ କଟିବ, କାହାର ରହିବ ଇତ୍ୟାଦି ଚର୍ଚ୍ଚା ଏବେ ପାନଦୋକନଠାରୁ ଆରମ୍ଭକରି ବାଟଘାଟରେ ଚାଲିଛି। ବିଭିନ୍ନ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଦଳୀୟ ନେତାଙ୍କ ନିକଟରେ ଆଶାୟୀଙ୍କ ଚଳପ୍ରଚଳ ବଢ଼ିଲାଣି। କଳେବଳେ କୌଶଳେ ଭୋଟରଙ୍କ ମନ ଜୟ କରିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ପ୍ରଲୋଭନ ଦେଖାଇବା ସହିତ ଗଁା ମୁହଁା ହେଲେଣି। ଏହି କ୍ରମରେ ଯାଜପୁର ଜିଲାର ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ନିର୍ବାଚନୀ ବାତାବରଣ ଉଷ୍ମ ହେବାକୁ ଲାଗିଲାଣି।
ବିଞ୍ଝାରପୁର ବ୍ଲକର ୨୯ଟି ଓ ଦଶରଥପୁର ବ୍ଲକର ୧୫ଟି ପଞ୍ଚାୟତକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ। ୧୯୬୭ରୁ ଏହି ଆସନ ସଂରକ୍ଷିତ ହୋଇଛି। ୧୯୫୨ରେ ପ୍ରଥମ ବିଧାନସଭା ନିର୍ବାଚନରେ ଏଠାରୁ ପଦ୍ମନାଭ ରାୟ (କଂଗ୍ରେସ) ନିର୍ବାଚିତ ହୋଇଥିବାବେଳେ ୧୯୫୭ରେ ବାଙ୍କ ବିହାରୀ ଦାସ (ପ୍ରଜା ସୋସିଆଲିଷ୍ଟ ପାର୍ଟି), ୧୯୬୧ରେ ଚିିତ୍ତରଞ୍ଜନ ନାୟକ (କଂଗ୍ରେସ), ୧୯୬୭ରେ ବୈଷ୍ଣବ ଚରଣ ମଲ୍ଲିକ (ପ୍ରଜା ସୋସିଆଲିଷ୍ଟ ପାର୍ଟି), ୧୯୭୧ରେ ପବିତ୍ର ମୋହନ ଯେନା (କଂଗ୍ରେସ-ଆର୍‌), ୧୯୭୪ରେ ବୈଷ୍ଣବ ଚରଣ ମଲ୍ଲିକ (କଂଗ୍ରେସ), ୧୯୭୭ରେ ଶାନ୍ତନୁ କୁମାର ଦାସ (ଜନତା ଦଳ), ୧୯୮୦ ଓ ୧୯୮୫ରେ ନବକିଶୋର ମଲ୍ଲିକ (ଯଥାକ୍ରମେ କଂଗ୍ରେସ-ଆଇ ଓ କଂଗ୍ରେସ), ୧୯୯୦ରେ ପ୍ରମିଳା ମଲ୍ଲିକ (ଜନତା ଦଳ), ୧୯୯୫ରେ ଅର୍ଜୁନ ଦାସ (କଂଗ୍ରେସ) ଏବଂ ୨୦୦୦ରୁ ଆଜି ଯାଏ ପ୍ରମିଳା ମଲ୍ଲିକ (ବିଜେଡି) ନିର୍ବାଚିତ ହୋଇ ଆସିଛନ୍ତି। ପ୍ରାରମ୍ଭରୁ ଏଠାରେ ଦ୍ୱିମୁଖୀ ଲଢେଇ ହେଉଥିବାବେଳେ ୩ୟ ଦଳ ଭାବେ ୨୦୦୯ ପର୍ଯନ୍ତ ଏସ୍‌ୟୁସିଆଇ ସମସ୍ତ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଉଥିଲା। ୨୦୧୯ରେ ବିଜେଡିରୁ ପ୍ରମିଳା ମଲ୍ଲିକ ୭୯,୦୮୭ ଭୋଟ ଏବଂ ଭାଜପାରୁ ବବିତା ମଲ୍ଲିକ ୫୭,୮୬୧ ଖଣ୍ଡ ଭୋଟ ହାତେଇବାକୁ ସକ୍ଷମ ହୋଇଥିଲେ। ପ୍ରମିଳା ୨୧,୨୨୬ ଭୋଟ ବ୍ୟବଧାନରେ ବବିତାଙ୍କୁ ପରାଜିତ କରିଥିଲେ। ଏହାପୂର୍ବରୁ ବବିତା ୨୦୧୪ରେ ୩୮,୧୯୦ ଓ ୨୦୦୯ରେ ୩୧,୮୬୧ ଭୋଟ ବ୍ୟବଧାନରେ ହାରିଥିବାବେଳେ ୨୦୧୯ରେ ଭୋଟ ବ୍ୟବଧାନ ହ୍ରାସ ପାଇଥିଲା। ଏହିଭଳି ଭୋଟମୁଣିକୁ ଭାଜପା ବଜାୟ ରଖି ଲୋକଙ୍କ ଆହୁରି ନିକଟତର ହୋଇପାରିଲେ ୨୦୨୪ରେ କିଛିଟା ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷେ ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମନୋରଞ୍ଜନ ଦାସ ପ୍ରାୟ ୩ ହଜାର ଭୋଟ ପାଇଥିଲେ। ତେଣୁ ସେ ଆଗାମୀ ନିର୍ବାଚନରେ ଟିକେଟ ପାଇ ନ ପାରନ୍ତି ବୋଲି କୁହାଯାଉଛି। ପ୍ରାକ୍ତନ ଅଧ୍ୟକ୍ଷା ତଥା ପିସିସି ଉପସଭାନେତ୍ରୀ କନକଲତା ମଲ୍ଲିକ ଏବେ ଠାରୁ ବିଭିନ୍ନ ଗାଁକୁ ଗାଁ ବୁଲି କର୍ମୀମାନଙ୍କୁ ଏକାଠି କରିବା ସହିତ କର୍ମୀ ସମ୍ମିଳନୀ ଆଦି ଆୟୋଜନ କରି ଭୋଟରମାନଙ୍କୁ ନିଜ ଦଳ ସପକ୍ଷରେ ଆକୃଷ୍ଟ କରିବାରେ ଲାଗିଛନ୍ତି। ଏହାବ୍ୟତୀତ ଦଶରଥପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ୨୦୧୯ରେ ଭାଜପାରୁ ଏମ୍‌ପି ପ୍ରାର୍ଥୀଭାବେ ଲଢି ପରାଜିତ ହୋଇଥିବା ବରିଷ୍ଠ ନେତା ଅମିୟକାନ୍ତ ମଲ୍ଲିକ ଏଥର ଏମ୍‌ପି ବଦଳରେ ବିଧାୟକ ଭାବେ ଲଢ଼ିବାକୁ ଆଗ୍ରହୀ ଥିବା ଚର୍ଚ୍ଚା ହେଉଛି।
୧୯୯୫ରେ ଏଠାରେ ଚତୁର୍ମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇଥିବାରୁ ତାହା ଜନତା ଦଳ ପ୍ରାର୍ଥୀ ପ୍ରମିଳାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା। ସେତେବେଳେ ଭାଜପା ପ୍ରାର୍ଥୀ ବିଷ୍ଣୁଦତ୍ତ ଆଚାର୍ଯ୍ୟ ୬୬୧୨ ଖଣ୍ଡ ଭୋଟ ଓ ଏସ୍‌ୟୁସିଆଇ ପ୍ରାର୍ଥୀ ସୁରେନ୍ଦ୍ର ମଲ୍ଲିକଙ୍କ ୧୨୦୦୧ ଭୋଟ ପାଇବା ପ୍ରମିଳାଙ୍କ ପାଇଁ ବୁମେରାଂ ହୋଇଥିଲା। ଫଳରେ ଉକ୍ତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅର୍ଜୁନ ଚରଣ ଦାସ ୬୦୫୩ ଖଣ୍ଡ ଭୋଟରେ ପ୍ରମିଳାଙ୍କୁ ପରାସ୍ତ କରିଥିଲେ। ସେହିପରି ୨୦୧୪ ଓ ୨୦୧୯ରେ ବିଜେଡିର ଭୋଟ ପ୍ରତିଶତ ହ୍ରାସ ପାଉଥିବା ଦେଖାଯାଇଛି। ୨୦୦୯ରେ ବିଜେଡି ୬୧% ଭୋଟ ପାଇଥିବାବେଳେ ୨୦୧୪ରେ ୫୭% ଓ ୨୦୧୯ରେ ତାହା ୫୫%କୁ ହ୍ରାସ ପାଇଛି। ମାତ୍ର ୨୦୨୪ର ସ୍ଥିତି ଟିକେ ଅଲଗା ବୋଲି କୁହାଯାଇଛି। ଚଳିତ ଥର ବିଜେଡି କେତେକ ପ୍ରସଙ୍ଗକୁ ନେଇ ବହୁତ ବଦନାମ ହେଉଛି। ବିଶେଷକରି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ଏଯାଏ କାରଣ ଅସ୍ପଷ୍ଟ, ମମିତା ମେହେର ହତ୍ୟାକାଣ୍ଡ, ଅର୍ଚ୍ଚନା ମାମଲା ଆଦି ଘଟଣା ବିଜେଡିକୁ ହରଡ଼ଘଣାରେ ପକାଇବ ବୋଲି ଅଞ୍ଚଳବାସୀ ମତପ୍ରକାଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri