ଗାଁ ମୁହାଁ ନେତା

ଯାଜପୁର ଅଫିସ/ପ୍ରୀତିପୁର (ଡି.ଏନ୍‌.ଏ.),୧୬।୪: ଯଦି ନିର୍ଦ୍ଧାରିତ ସମୟରେ ଆସନ୍ତା ସାଧାରଣ ନିର୍ବାଚନ ହୁଏ, ତା’ହେଲେ ଆଉ ୧ ବର୍ଷ କମ୍‌ ସମୟ ରହିଛି। ଏହାକୁ ଦୃଷ୍ଟିରେ ରଖି ନେତାମାନେ ତପତ୍ର ହୋଇଉଠିଲେଣି। ଏଭଳିସ୍ଥଳେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ, କାହା ଟକେଟ୍‌ କଟିବ, କାହାର ରହିବ ଇତ୍ୟାଦି ଚର୍ଚ୍ଚା ଏବେ ପାନଦୋକନଠାରୁ ଆରମ୍ଭକରି ବାଟଘାଟରେ ଚାଲିଛି। ବିଭିନ୍ନ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଦଳୀୟ ନେତାଙ୍କ ନିକଟରେ ଆଶାୟୀଙ୍କ ଚଳପ୍ରଚଳ ବଢ଼ିଲାଣି। କଳେବଳେ କୌଶଳେ ଭୋଟରଙ୍କ ମନ ଜୟ କରିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ପ୍ରଲୋଭନ ଦେଖାଇବା ସହିତ ଗଁା ମୁହଁା ହେଲେଣି। ଏହି କ୍ରମରେ ଯାଜପୁର ଜିଲାର ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ନିର୍ବାଚନୀ ବାତାବରଣ ଉଷ୍ମ ହେବାକୁ ଲାଗିଲାଣି।
ବିଞ୍ଝାରପୁର ବ୍ଲକର ୨୯ଟି ଓ ଦଶରଥପୁର ବ୍ଲକର ୧୫ଟି ପଞ୍ଚାୟତକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ। ୧୯୬୭ରୁ ଏହି ଆସନ ସଂରକ୍ଷିତ ହୋଇଛି। ୧୯୫୨ରେ ପ୍ରଥମ ବିଧାନସଭା ନିର୍ବାଚନରେ ଏଠାରୁ ପଦ୍ମନାଭ ରାୟ (କଂଗ୍ରେସ) ନିର୍ବାଚିତ ହୋଇଥିବାବେଳେ ୧୯୫୭ରେ ବାଙ୍କ ବିହାରୀ ଦାସ (ପ୍ରଜା ସୋସିଆଲିଷ୍ଟ ପାର୍ଟି), ୧୯୬୧ରେ ଚିିତ୍ତରଞ୍ଜନ ନାୟକ (କଂଗ୍ରେସ), ୧୯୬୭ରେ ବୈଷ୍ଣବ ଚରଣ ମଲ୍ଲିକ (ପ୍ରଜା ସୋସିଆଲିଷ୍ଟ ପାର୍ଟି), ୧୯୭୧ରେ ପବିତ୍ର ମୋହନ ଯେନା (କଂଗ୍ରେସ-ଆର୍‌), ୧୯୭୪ରେ ବୈଷ୍ଣବ ଚରଣ ମଲ୍ଲିକ (କଂଗ୍ରେସ), ୧୯୭୭ରେ ଶାନ୍ତନୁ କୁମାର ଦାସ (ଜନତା ଦଳ), ୧୯୮୦ ଓ ୧୯୮୫ରେ ନବକିଶୋର ମଲ୍ଲିକ (ଯଥାକ୍ରମେ କଂଗ୍ରେସ-ଆଇ ଓ କଂଗ୍ରେସ), ୧୯୯୦ରେ ପ୍ରମିଳା ମଲ୍ଲିକ (ଜନତା ଦଳ), ୧୯୯୫ରେ ଅର୍ଜୁନ ଦାସ (କଂଗ୍ରେସ) ଏବଂ ୨୦୦୦ରୁ ଆଜି ଯାଏ ପ୍ରମିଳା ମଲ୍ଲିକ (ବିଜେଡି) ନିର୍ବାଚିତ ହୋଇ ଆସିଛନ୍ତି। ପ୍ରାରମ୍ଭରୁ ଏଠାରେ ଦ୍ୱିମୁଖୀ ଲଢେଇ ହେଉଥିବାବେଳେ ୩ୟ ଦଳ ଭାବେ ୨୦୦୯ ପର୍ଯନ୍ତ ଏସ୍‌ୟୁସିଆଇ ସମସ୍ତ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଉଥିଲା। ୨୦୧୯ରେ ବିଜେଡିରୁ ପ୍ରମିଳା ମଲ୍ଲିକ ୭୯,୦୮୭ ଭୋଟ ଏବଂ ଭାଜପାରୁ ବବିତା ମଲ୍ଲିକ ୫୭,୮୬୧ ଖଣ୍ଡ ଭୋଟ ହାତେଇବାକୁ ସକ୍ଷମ ହୋଇଥିଲେ। ପ୍ରମିଳା ୨୧,୨୨୬ ଭୋଟ ବ୍ୟବଧାନରେ ବବିତାଙ୍କୁ ପରାଜିତ କରିଥିଲେ। ଏହାପୂର୍ବରୁ ବବିତା ୨୦୧୪ରେ ୩୮,୧୯୦ ଓ ୨୦୦୯ରେ ୩୧,୮୬୧ ଭୋଟ ବ୍ୟବଧାନରେ ହାରିଥିବାବେଳେ ୨୦୧୯ରେ ଭୋଟ ବ୍ୟବଧାନ ହ୍ରାସ ପାଇଥିଲା। ଏହିଭଳି ଭୋଟମୁଣିକୁ ଭାଜପା ବଜାୟ ରଖି ଲୋକଙ୍କ ଆହୁରି ନିକଟତର ହୋଇପାରିଲେ ୨୦୨୪ରେ କିଛିଟା ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷେ ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମନୋରଞ୍ଜନ ଦାସ ପ୍ରାୟ ୩ ହଜାର ଭୋଟ ପାଇଥିଲେ। ତେଣୁ ସେ ଆଗାମୀ ନିର୍ବାଚନରେ ଟିକେଟ ପାଇ ନ ପାରନ୍ତି ବୋଲି କୁହାଯାଉଛି। ପ୍ରାକ୍ତନ ଅଧ୍ୟକ୍ଷା ତଥା ପିସିସି ଉପସଭାନେତ୍ରୀ କନକଲତା ମଲ୍ଲିକ ଏବେ ଠାରୁ ବିଭିନ୍ନ ଗାଁକୁ ଗାଁ ବୁଲି କର୍ମୀମାନଙ୍କୁ ଏକାଠି କରିବା ସହିତ କର୍ମୀ ସମ୍ମିଳନୀ ଆଦି ଆୟୋଜନ କରି ଭୋଟରମାନଙ୍କୁ ନିଜ ଦଳ ସପକ୍ଷରେ ଆକୃଷ୍ଟ କରିବାରେ ଲାଗିଛନ୍ତି। ଏହାବ୍ୟତୀତ ଦଶରଥପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ୨୦୧୯ରେ ଭାଜପାରୁ ଏମ୍‌ପି ପ୍ରାର୍ଥୀଭାବେ ଲଢି ପରାଜିତ ହୋଇଥିବା ବରିଷ୍ଠ ନେତା ଅମିୟକାନ୍ତ ମଲ୍ଲିକ ଏଥର ଏମ୍‌ପି ବଦଳରେ ବିଧାୟକ ଭାବେ ଲଢ଼ିବାକୁ ଆଗ୍ରହୀ ଥିବା ଚର୍ଚ୍ଚା ହେଉଛି।
୧୯୯୫ରେ ଏଠାରେ ଚତୁର୍ମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇଥିବାରୁ ତାହା ଜନତା ଦଳ ପ୍ରାର୍ଥୀ ପ୍ରମିଳାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା। ସେତେବେଳେ ଭାଜପା ପ୍ରାର୍ଥୀ ବିଷ୍ଣୁଦତ୍ତ ଆଚାର୍ଯ୍ୟ ୬୬୧୨ ଖଣ୍ଡ ଭୋଟ ଓ ଏସ୍‌ୟୁସିଆଇ ପ୍ରାର୍ଥୀ ସୁରେନ୍ଦ୍ର ମଲ୍ଲିକଙ୍କ ୧୨୦୦୧ ଭୋଟ ପାଇବା ପ୍ରମିଳାଙ୍କ ପାଇଁ ବୁମେରାଂ ହୋଇଥିଲା। ଫଳରେ ଉକ୍ତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅର୍ଜୁନ ଚରଣ ଦାସ ୬୦୫୩ ଖଣ୍ଡ ଭୋଟରେ ପ୍ରମିଳାଙ୍କୁ ପରାସ୍ତ କରିଥିଲେ। ସେହିପରି ୨୦୧୪ ଓ ୨୦୧୯ରେ ବିଜେଡିର ଭୋଟ ପ୍ରତିଶତ ହ୍ରାସ ପାଉଥିବା ଦେଖାଯାଇଛି। ୨୦୦୯ରେ ବିଜେଡି ୬୧% ଭୋଟ ପାଇଥିବାବେଳେ ୨୦୧୪ରେ ୫୭% ଓ ୨୦୧୯ରେ ତାହା ୫୫%କୁ ହ୍ରାସ ପାଇଛି। ମାତ୍ର ୨୦୨୪ର ସ୍ଥିତି ଟିକେ ଅଲଗା ବୋଲି କୁହାଯାଇଛି। ଚଳିତ ଥର ବିଜେଡି କେତେକ ପ୍ରସଙ୍ଗକୁ ନେଇ ବହୁତ ବଦନାମ ହେଉଛି। ବିଶେଷକରି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ଏଯାଏ କାରଣ ଅସ୍ପଷ୍ଟ, ମମିତା ମେହେର ହତ୍ୟାକାଣ୍ଡ, ଅର୍ଚ୍ଚନା ମାମଲା ଆଦି ଘଟଣା ବିଜେଡିକୁ ହରଡ଼ଘଣାରେ ପକାଇବ ବୋଲି ଅଞ୍ଚଳବାସୀ ମତପ୍ରକାଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା...

ଅନୁସୂଚିତ ଜନଜାତି-ଜାତି ଉନ୍ନୟନ ବିଭାଗର ବଡ଼ ପଦକ୍ଷେପ: ଲୁକ୍କାୟିତ ପ୍ରତିଭାଙ୍କୁ ଚି଼ହ୍ନଟ

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିର ହେଲିପ୍ୟାଡ଼ ପଡିଆଠାରେ ବୁଧବାର ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଯେ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri