ଲକ୍ଷ୍ମୀବିଳାସ ବ୍ୟାଙ୍କ ଉଠାଣରେ ଲାଗିଲା କଟକଣା;ମାସିକ ୨୫ ହଜାର ଉଠାଇ ପାରିବେ ଜମାକାରୀ

ନୂଆଦିଲ୍ଲୀ: ତାମିଲନାଡୁର ଘରୋଇ କ୍ଷେତ୍ର ଲକ୍ଷ୍ମୀବିଳାସ ବ୍ୟାଙ୍କରୁ ଉଠାଣ ଉପରେ କେନ୍ଦ୍ର ସରକାର କଟକଣା ଲଗାଇଛନ୍ତି। ସରକାର ଏବେ ଏହି ବ୍ୟାଙ୍କକୁ ମୋରାଟୋରିୟମ ପରିସରରେ ରଖିଛନ୍ତି। ଏହାର ଗ୍ରାହକ ଡିସେମ୍ବର ୧୬ ଯାଏ ମାସିକ ୨୫ ହଜାର ଟଙ୍କା ଉଠାଣ କରିପାରିବେ ବୋଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ସ୍ପଷ୍ଟ କରାଯାଇଛି। ମାତ୍ର ଚିକିତ୍ସା, ଉଚ୍ଚ ଶିକ୍ଷା ପେମେଣ୍ଟ ଏବଂ ବିବାହ ଭଳି ଖର୍ଚ୍ଚ ଲାଗି ଲୋକମାନେ ରିଜର୍ଭ ବ୍ୟାଙ୍କର ଅନୁମତି ନେଇ ୨୫ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ଉଠାଇ ପାରିବେ। ବ୍ୟାଙ୍କର ଆର୍ଥତ୍କ ସ୍ଥିତି ବର୍ତ୍ତମାନ ବିଗିଡିଛି। ରିଜର୍ଭ ବ୍ୟାଙ୍କର ପରାମର୍ଶ କ୍ରମେ ସରକାର ଏଭଳି ପଦକ୍ଷେପ ହାତକୁ ନେଇଛନ୍ତି। ଜମାକାରୀଙ୍କ ସ୍ବାର୍ଥକୁ ନଜରରେ ରଖି ବ୍ୟାଙ୍କର ଆର୍ଥତ୍କ ସ୍ଥିରତା ଲାଗି ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ରିଜର୍ଭ ବ୍ୟାଙ୍କ ଅନ୍ୟ ଏକ ସ୍ପଷ୍ଟୀକରଣରେ କହିଛି। ଏହି ବ୍ୟାଙ୍କର ପୁନରୁଦ୍ଧାର ଲାଗି ସରକାରଙ୍କ ନିକଟରେ ବର୍ତ୍ତମାନ ଯାଏ ଭରଷାଯୋଗ୍ୟ ଯୋଜନା ନାହିଁ। ଏହାକୁ ଧ୍ୟାନରେ ରଖି କେନ୍ଦ୍ରୀୟ ବ୍ୟାଙ୍କ ବାଧ୍ୟ ହୋଇ ମୋରାଟୋରିୟମ ଦ୍ୱାରା ଉଠାଣ କଟକଣା ଜାରି କରିଛି। ଆସେଟ୍‌ କ୍ୱାଲିଟି ବା ସମ୍ପତ୍ତି ଗୁଣବତ୍ତା ଖରାପ ହେବା ଯୋଗୁ ବ୍ୟାଙ୍କ ନିକଟରେ ଆବଶ୍ୟକ ମୁତାବକ ଜରୁରୀକାଳିନ ପୁଞ୍ଜି ନାହିଁ। ବ୍ୟାଙ୍କକୁ ନୂଆ ଅର୍ଥ ଯୋଗାଣ ଏବଂ ମିଶ୍ରଣ ଲାଗି ଏହା କ୍ଲିକ୍ସ କ୍ୟାପିଟାଲ ସହ ଆଲୋଚନା କରିଥିବା ମଧ୍ୟ ଜଣାପଡିଛି। ଇଣ୍ଡିଆ ବୁଲ୍‌ସ ଫାଇନାନ୍ସ ସହ ମିଶ୍ରଣ ନେଇ ରହିଥିବା ପ୍ରସ୍ତାବକୁ ରିଜର୍ଭ ବ୍ୟାଙ୍କ ଅଗ୍ରାହ୍ୟ କରିବା ପରେ ଏହି ବ୍ୟାଙ୍କର ସମସ୍ୟା ୨୦୧୯ରେ ବଢି ଯାଇଥିଲା। ବ୍ୟାଙ୍କ କୌଣସି ନଗଦ ସମସ୍ୟା ସାମ୍ନା କରୁନାହିଁ ବୋଲି ଗତ ମାସରେ ଏହାର ପ୍ରତିଷ୍ଠାତା କେ.ଆର୍‌. ପ୍ରଦୀପ ବ୍ଲୂମବର୍ଗକୁ କହିଥିଲେ। ନଗଦ ଅନୁପାତ ଆବଶ୍ୟକତା ସୀମାଠାରୁ ଅଧିକ ରହିଥିବା ସେ ସ୍ପଷ୍ଟୀକରଣ ଦେଇଥିଲେ। ବ୍ୟାଙ୍କର ସମସ୍ୟା ସମାଧାନ ଲାଗି ସେପ୍ଟେମ୍ବର ମାସରେ କେନ୍ଦ୍ରୀୟ ବ୍ୟାଙ୍କ ମିତା ମଖନଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି ବସାଇଥିଲା। ହେଲେ ସମସ୍ୟାରେ କୌଣସି ସୁଧାର ନ ଆସିବାରୁ ବାଧ୍ୟ ହୋଇ ରିଜର୍ଭ ବ୍ୟାଙ୍କ ଉଠାଣ ଉପରେ କଟକଣା ଲଗାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

FD ରେ ଟଙ୍କା ରଖୁଛନ୍ତି କି? ସେପ୍ଟେମ୍ୱର ୧ରୁ ବଦଳିବ…

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ନିଜର କଷ୍ଟଉପାର୍ଜିତ ଟଙ୍କାକୁ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (Bank FD) ରେ ନିବେଶ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ସରକାରଙ୍କ ଚେଷ୍ଟା ଫେଲ୍‌! ପିଆଜ ଦର ୮୦ ଟଙ୍କା ପାର୍‌, ଜାଣନ୍ତୁ ନୂଆ ରେଟ୍‌ ଲିଷ୍ଟ

ନୂଆଦିଲ୍ଲୀ,୨୯।୮: ରୋଷେଇ ଘରରେ ପିଆଜ ଦର ପୁଣିଥରେ ସାଧାରଣ ଲୋକଙ୍କ ବଜେଟକୁ ପ୍ରଭାବିତ କରୁଛି। ଦେଶର ଅନେକ ଅଞ୍ଚଳରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖାଦେଇଛି। କିଛି…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

କ’ଣ ରାକ୍ଷୀରେ ଭାଇଙ୍କ ଠାରୁ ମିଳୁଥିବା ଟଙ୍କାରୁ ସରକାର ନିଅନ୍ତି ଟ୍ୟାକ୍ସ? ଜାଣନ୍ତୁ କେତେ ଟଙ୍କା ନେଲେ…

ନୂଆଦିଲ୍ଲୀ,୨୮।୮: ରକ୍ଷାବନ୍ଧନ ପର୍ୱ ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ ଓ ପ୍ରେମର ପ୍ରତୀକ। ଏହି ଦିନ ଭଉଣୀମାନେ ଭାଇଙ୍କ ହାତରେ ରାଖି ବାନ୍ଧିଥାନ୍ତି ଏବଂ ବଦଳରେ ଭାଇ ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri