ଲକ୍ଷ୍ମୀବିଳାସ ବ୍ୟାଙ୍କ ଉଠାଣରେ ଲାଗିଲା କଟକଣା;ମାସିକ ୨୫ ହଜାର ଉଠାଇ ପାରିବେ ଜମାକାରୀ

ନୂଆଦିଲ୍ଲୀ: ତାମିଲନାଡୁର ଘରୋଇ କ୍ଷେତ୍ର ଲକ୍ଷ୍ମୀବିଳାସ ବ୍ୟାଙ୍କରୁ ଉଠାଣ ଉପରେ କେନ୍ଦ୍ର ସରକାର କଟକଣା ଲଗାଇଛନ୍ତି। ସରକାର ଏବେ ଏହି ବ୍ୟାଙ୍କକୁ ମୋରାଟୋରିୟମ ପରିସରରେ ରଖିଛନ୍ତି। ଏହାର ଗ୍ରାହକ ଡିସେମ୍ବର ୧୬ ଯାଏ ମାସିକ ୨୫ ହଜାର ଟଙ୍କା ଉଠାଣ କରିପାରିବେ ବୋଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ସ୍ପଷ୍ଟ କରାଯାଇଛି। ମାତ୍ର ଚିକିତ୍ସା, ଉଚ୍ଚ ଶିକ୍ଷା ପେମେଣ୍ଟ ଏବଂ ବିବାହ ଭଳି ଖର୍ଚ୍ଚ ଲାଗି ଲୋକମାନେ ରିଜର୍ଭ ବ୍ୟାଙ୍କର ଅନୁମତି ନେଇ ୨୫ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ଉଠାଇ ପାରିବେ। ବ୍ୟାଙ୍କର ଆର୍ଥତ୍କ ସ୍ଥିତି ବର୍ତ୍ତମାନ ବିଗିଡିଛି। ରିଜର୍ଭ ବ୍ୟାଙ୍କର ପରାମର୍ଶ କ୍ରମେ ସରକାର ଏଭଳି ପଦକ୍ଷେପ ହାତକୁ ନେଇଛନ୍ତି। ଜମାକାରୀଙ୍କ ସ୍ବାର୍ଥକୁ ନଜରରେ ରଖି ବ୍ୟାଙ୍କର ଆର୍ଥତ୍କ ସ୍ଥିରତା ଲାଗି ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ରିଜର୍ଭ ବ୍ୟାଙ୍କ ଅନ୍ୟ ଏକ ସ୍ପଷ୍ଟୀକରଣରେ କହିଛି। ଏହି ବ୍ୟାଙ୍କର ପୁନରୁଦ୍ଧାର ଲାଗି ସରକାରଙ୍କ ନିକଟରେ ବର୍ତ୍ତମାନ ଯାଏ ଭରଷାଯୋଗ୍ୟ ଯୋଜନା ନାହିଁ। ଏହାକୁ ଧ୍ୟାନରେ ରଖି କେନ୍ଦ୍ରୀୟ ବ୍ୟାଙ୍କ ବାଧ୍ୟ ହୋଇ ମୋରାଟୋରିୟମ ଦ୍ୱାରା ଉଠାଣ କଟକଣା ଜାରି କରିଛି। ଆସେଟ୍‌ କ୍ୱାଲିଟି ବା ସମ୍ପତ୍ତି ଗୁଣବତ୍ତା ଖରାପ ହେବା ଯୋଗୁ ବ୍ୟାଙ୍କ ନିକଟରେ ଆବଶ୍ୟକ ମୁତାବକ ଜରୁରୀକାଳିନ ପୁଞ୍ଜି ନାହିଁ। ବ୍ୟାଙ୍କକୁ ନୂଆ ଅର୍ଥ ଯୋଗାଣ ଏବଂ ମିଶ୍ରଣ ଲାଗି ଏହା କ୍ଲିକ୍ସ କ୍ୟାପିଟାଲ ସହ ଆଲୋଚନା କରିଥିବା ମଧ୍ୟ ଜଣାପଡିଛି। ଇଣ୍ଡିଆ ବୁଲ୍‌ସ ଫାଇନାନ୍ସ ସହ ମିଶ୍ରଣ ନେଇ ରହିଥିବା ପ୍ରସ୍ତାବକୁ ରିଜର୍ଭ ବ୍ୟାଙ୍କ ଅଗ୍ରାହ୍ୟ କରିବା ପରେ ଏହି ବ୍ୟାଙ୍କର ସମସ୍ୟା ୨୦୧୯ରେ ବଢି ଯାଇଥିଲା। ବ୍ୟାଙ୍କ କୌଣସି ନଗଦ ସମସ୍ୟା ସାମ୍ନା କରୁନାହିଁ ବୋଲି ଗତ ମାସରେ ଏହାର ପ୍ରତିଷ୍ଠାତା କେ.ଆର୍‌. ପ୍ରଦୀପ ବ୍ଲୂମବର୍ଗକୁ କହିଥିଲେ। ନଗଦ ଅନୁପାତ ଆବଶ୍ୟକତା ସୀମାଠାରୁ ଅଧିକ ରହିଥିବା ସେ ସ୍ପଷ୍ଟୀକରଣ ଦେଇଥିଲେ। ବ୍ୟାଙ୍କର ସମସ୍ୟା ସମାଧାନ ଲାଗି ସେପ୍ଟେମ୍ବର ମାସରେ କେନ୍ଦ୍ରୀୟ ବ୍ୟାଙ୍କ ମିତା ମଖନଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି ବସାଇଥିଲା। ହେଲେ ସମସ୍ୟାରେ କୌଣସି ସୁଧାର ନ ଆସିବାରୁ ବାଧ୍ୟ ହୋଇ ରିଜର୍ଭ ବ୍ୟାଙ୍କ ଉଠାଣ ଉପରେ କଟକଣା ଲଗାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri