ନିୟମକୁ ଅଣଦେଖା: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଯାତ୍ରୀ ଥାଇ ଡିଜେଲ ଭର୍ତ୍ତି କରୁଛି ଲକ୍ଷ୍ମୀବସ୍‌, ସାଧାରଣରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୫ା୪(ଅରୁଣ ସାହୁ): ରାଜ୍ୟ ସରକାର ସମସ୍ତ ପଞ୍ଚାୟତରୁ ବ୍ଲକ ହେଡକ୍ୱାର୍ଟରକୁ ସୁବିଧା ଓ ଶସ୍ତାରେ ଯାତାୟାତ ପାଇଁ ଲକ୍ଷ୍ମୀବସ୍‌ର ବ୍ୟବସ୍ଥା କରିଛନ୍ତି କିନ୍ତୁ ଅନେକ ସମୟରେ ଏହି ବସ୍‌ରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ମନମାନି ଓ ସରକାରୀ ନିୟମ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ଏଭକି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପଞ୍ଚାୟତଗୁଡ଼ିକୁ ଯାତାୟାତ କରୁଥିବା ଲକ୍ଷ୍ମୀବସ୍‌ରେ।

ପ୍ରକାଶ ଯେ, ଦାରିଙ୍ଗବାଡ଼ିଠାରୁ ସିର୍କାବର୍ଗ, ଭ୍ରମରବାଡ଼ି, ପର୍ତ୍ତମାହା, ଗୁମିକିଆ, କାଟିଙ୍ଗିଆ ଆଦି ଅଞ୍ଚଳକୁ ନିୟମିତ ଯାତ୍ରୀଙ୍କୁ ନେଇ ଯାତାୟାତ କରୁଥିବା ବେଳେ ଡିଜେଲ ଭର୍ତ୍ତି କରାଯାଉଥିବା ବେଳେ ବସ୍‌ରେ ଯାତ୍ରୀ ଭର୍ତ୍ତି ଥାଇ ପେଟ୍ରୋଲ ଟାଙ୍କିକୁ ବସ୍‌କୁ ନିଆଯାଉଛି ଯାହାକି କୌଣସି ସମୟରେ ବିପଦ ଘଟିଲେ ଯାତ୍ରୀମାନଙ୍କ କ୍ଷତି ଆଶଙ୍କା କରି ଏହାର ଯାତ୍ରୀମାନେ ବିରୋଧ କଲେ ମଧ୍ୟ ଏହାର ଦାୟିତ୍ୱ ରେ ଥିବା କର୍ମଚାରୀ ଖାତିର କରୁ ନ ଥିବା ଅଭିଯୋଗ ହେଉଛି। ବିଶେଷ କରି ଏହି ବସ୍‌ଗୁଡ଼ିକରେ ମହିଳା ଓ ଶିଶୁ ଯାତ୍ରୀଙ୍କ ସଂଖ୍ୟା ଅଧିକ ରହୁଥିବା ବେଳେ ଯାତ୍ରୀମାନେ ନିଜକୁ ନିରାପଦ ମଣୁନାହାନ୍ତି। ଏବେ ଗ୍ରୀଷ୍ମ ପ୍ରବାହ ରହିଥିବା ବେଳେ ମଧ୍ୟାହ୍ନରେ ପ୍ରଚଣ୍ଡ ଖରାରେ ମଧ୍ୟ ଏଭଳି ଡିଜେଲ ଭର୍ତ୍ତି କରାଯାଉଥିବା ଦେଖିବାକୁ ମିଳିଛ। ଏନେଇ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Share
Tags: laxmi bus