କୌଣସି ଓକିଲ ଲଢ଼ିବେ ନାହିଁ ଉଜ୍ଜୟିନୀ ବଳାତ୍କାର ଅଭିଯୁକ୍ତଙ୍କ କେସ୍‌

ଉଜ୍ଜୟିନୀ,୨୯।୯: ମଧ୍ୟପ୍ରଦେଶ ଧର୍ମନଗରୀ ଉଜ୍ଜୟିନୀରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ମାମଲା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ରାଜ୍ୟର ଆଇନଜୀବୀମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଭଳି ଅଭିଯୁକ୍ତଙ୍କ ତରଫରୁ ମାମଲାକୁ କେହିବି ଲଢ଼ିବେ ନାହିଁ ବୋଲି ବାର୍‌ ଆସୋସିଏଶନ ଅଧ୍ୟକ୍ଷ ଅଶୋକ ଯାଦବ ସ୍ପଷ୍ଟ କରିଛନ୍ତି। ଏହାଛଡ଼ା ଅଭିଯୁକ୍ତଙ୍କୁ ଯେପରି ଫାଶି ହେଉ ସେ ଚେଷ୍ଟା କରିବେ, ଯାହାଦ୍ୱାରା ସମାଜକୁ ବଡ଼ ସନ୍ଦେଶ ଯିବ ଏବଂ ମହିଳାଙ୍କ ସହ ଏଭଳି କିଛି ନହେବ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ସୋମବାର ରକ୍ତସ୍ରାବ ହେଉଥିବା ଅବସ୍ଥାରେ ଉକ୍ତ ନାବାଳିକାଙ୍କୁ ମହାକାଳ ଥାନା ଅଞ୍ଚଳର ରାସ୍ତାରେ ଠାବ କରାଯାଇଥିଲା। ପରେ ତାଙ୍କୁ ବଳାତ୍କାର କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା। ତଦନ୍ତ ପରେ ଘଟଣାର ଅଭିଯୁକ୍ତ ଅଟୋ ରିକ୍ସା ଚାଳକ ଭରତ ସୋନିଙ୍କୁ ଗିରଫ କରାଯାଇଥିଲା। ପ୍ରଥମେ ସିସିଟିଭି ଫୁଟେଜ ଆଧାରରେ ତାଙ୍କୁ ଅଟକ ରଖାଯାଇଥିବା ବେଳେ ସେ ଫେରାର ହେବାକୁ ଚେଷ୍ଟା କରିଥିଲେ। ହେଲେ ପୋଲିସ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri